ହେଡଲାଇନସ୍:

ଜାତୀୟ ସେବା ଯୋଜନାର ୟୁନିଟ-୧ ପକ୍ଷରୁ ସଚେତନତା ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ-୧ ଆନୁକୂଲ୍ୟରେ ଏକ ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜାତୀୟ ସେବା ଯୋଜନା ୟୁନିଟ ଅଧିକାରୀ ଡ଼ଃ. ଭାରତୀ ପାଣିଗ୍ରାହୀ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହିଥିଲେ।  ମୁଖ୍ୟତଃ ନିଜ ଓ ଗୋଷ୍ଠୀ ସମେତ ନିଜର ପାରିପାର୍ଶିକ ଅବସ୍ଥାରେ ଯେଉଁମାନେ ଅଛନ୍ତି , ସେହି ସମସ୍ତଙ୍କ ପାଇଁ କିଛି କରିବାର ଏକ ସୁଚିନ୍ତିତ  ମାଧ୍ୟମ ହେଲା ଏଇ ଛାତ୍ର ଜୀବନ। ଜାତୀୟ ସମ୍ପତ୍ତି ଓ ବିକାଶକୁ ଆଖି ଆଗରେ ରଖି କାର୍ଯ୍ୟ କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯେଉଁ ଆହ୍ବାନ ଦେଇଛନ୍ତି , ତାହା ମଧ୍ୟ ଏହି  ସେବାର ଅନ୍ତର୍ଭୁକ୍ତ । ତେଣୁ ଯେ କୌଣସି ସମୟରେ ହେଲେ ମଧ୍ୟ ୨୪ ଘଣ୍ଟା ଧରି ଆମେ ସତର୍କ ରହିବା ସହ ଦେଶ ସେବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ରହିବାକୁ ହେବ ବୋଲି ଡ଼ଃ. ପାଣିଗ୍ରାହୀ ନିଜ ବକ୍ତବ୍ୟ କହିଥିଲେ ।

ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ.ଗୁନୁରାଣୀ ପଟ୍ଟନାୟକ ଯୋଗଦେଇ ନାରୀ ସ୍ବାସ୍ଥ୍ୟ ସୁରକ୍ଷାର ବିଭିନ୍ନ ଦିଗ ଉପରେ କହି ନିଜ ସ୍ବାସ୍ଥ୍ୟ ପ୍ରତି ନିଜେ କିଭଳି ସଚେତନ ହେବେ ଏବଂ ଉଚିତ ସମୟରେ ଡାକ୍ତରୀ ପରାମର୍ଶ ନେବେ , ତାହା ଉପସ୍ଥିତ ଛାତ୍ରୀ ମାନଙ୍କୁ କହି ସଚେତନ କରାଇଥିଲେ । ଅନ୍ୟ ପକ୍ଷରେ ଆମେ ସେବା ଯୋଜନା ଶିବିର ପାଈଁ ଯେଉଁ ଗ୍ରାମାଞ୍ଚଳକୁ ଯାଇ ସେବା କରିଲେ ମଧ୍ୟ ପ୍ରଥମେ ଆମର ବ୍ୟବହାର ଗ୍ରାମ ଲୋକଙ୍କ ସହିତ ଠିକ ରଖିବାକୁ ହେବ । ସେବା କରିବାକୁ ଯିବା ପୂର୍ବରୁ ମୁଁ ଲୋକଙ୍କ କି ଅଞ୍ଚଳର କଣ ସେବା କରି ପାରିବି , ତାହା ନିଜ ବିବେକକୁ ପଚାରି ସେବା କାର୍ଯ୍ୟ କରିବାକୁ ହେବ ବୋଲି ଡାଃ.ପଟ୍ଟନାୟକ କହିଥିଲେ ।

  ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ରୀନା ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ "ମୁଁ ନୁହେଁ ତୁମର" ଭାବାର୍ଥ ଉପରେ ବୁଝାଇ କହିଥିଲେ ଯେ ମୁଁ ମୋ ପାଇଁ ନୁହେଁ , ତୁମ ମାନଙ୍କ ପାଇଁ କିଛି ସେବା କରିବି , ଏହାହିଁ  ଏହାର ଅର୍ଥ ବୋଲି କହିଥିଲେ |

ଅନ୍ୟପକ୍ଷରେ ଏହି ଜାତୀୟ ସେବା ଯୋଜନା ମାଧ୍ୟମରେ ଅତୀତରେ କିଭଳି ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ବିଭିନ୍ନ ସେବା କରିବା ସହିତ ଲୋକ ମାନଙ୍କୁ ସଚେତନ କରାଯାଇଛି , ତାହା ବୁଝାଇ କହିଥିଲେ ଅଧ୍ୟକ୍ଷା ଡ଼ଃ. ସାହୁ ।  ସମସ୍ତ କାର୍ଯ୍ୟକ୍ରମକୁ ସେବା ଯୋଜନାର କର୍ମ ହରି ଓ ଛାତ୍ରୀ ମାନେ ପରିଚାଳନା କରିଥିଲେ।

 

0
0
0
s2sdefault