ହେଡଲାଇନସ୍:

ପୂର୍ତ୍ତ ବିଭାଗର ଧୂର୍ତ୍ତ ଯନ୍ତ୍ରୀଙ୍କୁ ଲାଗିବ ଲଗାମ : ବଦଳି ନୀତି ବଦଳ , କଡାକଡି ହେବ ତିନି ବର୍ଷିଆ ପଲିସୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର (ଶାସକ ପ୍ରଶାସକ )  ପୂର୍ତ୍ତ ବିଭାଗରେ କାମ କରୁଥିବା ଧୂର୍ତ୍ତ ଯନ୍ତ୍ରୀଙ୍କ ଉପରେ ଲଗାମ |  ମାଲପାଣି ଦେଇ ପଟା  ପାଉତି କଲାଭଳି ଗୋଟିଏ ଜାଗାରେ ପୈତୃକ ଜାଗୀର ଜଗି ବସିଲା ଭଳି ଆସ୍ଥାନ ମାଡି ବସିଥିବା ଯନ୍ତ୍ରୀମାନଙ୍କ ହେବ ବଦଳି | ସେରହିପାଇଁ ପୂର୍ତ୍ତବିଭାଗ ପ୍ରସ୍ତୁତ କରୁଛି ନୂଆ ବଦଳି ନୀତି । କଡାକଡି ବଦଳି ନୀତି ଚୂଡାନ୍ତ ହେବ ପୂର୍ବରୁ ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏକ ମଧ୍ୟବର୍ତ୍ତୀକାଳିନ ବଦଳି ନୀତି  । ମୁଖ୍ୟମନ୍ତ୍ରୀଙ୍କ 5-ଟି ସୂତ୍ର ଆଧାରରେ  ବିଭାଗରେ ସ୍ବଚ୍ଛତା ଆଣିବା ସହ ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ବଦଳି ନୀତି କାର୍ଯ୍ୟକାରୀ ହୋଇଥିବା କୁହାଯାଉଛି | 

ଏହି ବଦଳି ନୀତି  ଓଡିଶା ଇଂଜିନିୟରିଂ ସର୍ଭିସ ଓ ଓଡିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ କ୍ୟାଡର ଯନ୍ତ୍ରୀଙ୍କ ପାଇଁ ଲାଗୁ କରାଯିବ  । ଏହି ନୀତି ଅନୁଯାୟୀ  ସାଧାରଣ ଭାବେ ଗୋଟିଏ ସ୍ଥାନ ଓ ଗୋଟିଏ ପଦବୀରେ ତନି ବର୍ଷ କାମ କରିବା ପରେ ଇଂଜିନୟରଙ୍କ ବଦଳି ହେବ । କିନ୍ତୁ କୌଣସି ଅଧିକାରୀ ଗୋଟିଏ ସ୍ଥାନ କିମ୍ବା ପଦରେ କୌଣସି ମତେ 5 ବର୍ଷରୁ ଅଧିକ ରହିପାରିବେ ନାହିଁ । ଓଡିଶା ଇଂଜିନିୟରଂ ସର୍ଭିସ କ୍ୟାଡର ଅଧିକାରୀମାନେ ଗୋଟିଏ ରାଜସ୍ବ ଜିଲ୍ଲାରେ 10 ବର୍ଷରୁ ଅଧିକ ରହି କାମ କରିପାରିବେ ନାହିଁ । ଓଡିଶା ଡିପ୍ଲୋମା ଇଂଜିନୟର ସର୍ଭିସ କ୍ୟାଡର ପାଇଁ ଏହି ସମୟ ସୀମା 15 ବର୍ଷ । ଓଡିଶା ଇଂଜିନିୟରିଂ ସର୍ଭିସ କ୍ୟାଡର ଅଫିସର ନିଜ ଜିଲ୍ଲାରେ ଏବଂ ଓଡିଶା ଡିପ୍ଲୋମା ଇଂଜନିୟର ସର୍ଭିସ କ୍ୟାଡର ଇଂଜିନିୟର ନିଜ ସବଡିଭିଜନରେ ପୋଷ୍ଟିଂ ପାଇପାରିବେ ନାହିଁ ।

ଅବସରକୁ ଦୁଇ ବର୍ଷ ଥିବା ଅଧିକାରୀଙ୍କ ବଦଳି କରାଯିବ ନାହିଁ । କିନ୍ତୁ ପ୍ରଶାସନିକ ଆବଶ୍ୟକତା କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ବଦଳି କରାଯାଇପାରିବ । ଡେପୁଟେସନରେ ଅନ୍ୟ ବିଭାଗରେ 10 ବର୍ଷ ଧରି କାମ କରିଥିବା ଇଂଜିନିୟରଙ୍କୁ ସେମାନଙ୍କ ମୂଳ ବିଭାଗକୁ ଫେରାଇ ଅଣାଯିବ ।  ବ୍ୟକ୍ତିଗତ ଏବଂ ପ୍ରଶାସନିକ ଆବଶ୍ୟକତା ଆଧାରରେ ବଦଳି କରାଯିବ । ପ୍ରଶାସନିକ ଆବଶ୍ୟକତାରେ ବିଭିନ୍ନ କ୍ଷେତ୍ରୀୟ କାର୍ଯ୍ୟାଳୟର ଆବଶ୍ୟକତାକୁ ସମତୁଲ କରିବାକୁ ବଦଳି କରାଯିବ । ବ୍ୟକ୍ତିଗତ ଆଧାରରେ ସ୍ବାସ୍ଥ୍ୟ କିମ୍ବା ଅନ୍ୟ ବ୍ୟକ୍ତିଗତ କାରଣ ପାଇଁ ବଦଳି କରାଯିବ । ତେବେ ଏହିସବୁ ବଦଳି ନୀତି ସାଧାରଣ ଲୋକଙ୍କ ସ୍ବାର୍ଥ କିମ୍ବା ସଂପୃକ୍ତ ଇଂଜିନୟରଙ୍କ ପରିବାର ଲୋକଙ୍କ ସ୍ବାସ୍ଥ୍ୟଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋହଳ କରାଯାଇପାରିବ ।

ଏହି ବଦଳି ନୀତିର କାର୍ଯ୍ୟକାରିତା ଏବଂ ବଦଳିର ଆବଶ୍ୟକତାକୁ ବିଚାର କରିବା ପାଇଁ କେତେକ କମିଟି ଗଠିତ ହୋଇଛି  । ଏହି କମିଟିର ସୁପାରିଶ ଆଧାରରେ କର୍ତ୍ତୃପକ୍ଷ ଆବଶ୍ୟକ ନିଷ୍ପତ୍ତି ନେବେ । ନିର୍ବାହୀ ଯନ୍ତୀ କିମ୍ବା ତଦୁର୍ଦ୍ଧ ଶ୍ରେଣୀର ଯନ୍ତ୍ରୀଙ୍କ ବଦଳି ସଂକ୍ରାନ୍ତ ନିଷ୍ପତ୍ତି କମିଶନର-କମ-ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ନେବ । ଉପ-ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସଂପର୍କରେ ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ନେବ । ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ସଂକ୍ରାନ୍ତ ନିଷ୍ପତ୍ତି ପାଇଁ ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସୁପାରିଶ  କରିବ  ବୋଲି ଜଣାପଡିଛି 

0
0
0
s2sdefault