ହେଡଲାଇନସ୍:

କମେଣ୍ଟ ମରା ନେଲା ଦୁଇ ମୁଣ୍ଡ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୁଜୁମୁରା ରେ ଲୋମଟାଙ୍କୁରା ନୃଶଂସତା : କମେଣ୍ଟମରାରୁ ଡବଲ୍‌ ମର୍ଡର

କମେଣ୍ଟମରାକୁ ନେଇ ଗାଁ ମଝିରେ ବୀଭତ୍ସକାଣ୍ଡ

୫ ଜଣଙ୍କୁ ଗୋଡ଼ାଇ ହାଣିଲେ ଗୋଡ଼ କାଟିଦେଲେ

ଦୁଇ ଭାଇ ମୃତ, ଅନ୍ୟ ଜଣେ ସଙ୍କଟାପନ୍ନ

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସୀମା ଟପି ଯାଇଛି ନୃଶଂସତା। ସମ୍ବଲପୁର ଜିଲ୍ଲାରେ ଘଟିଛି ଲୋମଟାଙ୍କୁରା ଡବଲ ମର୍ଡର। ରେଢାଖୋଲ ଯୁଯୁମୁରା ଥାନା ଭଣ୍ଡାରିମାଲ ଗାଁ ଦାଣ୍ଡରେ ଗୋଟିଏ ପରିବାରର ଦୁଇ ଭାଇ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଭାଇଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୋଟିଏ ଗୋଡ଼ କାଟି ଦିଆଯାଇଛି। ତାଙ୍କୁ ମଧ୍ୟରାତ୍ରି‌ରେ ବୁର୍ଲା ମେଡିକାଲ ଅଣାଯାଇଛି। ଅନ୍ୟ ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗାଁର ଜଣେ ଝିଅକୁ କମେଣ୍ଟ ଓ ମାରପିଟ ଘଟଣାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। କମେଣ୍ଟ ମାରିଥିବା ଯୁବକଗୋଷ୍ଠୀଙ୍କ ଆକ୍ରମଣରେ ରାତି ପ୍ରାୟ ୮ରୁ ୯ଟା ମଧ୍ୟରେ ଗାଁ ରାସ୍ତାରେ ରକ୍ତର ସୁଅ ଛୁଟିଛି। ଦୁଇ ମୃତ ଓ ଦୁଇ ଆହତଙ୍କ ଗୋଡ଼କୁ ମଧ୍ୟ କାଠ ଉପରେ ରଖି ହାଣି ଛିଣ୍ଡାଇ ଦିଆଯାଇଛି।

ମୃତକମାନେ ହେଲେ ଭଣ୍ଡାରିମାଲ ଗ୍ରାମ ତଳିପଡ଼ାର ଶକ୍ତିଭୂଷଣ କୁମରା(୩୫) ଓ ଅରବିନ୍ଦ କୁମରା(୨୫)। ଆହତମାନେ ହେଲେ ସେମାନଙ୍କ ଭାଇ ବିଭୂତି ଭୂଷଣ କୁମରା ଓ ସଂପର୍କୀୟ ନନ୍ଦଲାଲ ଭୁଏ। ଅନ୍ୟ ଜଣେ ଆହତଙ୍କ ପରିଚୟ ମିଳିପାରିନାହିଁ।

ମୃତାହତ ତିନିଭାଇ ଉକ୍ତ ଝିଅଙ୍କ ସଂପର୍କୀୟ। ସେପଟେ, ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡ ଫାଟିଥିବା ସୂଚନା ମିଳିଛି। ଘଟଣା ସଂପର୍କରେ ଖବର ପାଇ ଅତିରିକ୍ତ ଏସ୍‌ପି ‌ପି.କେ.ମହାପାତ୍ର, ରେଢ଼ାଖୋଲ ଏସ୍‌ଡିପିଓ ହାଡ଼ିବନ୍ଧୁ ସ୍ବାଇଁ ଓ ଯୁଯୁମୁରା ଥାନା ଅଧିକାରୀ ରୀନା ବେହେରା ବିଳମ୍ବିତ ରାତିରେ ସେଠାରେ ପହଞ୍ଚିଛନ୍ତି। ମୃତଦେହ ଜବତ କରିବା ସହ ଥାନାରେ ମାମଲା ରୁଜୁ କରାଯାଇଛି। ଆକ୍ରମଣକାରୀମାନେ ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ଜଣେ ଝିଅଙ୍କୁ ତଳିପଡ଼ାର କିଛି ଯୁବକ କମେଣ୍ଟ ମାରିବା ସହ ଗାଳିଗୁଲଜ କରିଥିଲେ। ସେହି ଘଟଣାକୁ ନେଇ ଝିଅଙ୍କ ପରିବାର ଓ କିଛି ସଂପର୍କୀୟ ସକାଳେ ଆଲୋଚନା ପାଇଁ ସେଠାକୁ ଯାଇଥିଲେ। କିନ୍ତୁ କମେଣ୍ଟ ମାରିଥିବା ଯୁବକମାନେ ଅନୁପସ୍ଥିତ ଥିଲେ। ତେବେ ଗାଁ ଦାଣ୍ଡରେ ଗାଳିଗୁଲଜ କରି ପରିବାର ଓ ସଂପର୍କୀୟ ଫେରିଥିଲେ। ସଂଧ୍ୟାରେ ଦେଖିନେବେ ବୋଲି ମଧ୍ୟ କୁଆଡ଼େ ଧମକ ଦେଇଥିଲେ। ଏହି ଘଟଣା ପରେ କମେଣ୍ଟ ମାରିଥିବା ଗୋଷ୍ଠୀ ସନ୍ଧ୍ୟାରେ ଟାଙ୍ଗିଆ ଓ ଅନ୍ୟ ମାରଣାସ୍ତ୍ର ଧରି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଝିଅଙ୍କ ସମ୍ପର୍କୀୟ ପୁଣି ଗାଁ ମୁଣ୍ଡରେ ପହଞ୍ଚିବା ପରେ ଉଭୟ ‌ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। କମେଣ୍ଟ ମାରିଥିବା ଗୋଷ୍ଠୀ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଟାଙ୍ଗିଆରେ ହାଣିବା ସହ ସମସ୍ତଙ୍କର ଗୋଟିଏ ଲେଖାଏଁ ଗୋଡ଼କୁ କାଠ ଗଣ୍ଡିରେ ଥୋଇ କାଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ଶକ୍ତି ଓ ଜିତେନ୍ଦ୍ରଙ୍କର ମୃତ୍ୟୁ ‌ହୋଇଯାଇଥିବା ସମୟରେ ବିଭୂତି ଓ ନନ୍ଦୁଲାଲ ସଂକଟାପନ୍ନ ଅବସ୍ଥାରେ ଗାଁ ଦାଣ୍ଡରେ ପଡ଼ି ରହିଥିଲେ। ଗାଁ ଦାଣ୍ଡର ଏହି ବୀଭତ୍ସ ଦୃଶ୍ୟ ଦେଖି ଲୋକେ ଆତଙ୍କିତ ହୋଇଯାଇଥିଲେ ସୁଦ୍ଧା‌ କେହି ପୁଲିସ୍‌କୁ ସୂଚନା ଦେଇନଥିଲେ। ପରେ ରାତି ପ୍ରାୟ ୧୧ଟାରେ ପୁଲିସ୍‌ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଁରେ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ରାତି ପାହିଲେ ଘଟଣା ସଂପର୍କରେ ସବିଶେଷ ବିବରଣୀ ମିଳିପାରିବ ବୋଲି ପୁଲିସ କହିଛି |

0
0
0
s2sdefault