ହେଡଲାଇନସ୍:

ପଦ୍ମପୁର ପୋଲିସର ସଫଳତା:ଗିରଫ ହେଲେ 6 ଅଭିଯୁକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଅପରାଧ କୁ କଣ୍ଟ୍ରୋଲ କରିବାକୁ ଅଣ୍ଟାଭିଡି ବାହାରିଛି ପଦ୍ମପୁର ପୋଲିସ । ପ୍ରଦୀପ କୁମାର ସାହୁ ପଦ୍ମପୁର ରେ SDPO ଭାବରେ ଦାଇତ୍ୱ ଗ୍ରହଣ କରିବା ପରେ ସେ କଫ ସିରଫ ବ୍ୟବସାୟୀ ହୁଅନ୍ତୁ କିମ୍ବା ଅନ୍ୟ ଅପରାଧୀ , ସମସ୍ତ ଏବେ ଛାନିଆ । ଉପଖଣ୍ଡ ର ବିଭିନ୍ନ ଥାନାରେ ଇତି ମଧ୍ୟରେ ବହୁ ପରିମାଣ ରେ କଫ ସିରଫ ର ବ୍ୟବସାୟୀ ମାନେ ସିଂହନପୁର (ଜେଲ)ର ଅତିଥି ହେଇଥିବା ବେଳେ ଅନ୍ୟ ଅନେକ ଅପରାଧୀ ମାନଙ୍କର ବର୍ତ୍ତମାନ ର ଠିକଣା ସିଂହନପୁର ଜେଲ । 

   ଆଜି ପଦ୍ମପୁର SDPO କରିଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ପଦ୍ମପୁର ଥାନା କେଶ ନମ୍ବର 195 ଓ 200 ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚନ୍ଦ୍ର ଓରଫ ବେଡା ଗୁର୍ଲା ଓ ତାର 5 ଜଣ ସହଯୋଗୀ କୁ ପଦ୍ମପୁର ପୋଲିସ ଧରିବା ସହିତ ସେମାନେ ଚୋରି କରିଥିବା ସୁନା ଅଳଙ୍କାର ସହିତ ଅନେକ ସାମଗ୍ରୀ ଜବତ କରିଛି । ବେଡା ଗୁର୍ଲା ନାମରେ ପୂର୍ବରୁ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନାରେ 2ଗୋଟି ମାମଲା ଥିବା ବେଳେ ପଦ୍ମପୁର ଥାନାରେ ସମୁଦାୟ 5 ଗୋଟି ମାମଲା ରହିଛି । ବେଡା ଗୁର୍ଲା ସହିତ ପୋଲିସ ସଞ୍ଜୟ ଗୁର୍ଲା , ପବିତ୍ର ମେହେର , ଆଲୋକ କଲେତ , ଜୟରଥ ଡୁଙ୍ଗୁରି , ଗୋପୀ ନାୟକ କୁ ଗିରଫ କରିଥିବା ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ଏହି ସମ୍ମିଳନୀରେ SDPO ଶ୍ରୀ ସାହୁ ଙ୍କର ସହିତ ପଦ୍ମପୁର ଥାନା ଅଧିକାରୀ ଶ୍ରୀ ମାନଶ ରଂଜନ ପ୍ରଧାନ , SI P ହେମ୍ରମ , ASI P ବେହେରା , ପ୍ରମୂଖ ଉପସ୍ଥିତ ଥିଲେ ।

0
0
0
s2sdefault