ହେଡଲାଇନସ୍:

ବୁଦ୍ଧୁରାୟ ମରିନି ତ , ମରିଗଲା ସ୍କୁଲ କର୍ତ୍ତୃପକ୍ଷଙ୍କ "ମୁରବୀ ଆଉ ମଣିଷ ପଣିଆ" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍କୁଲ କର୍ତ୍ତୃପକ୍ଷର ଅବହେଳା ଭଣଜାର ଜୀବନ ନେଲା- ମାମୁଁ ବୀରସିଂ ମାର୍ଣ୍ଡି

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧୀନରେ ଥିବା ଗଡ଼ିଗାଁ ସରକାରୀ ହାଇସ୍କୃଲ କର୍ତ୍ତୃପକ୍ଷଙ୍କ ଶତ ପ୍ରତିଶତ ଅବହେଳା ମୋର ଭଣଜାର ଜୀବନ ନେଲା । ସଠିକ୍ ସମୟରେ ହସପିଟାଲ ଅଥବା ଡ଼ାକ୍ତରଖାନାରେ ଡ଼ାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଥିଲେ ବାପ ଛେଉଣ୍ଡ ବୁଦ୍ଧୁରାୟ ମୁର୍ମୁର ଜୀବନ ଯାଇନଥାନ୍ତା ବୋଲି ମାମୁଁ ବୀରସିଂ ମାର୍ଣ୍ଡି କହିଛନ୍ତି । ଏଥି ସହିତ ନିଜ ସ୍କୁଲରେ ପାଠ ପଢ଼ୁଥିବା ଜଣେ ଛାତ୍ରର ମୃତୁ୍ୟ ହୋଇଥିବାର ଖବର ପାଇ ମଧ୍ୟ ବାରିପଦାରେ ବସବାସ କରୁଥିବା ଗଡ଼ିଗାଁ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଦାସ ମାନବିକତା ଦୃଷ୍ଟିକୋଣରୁ ହସପିଟାଲରେ ପହଁଞ୍ଚିପାରିଲେ ନାହିଁ । ଗୁରୁ-ଶିଷ୍ୟ ସମ୍ପର୍କ ପିତା-ପୁତ୍ରର ସମ୍ପର୍କ ହୋଇଥାଏ । ବୁଦ୍ଧୁରାୟ ଯଦି ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଦାସଙ୍କର ନିଜର ପୁଅ ହୋଇଥିଲେ  ସେ କଣ ହସପିଟାଲକୁ ନ ଆସି ରହିପାରିଥାନ୍ତେ ବୋଲି ମାମୁଁ ଶ୍ରୀମାର୍ଣ୍ଡି ପ୍ରଶ୍ନ କରିବା ସହ ଘଟଣାର ନିରପେକ୍ଷ ଯାଞ୍ଚ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ଦାବି କରିଛନ୍ତି ଏବଂ ମୃତ ଛାତ୍ରର ପରିବାରକୁ ଉପଯୁକ୍ତ ସହାୟତା ରାଶି ଯୋଗାଇଦେବା ନିମନ୍ତେ ଗଣମାଧ୍ୟମ ଜରିଆରେ ଦାବି ଜଣାଇଛନ୍ତି ।  

                ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗଡ଼ିଗାଁ ସରକାରୀ ହାଇସ୍କୁଲର ଛାତ୍ରାବାସରେ ରହି ଅଷ୍ଟମ ଶ୍ରେଣୀରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ପାକଟିଆ ପଞ୍ଚାୟତ ଜାମଗଣ୍ଡିଆ ଗ୍ରାମର ନୟାନ ମୁର୍ମୁଙ୍କ ଭାଇ ବୁଦ୍ଧୁରାୟ ମୁର୍ମୁ(୧୩) ଅଧ୍ୟୟନ କରୁଥଲା । ବାହାରେ ରହିଲେ ପାଠ ପଢ଼ାରେ ମନ ଧରିବ ଓ ଭଲ ପଢ଼ି ମଣିଷ ହେବାର ସ୍ୱପ୍ନ ଦେଖି ନୟାନ ତାର ବାପଛେଉଣ୍ଡ ଭାଇକୁ ଗଡ଼ିଗାଁ ସ୍ଖୁଲରେ ଭର୍ତ୍ତି କରାଇଥିଲା । କିନ୍ତୁ ନୟାନର ସ୍ୱପ୍ନ ଅଧୁରା ରହିଗଲା । ସେପ୍ଟେମ୍ବର ୨୨ ରବିବାର ପୂର୍ବାହ୍ନ ପ୍ରାୟ ୮ଟା ସମୟରେ ହଠାତ୍ ବୁଦ୍ଧୁରାୟର ଛାତିରେ ଯନ୍ତ୍ରଣା ହୋଇଥିଲା । ଗଡ଼ିଗାଁ ହାଇସ୍କୁଲର ଷଷ୍ଠରୁ  ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ନିମନ୍ତେ ନିଯୁକ୍ତ ଛାତ୍ରାବାସର ସୁପାରିଟେଣ୍ଡେଣ୍ଟ ବୈଦ୍ୟନାଥ ମହାନ୍ତ ଖବର ପାଇ ଗ୍ରାମର ଛକରେ ହୋମିଓପ୍ୟାଥିକ୍  କ୍ୱାକ୍ ଙ୍କ  ନିକଟରୁ ଏଲୋପ୍ୟାଥିକ୍ ମେଡ଼ିସିନ ନେଇ ଅସୁସ୍ଥ ବୁଦ୍ଧୁରାୟକୁ ଖାଇବାକୁ ଦେଇଥିଲେ । କିନ୍ତୁ, ଯନ୍ତ୍ରଣା କମିବା ପରିବର୍ତ୍ତେ କ୍ରମଶଃ ବୃଦ୍ଧି ପାଇବାକୁ ଆରମ୍ଭ କରିଥିଲା । ଫଳରେ ସୁପାରିଟେଣ୍ଡେଣ୍ଟ ବୈଦ୍ୟନାଥ ମହାନ୍ତ ବାରିପଦାରେ ବସବାସ କରୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଦାସ ଓ ବୁଦ୍ଧୁରାୟର ଭାଇ ନୟାନ ମୁର୍ମୁଙ୍କୁ ଫୋନ ଯୋଗେ ସୂଚନା ପ୍ରଦାନ କରିଥିଲେ । ଖବର ପାଇ ପ୍ରଧାନ ଶିକ୍ଷକ ଶ୍ରୀଦାସ ନୀରବ ରହିଯାଇଥିବା ସମୟରେ ପ୍ରାୟ ୮୫ କି.ମି ଦୂରରୁ ବୁଦ୍ଧୁରାୟର ଭାଇ ନୟାନ ମୁର୍ମୁ ଅପରାହ୍ନ ପ୍ରାୟ ସାଢେ଼ ୩ ସମୟରେ ସ୍କୁଲରେ ପହଁଞ୍ଚିଥିଲେ । ସେହି ସମୟ ପର୍ଯ୍ୟନ୍ତ ବୁଦ୍ଧୁରାୟକୁ କୌଣସି ଡ଼ାକ୍ତରୀ ଛିକିତ୍ସା ଯୋଗାଇ ଦିଆଯାଇନଥିଲା । ଭାଇ ନାୟନ ଅଟୋ ଭଡ଼ା କରି ବୁଦ୍ଧୁରାୟ ଓ ସୁପାରିଟେଣ୍ଡେଣ୍ଟ ଶ୍ରୀମହାନ୍ତଙ୍କୁ ସାଥୀରେ ଧରି ବାରମାଇଲସ୍ଥିତ କିଷାନତାଣ୍ଡି ହସପିଟାଲରେ ପ୍ରାୟ ସାଢେ଼ ଚାରିଟାରେ ପହଁଞ୍ଚିବା ପରେ ସେଠାକାର ଡ଼ାକ୍ତର ସଙ୍ଗେସଙ୍ଗେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ରେଫାର କରାଇ ଦେଇଥିଲେ । ଗୋଟାଏ ପଟରେ ନୂତନ ପରିବହନ ଆଇନକୁ ଡ଼ରି କୌଣସି ଘରୋଇ ବାରିପଦା ଆସିବାକୁ ରାଜି ହେଉନଥିବା ବେଳେ ଅନ୍ୟପଟରେ ୧୦୮ ନମ୍ବର ସହ ଯୋଗାଯୋଗ ସମ୍ଭବ ହୋଇପାରୁନଥିଲା । ଏହା ମଧ୍ୟରେ ପ୍ରାୟ ଦେଢ଼ରୁ ଦୁଇ  ଘଣ୍ଟା ବିଳମ୍ବ ହୋଇସାରିଥିଲା ଓ ପ୍ରାୟ ୭ରୁ ସାଢେ଼ ସାତ ମଧ୍ୟରେ ବାରିପଦା ପିଆରଏମ ହସପିଟାଲରେ ପହଁଞ୍ଚିଥିଲେ । ମାତ୍ର ହସପିଟାଲ ଡ଼ାକ୍ତର ରିସିଭ ଡେ଼ଥ ବୋଲି ଘୋଷଣା କରିଥିଲେ । ଆଜି ସୋମବାର ମଧ୍ୟାହ୍ନରେ ବୁଦ୍ଧୁରାୟର ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଗଡ଼ିଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଦାସଙ୍କୁ ତାଙ୍କ ମୋବାଇଲ ନମ୍ବର ୬୩୭୦୪୨୪୭୧୯ରେ ଯୋଗାଯୋଗ କରିବାରୁ ହସପିଟାଲରେ ଦୁଇ ଜଣ ଶିକ୍ଷକ ଉପସ୍ଥିତ ରହି ସବୁ କିଛି ବୁଝାସୁଝା କରୁଥିବା ବେଳେ ମୁଁ ବିଦ୍ୟାଳୟ ଖବର ବୁଝୁଛି । ଏଥି ସହିତ ବିଦ୍ୟାଳୟରେ ପରୀକ୍ଷା ଚାଲିଛି । ତେଣୁ ମୋର ଯିବା ସମ୍ଭବ ହୋଇ ପାରିନାହିଁ । ଯଦି ଆବଶ୍ୟକ ହୁଏ ତେବେ ଖବର ପାଇଲେ ସମୟ ଦେଖି ଯିବି ବୋଲି ଉତ୍ତର ଦେଇଥିଲେ । ସେହିପରି ଗଡ଼ିଗାଁ ବୈଦ୍ୟନାଥ ମହାନ୍ତ ୍ରଧାନ ଶିକ୍ଷକଙ୍କୁ ସୂଚନା ଦେଇ ଆସୁଥିବା ବେଳେ ଅଦ୍ୟାବଧି ସେ ଥରେ ହେଲେ ଆସି ରୋଗୀର ଖବର ବୁଝିଲେ ନାହିଁ ବୋଲି କହିଥିଲେ । 

           ଛାତ୍ର ବୁଦ୍ଧୁରାୟର ମୃତ୍ୟୁ  ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଦାସ ଓ ଛାତ୍ରାବାସର ସୁପାରିଟେଣ୍ଡେଣ୍ଟ  ବୈଦ୍ୟନାଥ ମହାନ୍ତଙ୍କୁ ଦାୟୀ କରିଛନ୍ତି ଭାଇ ନୟାନ ମୁର୍ମୁ । ନୟାନଙ୍କ କହିବା ଅନୁସାରେ ଆମେ ହେଲୁ ଗରୀବ ଆଦିବାସୀ ସମ୍ପ୍ରଦାୟର । ଆମ ପଛରେ ନାହାନ୍ତି କୌଣସି ରାଜନୈତିକ ଦଳ ଅଥବା ଅଣରାଜନୈତିକ ସଙ୍ଗଠନ । ଅର୍ଥ ବଳ ନାହିଁ କି ଶିକ୍ଷା ନାହିଁ । ଗରୀବର ସ୍ତ୍ରୀ ସବୁରୀ ଶାଳୀ ନ୍ୟାୟରେ ଆମର ଜୀବନ ଓ ଚଳଣି । ଆମେ କଣ୍ଠା ଫଟାଇ ଚିତ୍କାର କଲେ ଆମକୁ ନ୍ୟାୟ ଦେବ କିଏ ଅଥବା ଆମକୁ ସମର୍ଥନର ହାତ ବଢ଼ାଇ ଆଗେଇ ଆସିବ କିଏ । ତେଣୁ ଗଣମାଧ୍ୟମ ସହାୟତାରେ ନ୍ୟାୟ ପାଇବା ନିମନ୍ତେ ଦାବି ଜଣାଉଛୁ ବୋଲି କହିଥିଲେ । ଆମେ ପ୍ରଧାନ ଶିକ୍ଷକଙ୍କ ବିଶ୍ୱାସରେ ପିଲାକୁ ଛାଡ଼ିଥିଲୁ । ସେ ବିଶ୍ୱାସରେ ବିଷ ଦେଇଛନ୍ତି । ଯଦି ସମ୍ଭବ ହେଲା ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବୁ ବୋଲି କହିଥିଲେ ଭାଇ ନୟାନ ମୁର୍ମୁ କହିଥିଲେ । 

 

0
0
0
s2sdefault