ହେଡଲାଇନସ୍:

ନାମ ନେଲେ ରୋଡ଼ ରୋମିଓ ସୋହେଲ : କଲେଜ ଝିଅଙ୍କୁ କମେଣ୍ଟ ମାରି ଗଲେ ମାମୁ ଘର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(Dillip mohanty)-  ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଆସୁଥିବା ଏକ ବିବାହିତା ଛାତ୍ରୀଙ୍କୁ ଛଉପଡ଼ିଆ ରାସ୍ତାରେ କମେଣ୍ଟ ମାରିବା ଓ ପିଛା କରିବା ଶେଷରେ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ରୋଡ଼ ରୋମିଓକୁ ଆଜି ମହାବିଦ୍ୟାଳୟର କେତେକ ଛାତ୍ରୀମାନେ ଏକତ୍ରିତ ଭାବେ ଗୋଡ଼ାଇ ଥିଲେ । ବାରିପଦା ପୌରପରିଷଦ ଉପକଣ୍ଠ କୁଳିଅଣା ବ୍ଲକର ତେନ୍ତୁଳିଡ଼ିଙ୍ଗା ଗ୍ରାମର ସୋହେଲ ଘଡ଼ାଇ(୨୯) ନାମକ ଉକ୍ତ ରୋଡ଼ ରୋମିଓ ଯୁବକ ଜଣକ ଭୟଭିତ ହୋଇ ଦୌଡ଼ି ଶେଷରେ ନିକଟସ୍ଥ ଏକ ସରକାରୀ କାର୍ଯ୍ୟାଳୟର ଶୌଚାଳୟ ମଧ୍ୟରେ ଲୁଚିଯାଇଥିଲା । ମାତ୍ର ଉଗ୍ର ରୂପ ଧାରଣ କରିଥିବା ଛାତ୍ରୀମାନଙ୍କ କବଳରୁ ବର୍ତ୍ତି ପାରିନଥିଲା । ଶେଷରେ ଛାତ୍ରୀମାନେ ନିଜର ହାତ ସୁଖ ମେଣ୍ଟାଇ  ବାରିପଦା ଟାଉନ ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ । 

0
0
0
s2sdefault