ହେଡଲାଇନସ୍:

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତୁରନ୍ତ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଲେ କ୍ରୀଡ଼ା ମନ୍ତ୍ରୀ

  ଭୁବନେଶ୍ୱର, : ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କରିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛିା ସରକାର ଛାତ୍ରଛାତ୍ରୀଙ୍କ ସମସ୍ୟା ସଂପର୍କରେ ଅବଗତ ଅଛନ୍ତି ଏବଂ ଖୁବ୍ ଶୀଘ୍ର ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ତ ଅଭିଯୋଗର ସମାଧାନ କରାଯିବ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯିବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲୋ

ଛାତ୍ରଛାତ୍ରୀମାନେ ସେମାନଙ୍କ ସମସ୍ୟା ନେଇ ବିଭାଗ ଆଗରେ ଧାରଣା ଦେଇଥିବା ଜାଣିବା ପରେ ଇଲେକ୍ଟ୍ରୋନିକସ୍, ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ା ନିର୍ଦ୍ଦେଶକଙ୍କ ସହ ଏ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲୋ

ପୂର୍ବରୁ ସେପ୍ଟେମ୍ବର  ୨୦ରେ ମନ୍ତ୍ରୀ ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କ ଏହି ସମସ୍ୟା ସଂପର୍କରେ ସୂଚନା ପାଇ କଳିଙ୍ଗ ଷ୍ଟାଡିୟମରେ  ଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବେହେରାଙ୍କ ସହ ବିଶଦ ଆଲୋଚନା କରିଥିଲୋ କଳିଙ୍ଗ ଷ୍ଟାଡିୟମ୍ର ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ଶାରୀରିକ ଶିକ୍ଷା ମହାବିଦ୍ୟାଳୟକୁ ସାମୟିକ ଭାବେ ଆପେକ୍ସ କଲେଜରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲାା ତେବେ ସଂପୃକ୍ତ କଲେଜ ସହ ଚୁକ୍ତିନାମା ହୋଇ ନଥିବାରୁ ସେଠାରେ ଶିକ୍ଷାଦାନ ଆରମ୍ଭ ହୋଇପାରି ନାହିାଁ ଏଥିସହିତ କଲେଜର ନୂଆ ବିଲଡିଂ ପାଇଁ ତମାଣ୍ଡୋ ମଉଜାରେ ଜମି ଚିହ୍ନଟ ହୋଇସାରିଛି ବୋଲି କଲେଜ ଅଧ୍ୟକ୍ଷା ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ସୂଚନା ଦେଇଥିଲୋ

କଲେଜର ନୂଆ ବିଲଡିଂ କାର୍ଯ୍ୟ ପ୍ରକ୍ରିୟା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ତୁରନ୍ତ ଆରମ୍ଭ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତିା ଏଥି ସହ ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ତୁରନ୍ତ ଶିକ୍ଷାଦାନ ଆରମ୍ଭ କରିବା ସହ କୌଣସି ପରିସ୍ଥିତିରେ ଯେପରି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟାହତ ନହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା କଲେଜ୍ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା

 

0
0
0
s2sdefault