ହେଡଲାଇନସ୍:

ସମାଜ ସାଜିଲା ବୈରୀ, ଉଦାସୀନ ପ୍ରଶାସନ : ଶେଷରେ ଯୁବକ ହାରିଲେ ଜୀବନ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଶାସନକୁ ଗୁହାରି କରି ନ୍ୟାୟ ପାଇଲେନି ବାସନ୍ଦ ଯୁଧିଷ୍ଠିର

ସୀମା ଟପିଗଲା ଅମଣିଷପଣିଆ, ମଲା ପରେ ବି ଗ୍ରାମବାସୀଙ୍କ ମନ ବୁଝିଲାନି   

ବରଗଡ / :- ବଂଚିଥିବା ବେଳେ ଦାଉ ସାଧିଲେ | ମରିବା ପରେ ବି ଛାଡିଲେନି | ଅମଣିଷ ପଣିଆର ସୀମା ଟପିଗଲେ ଗାଁଲୋକ | ଜୀବନ କାଳରେ ଗାଁରୁ ତାଡି ଦେଲେ, ଆଉ ମଲା ପରେ କାନ୍ଧ ଦେବା ତ ଦୂରର କଥା ସତ୍କାର ପାଇଁ ବି ଅନୁମତି ଦେଲେନି | ଏଭଳି ହୃଦୟ ବିଦାରକ ତଥା ଅସଭ୍ୟ ଘଟଣା ଘଟି ଯାଇଛି ବରଗଡ଼ ଜିଲ୍ଲାରେ | ଆଉ ଏଠି ପ୍ରଶାସନ ଓ ପୋଲିସର ପରିବାରପଣିଆ କୁ ନେଇ ବି ସାଧାରଣରେ ପ୍ରଶ୍ନ ଉଠିଛି | ପ୍ରଶାସନ ଆଉ ସମାଜ ପର କରିବାରୁ ମୃତ୍ୟୁକୁ ନିଜର କରିନେଲେ ଯୁଧିଷ୍ଠିର | ଦୀର୍ଘ ଦିନରୁ ସବର୍ଣ୍ଣ ଗ୍ରାମବାସୀଙ୍କ ଦ୍ଵାରା ବାସନ୍ଦ ହୋଇଥିବା ଦଳିତ ପରିବାରର ଯୁବକ ଯୁଧିଷ୍ଠିର ଲୁହାର ପରିବାର ସହିତ ବିଭିନ୍ନ ଗ୍ରାମରେ ଆଶ୍ରୟ ନେଇ ଗତ କିଛି ଦିନ ତଳୁ ପାଇକମାଲ ବ୍ଲକର ଭେଙ୍ଗରାଜ ଗ୍ରାମରେ ଜଣେ ସମ୍ପର୍କୀୟ ଙ୍କର ଘରେ ଆଶ୍ରୟ ନେଉଥିଲେ । ପୁଣି ନିଜ ଗ୍ରାମକୁ ଫେରି ଶାନ୍ତି ଜୀବନ ଯାପନ କରିବା ପାଇଁ ଗତ 11.09.19 ରେ ବରଗଡ଼ ଜିଲ୍ଲାର SP ଙ୍କୁ ତାଙ୍କ ଉପରେ  ହୋଇଥିବା ଅତ୍ୟାଚାର ବାବଦରେ ଅବଗତ କରାଇ ସୁରକ୍ଷା ଆବେଦନ କରିଥିଲେ । ଏସପିଙ୍କ ଠାରୁ  ବା ଜିଲ୍ଲା ପୋଲିସ ଓ ପ୍ରଶାସନ ଠାରୁ କି ଅଭୟ ଆଶ୍ୱାସନା ବା ନିରାପତ୍ତା ପ୍ରତଶ୍ରୁତି ମିଳିଲା କେଜାଣି,  ଅତ୍ୟାଚାରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଧମକ ଶୁଣି ମାନସିକ ଭାରସମ୍ୟ ହରାଇ ଗତ 23.09.19 ରେ ଯୁଧିଷ୍ଠିର  ଆତ୍ମହତ୍ୟା କରିଥିବା ଗୁରୁତର ଅଭିଯୋଗ | ଅଭିଯୋଗ ସତ୍ୟ ହୋଇଥିଲେ ସାଙ୍ଘାତିକ | 

ସ୍ଥାନୀୟ ପଦ୍ମପୁର ଥାନା ଘଟଣାକୁ ହାଲୁକା ଭାବରେ ଗ୍ରହଣ କରି ଗୋଟିଏ ସାଧାରଣ ଅପମୃତ୍ୟୁ ମାମଲା ରୁଜୁ କଲେ ଏବଂ ଶବ ବେବେଛେଦ କରାଇ ପରିବାର ହାତରେ ସନ୍ଧ୍ୟା 6 ଟାରେ ହସ୍ତାନ୍ତର କଲେ | ନିରାଶ୍ରୟ ବାପା ,ମା , ସ୍ତ୍ରୀ , ଓ ଭଉଣୀ ଉକ୍ତ ଶବକୁ ଆଶ୍ରୟ ନେଇଥିବା ଗାଁ ଭେଙ୍ଗରାଜ ପୁରକୁ ନେଇ ଯିବାରୁ ଉକ୍ତ ଗ୍ରାମବାସୀ ଭେଙ୍ଗରାଜ ପୁରରେ ସବ ସତ୍କାର କରିବାକୁ  ମନାକଲେ | ଧମକ ଦେଇ ଯଥା ଶୀଘ୍ର ତମ ଶବକୁ ଆମ ଗ୍ରାମରୁ ବାହାରକର ବୋଲି କହିଲେ ପରିବାର ଲୋକ ଅଭିଯୋଗ କରିଛନ୍ତି |  ଦୁଃଖ ସମୟରେ ଅନ୍ୟ  ଉପାୟ ନପାଇ  ସାମାଜିକ କର୍ମୀ ଗୋବର୍ଦ୍ଧନ ଛତର, ଗୋପବନ୍ଧୁ ଶିକା , ଚୈତନ୍ୟ ବାଗ , ସଂଜୀବ ଲୁହାର ,ଧରଣୀ ବାରିକ , ବଳରାମ କୁମ୍ଭାର ଇତ୍ୟାଦି ଙ୍କ ସହିତ ଯୋଗାଯୋଗ କରି ଘଟଣା ବିଷୟରେ ଅବଗତ କରାଇଲେ ମୃତକ ଙ୍କର ପରିବାର ଲୋକ। ସାମାଜିକ କର୍ମୀ ବୃନ୍ଦ ନିଜ ନିଜ ଭିତରେ ଆଲୋଚନା କରି BSP ଜିଲ୍ଲା ସଭାପତି ନାରାୟଣ ବେଶ୍ରା ଙ୍କୁ ଯୋଗାଯୋଗ କରି ସମସ୍ତେ ଉକ୍ତ ପରିବାର ପାଇଁ ନ୍ୟାୟ ପ୍ରଦାନ ଏବଂ ଶବ ସତ୍କାର ପାଇଁ ତା -23.09.19 ସୋମବାର ରାତି 12 ଟାରେ ଆସି ଆଶ୍ରିତ ଗ୍ରାମ  ଭେଙ୍ଗରାଜ ପୁର ଗ୍ରାମରେ ଉପସ୍ଥିତ ହେଲେ | ତୁରନ୍ତ ଉକ୍ତ ଗ୍ରାମରୁ ଶବ କୁ ଆଣି ପଦ୍ମପୁର SDPO ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଶବ ରଖି ନ୍ୟାୟ ପାଇଁ ଧାରଣାରେ ବସିଲେ | କିଛି ସମୟ ପରେ ପଦ୍ମପୁର SDPO ଖବର ପାଇ ଘଟଣା ଧାରଣା ସ୍ଥଳକୁ ପହଞ୍ଚି ଧାରଣାରେ ବସିଥିବା କାର୍ଯ୍ୟକର୍ତା ଓ ପରିବାର ର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ନିର୍ଭୟ ପ୍ରତିଶୃତି ଦେଇ ସବ ସତ୍କାର ପାଇଁ ଅନୁରୋଧ କଲେ । ଆନ୍ଦୋଳନ କାରୀଙ୍କ ଦାବି ମୁତାବକ ପୋଲିସ ଫୋର୍ସ ବ୍ୟବସ୍ଥା କରି ମୃତକଙ୍କ ମୁଳ ଗ୍ରାମ ମୁର୍ହାପାଲି କୁ ରାତି 2ଟାରେ ସବ ଆଣି ସତ୍କାର ପାଇଁ ପଦ୍ମପୁର ଥାନା ଅଧିକାରୀ ଗ୍ରାମବାସୀଙ୍କ ସାହାଯ୍ୟ ଲୋଡ଼ିଲେ । ଗ୍ରାମ ବାସୀ ଅସହଯୋଗ କରିବାରୁ ଉପସ୍ଥିତ ସମାଜିକ କର୍ମୀ , ପୋଲିସ ବାହିନୀ ଏବଂ ଅନ୍ୟ ଗ୍ରାମର ମୃତକଙ୍କ ସମ୍ପର୍କୀୟ ମାନେ ମିଶି 24.09.19 ସକାଳ 7 ଘଟିକାରେ ଶବ ସତ୍କାର କରାଗଲା ପ୍ରକାଶ ଥାଉ କି ଅତ୍ୟାଚାରିତ ମୃତକଙ୍କ ମୁଳ ଗ୍ରାମ ମୁର୍ହାପାଲି ଏବଂ ଆଶ୍ରିତ ଗାଁ ଭେଙ୍ଗରାଜ ପୁର ଗ୍ରାମ ବାସୀଙ୍କ ହୀନ ମାନବିକତା ହେତୁ ସବ ସତ୍କାରରେ ବଧ ଦେଲେ ଓ ସହଯୋଗ କଲେ ନାହିଁ । ଯାହାକି ମଣିଷ ସମାଜ ପାଇଁ ସବୁ ଦିନ ପାଇଁ ଏକ କଳଙ୍କିତ ଇତିହାସ ଭାବରେ ରହିଯିବ । 

0
0
0
s2sdefault