ହେଡଲାଇନସ୍:

ନୂଆପଡା ଜିଲ୍ଲାରେ ଜୋରଦାର ହେଲା ବିଜେଡ଼ି ର ସଭ୍ୟ ସଂଗ୍ରହ ଅଭିଯାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Nuapada/Amit Purohit  :- ନୂଆପଡ଼ା ଜିଲ୍ଲାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଖୁବ ଜୋରରେ ଆଗେଇ ଚାଲିଛି । ଗତ ଦୁଇ ଦିନ ଧରି ଜିଲ୍ଲା ର ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଲୀୟ ନେତୃବୃନ୍ଦ ଙ୍କର ମାରାଥନ ମିଟିଂ ଓ ଜନସମ୍ପର୍କ ଅଭିଯାନ ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ଙ୍କର ମଧ୍ୟରେ ନୂତନ ଉର୍ଜା ସଂଚାରଣ କରିଛି । ନୂଆପଡା ର ମାନ୍ୟବର ବିଧାୟକ , ଜିଲ୍ଲା ପ୍ଲାନିଂ କମିଟିର ଅଧ୍ୟକ୍ଷ ତଥା ଦଳର ଜିଲ୍ଲା ସଭାପତି ଶ୍ରୀ ରାଜେନ୍ଦ୍ର ଢୋଲକିଆ ଓ ଦଳର ଜିଲ୍ଲା ପର୍ଯବେକ୍ଷକ ଶ୍ରୀ ସୋଭାଗ୍ୟ ନାୟକ ଙ୍କର ମାର୍ଗଦର୍ଶନ ରେ ବୋଡେ଼ନ , ସିନାପାଲି ,ଖରିଆର ବ୍ଲକ , ଖରିଆର NAC ଅଂଚଳରେ ଅନେକ ଗୁଡିଏ ସଭା ଦଳ ତରଫରୁ ଆୟୋଜନ କରାଯାଇ ଦଲୀୟ କର୍ମକର୍ତ୍ତା ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଙ୍କର ବାର୍ତା ତୃଣମୂଳ ସ୍ତରରେ ପ୍ରତ୍ୟେକ ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। 

     ଆଗାମୀ ଦିନରେ   ନୂଆପଡା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଲୋକଙ୍କ ମତାମତ ଗ୍ରହଣ କରିବା ସହିତ ସରକାର ଙ୍କର ପ୍ରେତ୍ୟକ ଯୋଜନା କିଭଳି ଭାବରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଂଛି ପାରିବ ସେବାବଦ ରେ ନେତୃ ମଣ୍ଡଳୀ ନିଜର ମତାମତ ଉପସ୍ଥାପନ କରିଥିଲେ । 

      ଏହି କାର୍ଯ୍ୟକ୍ରମ ଗୁଡିକ ରେ ବିଧାୟକ ଶ୍ରୀ ଢୋଲକିଆ ଓ ଜିଲ୍ଲା ପର୍ଯବେକ୍ଷକ ଶ୍ରୀ ନାୟକ ଙ୍କର ସହିତ  ଯୁବନେତା ଶ୍ରୀ ଟିଟୁ ପଣ୍ଡା , ଅବନୀ ରଂଜନ ଯୋଶୀ , ଶ୍ରୀ ଲମ୍ବୋଧର ନିୟାଲ , ଗୌତମ ନିୟାଲ , ବାବୁଲି ମାଝୀ, ବିରେନ୍ଦ୍ର ଖମାରି , ରମେଶ ତିବାରି, ପ୍ରିୟା ମେହେର , ଦୀପକ ଖମାରି , ସରସ୍ୱତୀ ଭୋଇ , ମହମ୍ମଦ ସାହିଦ , ମହମ୍ମଦ ୟସୀନ , ବାଳକୃଷ୍ଣ ଶବର , ପୁଷ୍ପାଞ୍ଜଳି ପଣ୍ଡା , ସନ୍ତୋସିନୀ ସଲମା ପ୍ରମୁଖ ନିଜନିଜର ସୁଚିନ୍ତିତ ମତାମତ ରଖିବା ସହିତ ଦଳୀୟ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ ।

 

0
0
0
s2sdefault