ହେଡଲାଇନସ୍:

ଜାତୀୟ ସେବା ସଂସ୍ଥା ଦିବସ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା,(ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିୟର ମହାବିଦ୍ୟାଳୟ ପରିସରରେ ମଙ୍ଗଲବାର ଅପରାହ୍ନରେ ଜାତିୟ ସେବା ସଂସ୍ଥା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ବିନୋଦ ବିହାରି ମିଶ୍ରଙ୍କ ସଭାପତୀତ୍ୱରେ ଏକ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ମିନକେତନ ବିଶ୍ୱାଲ ସଭାର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଜାତିୟ ସେବା ସଂସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ଡ.ସରୋଜ ଦାସ, ଅଧ୍ୟାପକ ଭୁପତୀ କାଲୋ, ଅଧ୍ୟାପକ ସୁଶାନ୍ତ ନାୟକ, ଅଧ୍ୟାପକ ମହେଶ କୁମାର ମିଶ୍ର ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜାତିୟ ସେବା ସଂସ୍ଥାର ୫୦ବର୍ଷ ପୂର୍ତି ଉପଳକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା, ସଫେଇ କାର୍ଯ୍ୟକ୍ରମ ଓ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ସବୁକୁ ସୁନିଲ ଜୈନ, ସୁବାଷ ପଧାନ, ରଘୁମଣି ମହାନନ୍ଦ, ହୃଷିକେଶ ସାହୁ, ସବିତା ସେଠ, ସଂଯୁକ୍ତ କାଣ୍ଡ, ତ୍ରିନାଥ କାଣ୍ଡ, ଉପେନ୍ଦ୍ର ଜାଲ ପ୍ରମୁଖ ସହଯୋଗ କରିଥିଲେ । 

0
0
0
s2sdefault