ହେଡଲାଇନସ୍:

ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ-ଦିବସ  ଅବସରରେ ବ୍ଲକ ସ୍ତରୀୟ  କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛାତ୍ର ଛାତ୍ରୀ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷାଲାଭ କରିବା ପାଇଁ ଆହ୍ବାନ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ନୁଆଗଡ଼ ବ୍ଲକ  ନୁଆଗଡ଼ ସ୍ଥିତ ଲକ୍ଷ୍ମୀ ନୃସିଂହ ବିଦ୍ୟାପିଠ ପରିସରରେ ଆସନ୍ତା ଅକ୍ଟୋବର ୨ ତାରିଖ ଦିନରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସ ଅବସରରେ ଏକ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

     ଆସନ୍ତା ଅକ୍ଟୋବର ୨ ତାରିଖରେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଉତ୍ସବ ପାଳନ ହେବ , ଏଥିପାଇଁ ଏହି  ଅନୁଷ୍ଠିତ ହୋଇ ଥିବା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ବ୍ଲକର ମୋଟ ୧୩ ଗୋଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।

   ଏହି କାର୍ଯ୍ୟକ୍ରମରେ  ବ୍ଲକ ଶିକ୍ଷା ଅଧିକାରୀ  ବ୍ରଜ କୁମାର ନାୟକ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ନୁଆଗଡ଼ର ସରପଞ୍ଚ ମିନ ମଣ୍ଡଳ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସମିତି ସଭ୍ୟା ସର୍ମିଷ୍ଠା ପାଲ ଏବଂ ଗୋଷ୍ଠୀ ଶିକ୍ଷା କେନ୍ଦ୍ରର କର୍ମଚାରୀ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ଛାତ୍ର ଛାତ୍ରୀ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷାଲାଭ କରିବା ପାଇଁ ଆହ୍ବାନ କରିଥିଲେ ।

       ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ  ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଅତିଥି ମାନଙ୍କ ଦ୍ବାରା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

   ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୧୩ ଗୋଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନୁଆଗଡ଼ ଉଚ୍ଚ ବିଦ୍ୟାଳୟର କର୍ମକର୍ତ୍ତା ମାନେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

0
0
0
s2sdefault