ହେଡଲାଇନସ୍:

ଦମ ଦେଖାଇଲା କଳାହାଣ୍ଡି ପୋଲିସ :  ଗଣ ଦୁଷ୍କର୍ମ-ଭିଡିଓ ଭାଇରଲ ଘଟଣାର ସବୁ ଅଭିଯୁକ୍ତ ଗିରଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଙ୍ଗାଧରଙ୍କ ରଣନୀତି ଓ ପୋଲିସର ଉଦ୍ୟମ ଆଣିଲା ସଫଳତା

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜୁନାଗଡ଼ ଥାନା ଜରିଂ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଭିଡ଼ିଓ ଭାଇର।ଲ ଘଟଣାରେ  କଳାହାଣ୍ଡି ପୁଲିସକୁ ମିଳିଛି  ବଡ ସଫଳତା | ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ | ଆଜି କଳାହାଣ୍ଡି ଏସପି ବି ଗଂଙ୍ଗାଧର ଜୁନାଗଡ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ପୃକ୍ତ ଦୋଷୀ ମନକୁ ଚିହ୍ନଟ କରିବା ସହ ଘଟଣାରେ ସମ୍ପୃକ୍ତ ସାତଜଣଙ୍କୁ ଗିରଫ୍ କରି ଥିବା ପ୍ରକାଶ କରିଛନ୍ତି |

ଆଜି  ଯୁବତୀଙ୍କୁ ଗଣ ଦୁଷ୍କର୍ମ ମାମଲା ରେ ଖୁଲାସା କରିକରି ଏସପି କହିଛନ୍ତ ଯେ ଗତ ୧୪ ତାରିଖରେ ପୀଡିତ ଯୁବତୀ ଜଣକ ଭବାନିପାଟଣାରୁ ତାଙ୍କ ଗାଁ ଜୁନାଗଡ ଅଭିମୁଖେ ଫେରୁଥିଲେ ଜଣକ ମାତ୍ର ସାଇକେଲରେ | ବନମାଲୀପୁର ଠାରେ ୬ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ ଓ ଯୁବତୀ ଜଣଙ୍କୁ ସେଠାରୁ ଜୋଡାବରଦସ୍ତ ଉଠାଇ ନେଇ ନିକଟସ୍ଥ ଘଂଚ ଜଙ୍ଗଲରେ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ |  ଏ ସମ୍ପର୍କରେ ୨୩ ତାରିଖରେ ପୋଲିସରେ ମାମଲା ରୁଜୁ ହେବାବି ପରେ ପୋଲିସ ପାଖରୁ ଆରମ୍ଭ ହୋଇଥିଲା ତନାଘନା |  ଏ ଘଟଣାକୁ ଏସପି  ନିଜେ ତଦନ୍ତ ଭାର ନେଇ ଅଭିଯୁକ୍ତକୁ ଧରିବା ପାଇଁ ରଣନୀତି କରିଥିଲେ |  ଯୁବତୀଙ୍କୁ ଲିଫ୍ଟ ନେଇ ଯାଇଥିବା ନରେନ୍ଦ୍ର ଶବର ପୋଲିସର ପ୍ରଥମ ଅଭିଯୁକ୍ତକୁ ନେଇ ପଚରା ଉଚୁରା ସହ ପିଡ଼ିତା ଯୁବତୀଙ୍କ ବୟାନକୁ ଆଧାର କରି ତଦନ୍ତ କରି ପୋଲିସକୁ  ସଫଳତା ମିଳିଛି। ଏହି ସଂକ୍ରାନ୍ତରେ ପୋଲିସ ୭ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖି ଗୋପନୀୟ ସ୍ଥାନରେ ଜେରା କରିବା ପରେ ସେମାନେ ସେମାନଙ୍କ ଦୋଷ ସ୍ଵୀକାର କରିଥିଲେ | ଗଣ ଦୁଷ୍କର୍ମରେ ସମ୍ପୃକ୍ତ ୬ ଜଣ ଓ ଭିଡ଼ିଓ ଭାଇରାଲ  କରିଥିବା ୩ ଜଣଙ୍କୁ ଗିରଫ କରିଥିବା ଏସପି ସୂଚନା ଦେଇଛନ୍ତି |

ଏହି ଘଟଣାରେ ଦୁଷ୍କର୍ମକାରୀ ଅଭିଯୁକ୍ତ ଅମିତ ନାଏକ,ପ୍ରକାଶ ନାଏକ, ସାନଟା ନାଏକ ଲାବଣ୍ୟ ଛତ୍ରିଆ, ଅନିରୁଦ୍ଧ ଛତ୍ରିଆ  ଓ ଜଣେ ନାବାଳକ ସାମିଲ ରହିଥିବା ବେଳେ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ଵିନୋଦ ନାଏକ, ଟିକେମଣି ପୋଡ଼,ସ୍ବୟମ୍ବର ବାଗ ସମ୍ପୃକ୍ତ ରହିଛନ୍ତି |  ଦୁଷ୍କର୍ମକାରୀ ଅଭିଯୁକ୍ତ ଓ ଭାଇରଲ କରିଥିବା  ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଦଣ୍ଡବିଧାନ କରାଯିବ ବୋଲି ସୂଚନା ମିଳିଛି। କଳାହାଣ୍ଡି ପୋଲିସର ତତ୍ପରତା,ଏସପି ଶ୍ରୀ ଗଙ୍ଗାଧରଙ୍କ ସଫଳ ବ୍ଲୁ ପ୍ରିଣ୍ଟ  ଅଭିଯୁକ୍ତମାନଙ୍କୁ ଧରିବା ସମ୍ଭବ ହୋଇପାରିଥିଲା ଓ ଏଭଳି ସମ୍ବେଦନଶୀଳ ମାମଲାରେ  ଏତେ କମ ସମୟ ଭିତରେ ସଫଳତା ପାଇଥିଲା କଳାହାଣ୍ଡି ପୋଲିସ |  ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଗୋପୀନାଥ ମଣି ପାତ୍ର, ଏସଡ଼ିପିଓ ଧର୍ମଗଡ ଲକ୍ଷ୍ମୀନାରାୟଣ ପଣ୍ଡା ଓ ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠି ଉପସ୍ଥିତ ଥିଲେ |

ସୂଚନାଯୋଗ୍ୟ ଯେ ଖୋଦ ହୋମ ମିନିଷ୍ଟର ତଥା  ପୋଲିସ ବିଭାଗର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଂଚଳରେ ଘଟିଥିବା ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜ୍ୟସାରା ଆଲୋଡନ ସୃଷ୍ଟି ହୋଇଥିବା ବେଳେ ମହିଳା କମିଶନ ଅଧ୍ୟକ୍ଷ। ଡ଼ ମିନତୀ ବେହେରା ଜୁନାଗଡରେ ପହଂଚି ପ୍ରଥମେ ଜୁନାଗଡ ଥାନା ଏବ୍ଂ ପୀଡ଼ିତl କୁ ଜୁନାଗଡ ଡାକ୍ତର୍ ଖାନାରେ ଭେଟି ବା ସହ ଘଟନାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ |  ଦୋଷୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ |

0
0
0
s2sdefault