ହେଡଲାଇନସ୍:

ତେବେ ଭରସା କରିବା କାହାକୁ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଂଜ୍ଞାହୀନ ମହିଳା ରୋଗୀଙ୍କୁ ଅସଦାଚରଣ ଉଦ୍ୟମ କଲେ ଫାର୍ମାସିଷ୍ଟ 

 ଗାନ୍ଧି ପଡିଆର ବଦନାମ୍ ନର୍ସିଂହୋମ, ଫାର୍ମାସିଷ୍ଟ ଗିରଫ |

￰ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ଐତିହାସିକ ଗାନ୍ଧି ପଡିଆ ପରିସରରେ ଥିବା ପାଢି ନର୍ସିଂ ହୋମ ଏବେ ପାଲଟିଛି ବଦନାମ୍ ନର୍ସିଂହୋମ । ଗତକାଲି ଜଣେ ପ୍ରସୂତିଙ୍କ ସହ ସେହି ନର୍ସିଂହୋମ ର କର୍ମଚାରୀଙ୍କ ଦ୍ବାରା ଅସଦାଚରଣ  ଉଦ୍ୟମ | ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଏହି ଘରୋଇ ନର୍ସିଂହୋମରେ । ରବିବାର ରାତିରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା |

 ସୂଚନା ଅନୁସାରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଂଚଳର ଜଣେ  ମହିଳା ଉକ୍ତ ଘରୋଇ ନର୍ସିଂ ହୋମରେ ପ୍ରସବ ପାଇଁ ଭର୍ତ୍ତି ହୋଇ ସିଜରିଆନରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ l ରବିବାର ରାତିରେ ପ୍ରସୂତି ଜଣକ ନିଜ ଶାଶୁଙ୍କ ସହ ନର୍ସିଂହୋମ ରୁମରେ ରହିଥିବା ବେଳେ ଡିଉଟିରେ ଥିବା ଫାର୍ମାସିଷ୍ଟ ମନୋଜ ସାହୁ ସେଠାରେ ପହଂଚି ତାଙ୍କ ସ୍ୱାମୀଙ୍କୁ ଇଞ୍ଜେକ୍ସନ ଆଣିବାକୁ ପଠାଇବା ସହ ଶାଶୁଙ୍କୁ ନବଜାତଙ୍କ ସହ ବାହାରକୁ ପଠାଇ ଦେଇଥିଲେ l ପରେ ଏଭଳି ସୁଯୋଗରେ ଅଭିଯୁକ୍ତ ମନୋଜ ପ୍ରସୂତିଙ୍କୁ ରୁମରେ ଏକୁଟିଆ ପାଇ ଭିତର ପଟୁ କବାଟ ବନ୍ଦ କରି ମହିଳାଙ୍କ ସହ ଅସଦାଚରଣ  ଉଦ୍ୟମ କରିଥିଲl । ଏହି ସମୟରେ ମହିଳା ଜଣକ ଚେତା ଫେରି ପାଇବା ପରେ ବଡ଼ ପାଟିରେ ଚିତ୍କାର କରିବାରୁ ଶାଶୁ କବାଟ ବାଡେଇ ଥିଲେ l ଏପଟେ ସ୍ୱାମୀ ମଧ୍ୟ ଇଂଜେକ୍ସନ ଧରି ପହଞ୍ଚିଯାଇଥିଲେ l ତା ପରେ ଖୋଲିଗଲା ସବୁ ଗୁମର l ଏନେଇ ମହିଳାଙ୍କ ସ୍ୱାମୀ ଟାଉନ ଥାନାରେ ଅଭିଯୋଗ ଅନୁଯାଇ ଅଭିଯୁକ୍ତ ଫାର୍ମାସିଷ୍ଟ ମନୋଜ ସାହୁକୁ ପୋଲିସ ଗିରଫ କରିଛି l ସୂଚନା ଥାଉ କି ଗତ ୪ମାସ ପୂର୍ବରୁ ଜଣେ କର୍ମଚାରୀ ଏହି ନର୍ସିଂହୋମ ଛାତରୁ ଖସିପଡିବା ଘଟଣା ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ତାକୁ ଚପାଇ ଦିଆଗଲା । ଏପରି ଅନେକ ଘଟଣା ଏଠାରେ ଘଟୁଥିବା ବେଳେ ଲେକେ କହିଲେଣି ଏଇଟା ଗୋଟେ ବଦନାମ ନର୍ସିଂହୋମ । ଏବେ ଦେଖିବା ଏ ଘଟଣା ଚାପି ଯାଉଛି ନା ଉଡୁଛି ।

0
0
0
s2sdefault