ହେଡଲାଇନସ୍:

ଜାତୀୟ ସେବା ଯୋଜନା ଦିବସର ସୁବର୍ଣ୍ଣ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

      ଓଡ଼ଗାଁ ୨୪/୯ : ଓଡଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଆଜି ଜାତୀୟସେବା ଯୋଜନା ଦିବସର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ କୃଷ୍ଣଚନ୍ଦ୍ର ସାହୁ, ଅଧ୍ୟାପକ ସୁଶାନ୍ତ କୁମାର ବିଶୋଇ, ବିଜୟାନନ୍ଦ ଶତପଥୀ ଯୋଗ ଦେଇ ଏହି ଯୋଜନାର ଉଦ୍ଦେଶ୍ୟ  ସଂପର୍କରେ ସ୍ୱେଚ୍ଛାସେବୀମାନଙ୍କୁ  ଅବଗତ କରାଇଥିଲେ । ଏଥି ସହିତ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପରିକଳ୍ପନାର ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସେବା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କର ବିଭିନ୍ନ କ୍ଷେତ୍ରରେ କିପରି ପରିବର୍ତନ ସମ୍ଭବ ହୋଇପାରିଛି ସେଭଳି ଅନୁଭୂତିକୁ ଉପସ୍ଥାପନ କରିଥିଲେ । ଏହି ଅବସରରେ ଜାତିରପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସୁଷମା ମଞ୍ଜରୀ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟାପକ ଅବନୀକାନ୍ତ ପାତ୍ର ଓ ଅନ୍ୟ  ସହକରମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault