ହେଡଲାଇନସ୍:

ପିସ୍ତଲ ଦେଖାଇ ହତ୍ୟା ଧମକ: ବନ୍ଧା ହେଲା ଯୁବଜ, ଜବତ ହେଲା  ପିସ୍ତଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-ଆଜି ସୋହେଲା ପୋଲିସ ଅର୍ଜୁଣ୍ଡା ଗ୍ରାମର ଜଣେ ଯୁବକଙ୍କୁ ଦେଶୀ ପିସ୍ତଲ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଦୁଷ୍ମନ୍ତ ଲୁହାର । ଅଭିଯୁକ୍ତଙ୍କଠାରୁ ପୋଲିସ ଏକ ଦେଶୀ ପିସ୍ତଲକୁ ଜବତ କରିଛି ।  ପ୍ରକାଶ ଯେ,ରବିବାର ରାତି ପ୍ରାୟ ୧୧ଟା ସମୟରେ ଅଭିଯୁକ୍ତ ଦୁଷ୍ମନ୍ତ ଲୁହାର ସେହି ଗ୍ରାମର ସନ୍ଥଲାଲ ପ୍ରଧାନଙ୍କ ଘରକୁ ଆସି କବାଟ ପିଟିଥିଲା । ଏତେ ରାତିରେ କିଏ କବାଟ ପିଟୁଛି ବୋଲି ଭାବି ସନ୍ଥଲାଲ କବାଟ ଖୋଲିଥିଲେ । କାହିଁକି କବାଟ ପିଟୁଛୁ ବୋଲି ଦୁଷ୍ମନ୍ତକୁ କହିଥିଲେ । ଏତିକିରେ ଦୁଷ୍ମନ୍ତ ଉତେଜିତ ହୋଇ ସନ୍ଥଲାଲକୁ ନାନାଦି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇ ଏକ ପିସ୍ତଲ ବାହାର କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ସନ୍ଥଲାଲ ଜୀବନ ଭୟରେ ଚିକôାର କରିଥିଲେ । ଫଳରେ ପାଖପଡିଶା ଲୋକେ ଘରୁ ବାହାର ଆସିଥିଲେ । ଲୋକଙ୍କୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସନ୍ଥଲାଲ ସୋହେଲା ଥାନାରେ ଏକ ଲିଖିତ ରିପୋର୍ଟ ଦେଇଥିଲେ । ଥାନା କେଶ ନମ୍ବର ୧୫୩/୧୯ରେ ଆଇପିସିର ଧାରା୨୯୪/୫୦୬ ଏବଂ  ଆମ୍ସ ଆକ୍ଟର ଧାରା ୨୫/୨୭ରେ ପୋଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରିଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରି ସ୍ଥାନୀୟ କୋର୍ଟକୁ ଚାଲାଣ କରିଛି । 

 

0
0
0
s2sdefault