ହେଡଲାଇନସ୍:

ଗଜପତି ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ରା:ଉଦୟଗିରି  ବ୍ଲକ କାର୍ଯ୍ୟଳୟ ପରିସରରେ ଥିବା ସଦଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ଶାହା ଏବଂ ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ  ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

       ଏହି କାର୍ଯ୍ୟକ୍ରମରେ  ସମ୍ପୃକ୍ତ ବ୍ଲକର ମୋଟ ୧୭ ଟି ପଞ୍ଚାୟତ ରୁ ସମୁଦାୟ ୯୧ ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ଭାବେ ୫୭ ଟି ଅଭିଯୋଗ ଆସିଥିବା ବେଳେ ଗୋଷ୍ଠୀଗତ ସ୍ତରୀୟ ଭାବେ ୩୪ ଟି ଅଭିଯୋଗ ଆସିଥିଲା । 

ଏହି କାର୍ଯ୍ୟକ୍ରମରେ ମାତ୍ର ୭ ଟି ଜନ-ଅଭିଯୋଗର ସମାଧାନ ହୋଇଥିବା ବେଳେ ସ୍ୱାସ୍ଥ୍ୟଗତ ଚିକିତ୍ସା ଓ ଅନ୍ୟାନ୍ୟ ସମସ୍ୟା କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଜଣଙ୍କୁ ଏବଂ  ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୪ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ  କରା ଯାଇଥିଲା ।

   ମୁଖ୍ୟତଃ ଏହି କାର୍ଯ୍ୟକ୍ରମରେ ଜନ-ଅଭିଯୋଗ ଗୁଡ଼ିକ ମଧ୍ୟରେ ଗୋଷ୍ଠୀଗତ ଭାବେ ରା:ଉଦୟଗିରି ଠାରେ ଏକ ସ୍ଥାୟୀ ଭାବେ  ନୂତନ ଦୈନିକ ପରିବା ବଜାରର  ନିର୍ମାଣ କରାଯିବାକୁ ଦାବୀ କରା ଯାଇଥିଲା । ଏଥି ସହିତ ଶିକ୍ଷା , ସ୍ବାସ୍ଥ୍ୟ , ପାନୀୟଜଳ , ରାସ୍ତାଘାଟ ପ୍ରଭୃତି ଅଭିଯୋଗ ରହିଥିଲା ।

   ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର , ବ୍ଲକ ଅଧ୍ୟକ୍ଷା  ଅମିତ ମଣ୍ଡଳ , ବିଡ଼ିଓ ପ୍ରଦୀପ କୁମାର ନାୟକ , ଏସଡିପିଓ ଅଶୋକ କୁମାର ମହାନ୍ତି ଙ୍କ ସମେତ ନିର୍ବାଚିତ ଜନ-ପ୍ରତିନିଧି  ଜିଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ପଞ୍ଚାୟତ ଅଞ୍ଚଳର ଅଧିବାସୀ ଯୋଗ ଦେଇଥିଲେ ।

0
0
0
s2sdefault