ହେଡଲାଇନସ୍:

ହ୍ୟାଟ୍ସ ଅପ :ବେସାହାରା ୪ ପିଲାଙ୍କୁ ସାହାରା ହେଲା ଆଦିବାସୀ ବିକାଶ ସମିତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) : ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରସିଦ୍ଧ ପଦ୍ମଶ୍ରୀ ଡ଼. ତୁଳସୀ ମୁଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦିବାସୀ ବିକାଶ ସମିତି ସଦ୍ୟ ବେସାହାରା ହୋଇଥିବା ୪ ଜଣ ମା ଛେଉଣ୍ଡ ଛୁଆଙ୍କୁ କୋଳେଇ ନେଇଛି। ଆଜି  ପୂର୍ବାହ୍ନରେ ଏକ ହତ୍ୟା ଘଟଣା ବଡ଼ବିଲ ଦାମୁ ହଟିଂ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଖବର ଅନୁସାରେ ଜନୈକ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ କାଳିଆ ଗୋପକୁ ପୋଲିସ ଗିରଫ କରିଥିଲା ବେଳେ ମା ଛେଉଣ୍ଡ ହେଇ ଯାଇଥିଲେ ୫ ଜଣ ଛୁଆ। ଜଣେ ଝିଅ ମାମୁଁ ଘରେ ରହୁଥିଲା ବେଳେ ଅନ୍ୟ ୪ ଛୁଆ ବେସାହାରା ହୋଇ ଯାଇଥିଲେ।

ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ  ଆଦିବାସୀ ବିକାଶ ସମିତିର ନବନିର୍ବାଚିତ ସଭାପତି ଦମୟନ୍ତୀ ଖଟୁଆଙ୍କ ସହ ଯୋଗାଯୋଗ କରିଥିଲେ।  ତାଙ୍କଠୁ ସମ୍ମତି ପାଇ ପୋଲିସ ତତ୍ୱବଧାନରେ ୪ ଜଣ ଛୁଆଙ୍କୁ ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତି ହଷ୍ଟେଲରେ ଛଡା ଯାଇଥିବାର ଜଣାପଡିଛି। ଦାମୁ ହଟିଂ ଓ ଆଖପାଖ ଲୋକ ପୋଲିସର ଏପରି କାମକୁ ପ୍ରଶଂସା କରିଛନ୍ତି।

0
0
0
s2sdefault