ହେଡଲାଇନସ୍:

"ମୁଁ ବି ମାନୁଛି ଟ୍ରାଫିକ ନିୟମ--ଆପଣ ମଧ୍ୟ ମାନନ୍ତୁ ଏହି ଟ୍ରାଫିକ ନିୟମ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂତନ ଟ୍ରାଫିକ ନିୟମକୁ ନେଇ ଗାଡ଼ି ଚାଳକଙ୍କୁ ସଚେତନତା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ନୂତନ ଟ୍ରାଫିକ ନିୟମ ଗୁଡ଼ିକ ଉପରେ ଇଣ୍ଡିଆନ ୟୁଥ୍ ଆସୋସିଏସନ ଏବଂ ଗଜପତି ଜିଲ୍ଲା ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଜନ-ସଚେତନତା କାର୍ଯ୍ୟକ୍ରମ ଅବସରରେ ସହରର ପୁରୁଣା ଫାୟାର ଷ୍ଟେସନ ଛକ ଠାରେ ଲୋକ ମାନଙ୍କୁ ଏବଂ ବିଭିନ୍ନ ଯାନବାହାନ ଚଳାଚଳ କରି ଯାଉଥିବା ଚାଳକମାନଙ୍କୁ ନୂତନ ଟ୍ରାଫିକ ନିୟମ ଗୁଡ଼ିକ ଉପରେ ଏକ ନିଆରା ଢଙ୍ଗରେ ସଚେତନ କରା ଯାଇଥିଲା । 

ଏହି ଜନ-ସଚେତନତା କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିବା ସହ ଟ୍ରାଫିକ ନିୟମ ଉପରେ ସଚେତନତା ବହନ କରୁଥିବା ଚାବିରିଙ୍ଗ ଓ ଷ୍ଟିକର  ସହ ପଇଡ଼ ଦେଇଥିଲେ ଏବଂ ମୁଁ ବି ମାନୁଛି ଟ୍ରାଫିକ ନିୟମ--ଆପଣ ମଧ୍ୟ ମାନନ୍ତୁ ଏହି ଟ୍ରାଫିକ ନିୟମ ବୋଲି କହି , ଏଭଳି ବାର୍ତ୍ତା ଦେଇ  ସମସ୍ତଙ୍କୁ ସଚେତନତା କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ୟୁଥ୍ ଆସୋସିଏସନ ପକ୍ଷରୁ ଗାଡି ଚାଳକ ମାନଙ୍କୁ ଚାବି ରିଙ୍ଗ ଓ ଷ୍ଟିକର ବଣ୍ଟନ କରା ଯାଇଥିବା ବେଳେ  ଯେଉଁମାନେ ଟ୍ରାଫିକ ନିୟମକୁ ମାନି ଯାନବାହାନ ଚଳାଚଳ କରୁଥିଲେ ସେହି ମାନଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ପଇଡ ଦେଇ ପ୍ରସଂଶା କରାଯାଉଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ୟୁଥ୍ ଆସୋସିଏସନ ପକ୍ଷରୁ ଲୋକନାଥ ପଣ୍ଡା ଓ ଜନ ସମ୍ପର୍କ ଅଧିକାରୀ   ଆଦିତ୍ୟ ସାମଲଙ୍କ ସମେତ ପ୍ରିୟା ଗଡ଼ନାୟକ , ଚିନୁରାଜ ପାତ୍ର ଓ ସୁମନ ସାହୁକାର , ସେହିଭଳି  ଜିଲ୍ଲା ପୋଲିସ ପକ୍ଷରୁ ଏସଡିପିଓ- ଠାକୁର ପ୍ରସାଦ ପାତ୍ର , ଆଦର୍ଶ ଟାଉନ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ, ଗଜପତି ଜିଲ୍ଲା ପୋଲିସର "ସି" ଟିମ ଏବଂ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ.କଲ୍ୟାଣୀ ମିଶ୍ର  ଓ ଛାତ୍ରୀ ମାନେ  ଯୋଗଦେଇ ନୂତନ ଟ୍ରାଫିକ ନିୟମ ଗୁଡ଼ିକ ଉପରେ ଜନ-ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

0
0
0
s2sdefault