ହେଡଲାଇନସ୍:

ସକ୍ରିୟ ଯକ୍ଷ୍ମା ରୋଗୀ ଚିହ୍ନଟ ପ୍ରଚାର ଅଭିଯାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ ଅନ୍ତର୍ଗତ ବି.ଖଜୁରିପଦା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସକ୍ରିୟ ଯକ୍ଷ୍ମା ରୋଗୀ ଚିହ୍ନଟ ପାଈଁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

    ଏହି ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଚଳିତ ମାସର ୨୨ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଯକ୍ଷ୍ମା ରୋଗୀ ଚିହ୍ନଟ ଅଭିଯାନର ପ୍ରଚାର ଓ ସଚେତନତା ରଥକୁ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାଃ .ସୁଦିପ ଦଳେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । 

    ଏହି ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟତଃ " ଯକ୍ଷ୍ମା ହାରିବ-ଦେଶ ଜିତିବ" ଏବଂ " ଯକ୍ଷ୍ମା ରୋଗ ସମ୍ପୁର୍ଣ୍ଣ ଆରୋଗ୍ୟ ସାଧ୍ୟ" ବୋଲି ସଚେତନତା ବାର୍ତ୍ତା ଦିଆ ଯାଇଥିଲା ।

       ଏହି ଅଭିଯାନ କାର୍ଯ୍ୟକ୍ରମ ଅବସରରେ ,  ପରିବେଶ ଓ ପ୍ରଦୂଷଣ ମୁକ୍ତ ରଖିବା ଉଦ୍ଦେଶ୍ୟ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷ-ରୋପଣ କାର୍ଯ୍ୟକ୍ରମ ମଧ୍ୟ

କରାଯାଇଥିଲା । ଏହି ବୃକ୍ଷ-ରୋପଣ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ନର୍ସ ସ୍ୱର୍ଣ୍ଣ ଲତା ନାୟକ , ସୁପରଭାଇଜର ନକୁଳ ରାଉଳ , ଫାର୍ମାଶିଷ୍ଟ ଜି:ଜ୍ଞାନେସ୍ୱର ରାଓ ପ୍ରମୁଖ ଯୋଗଦେଇ ସହଯୋଗ କରିଥିବା ବେଳେ ସକ୍ରିୟ ଯକ୍ଷ୍ମା ରୋଗୀ ଚିହ୍ନଟ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମକୁ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ- ମମତା ପାଢ଼ୀ  ଓ ଯକ୍ଷ୍ମା ରୋଗ ଟେକ୍ନିକାଲ ସୁପରଭାଇଜର ଅଜିତ ବେହେରା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

 

0
0
0
s2sdefault