ହେଡଲାଇନସ୍:

ଏଇମାନେ ତ ଆଗକୁ ବଢିବା ପାଇଁ ଗୋଟିଏ ଗୋଟିଏ "ପ୍ରେରଣାର ମାଇଲ ଖୁଣ୍ଟ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ସାମ୍ବାଦିକ ସଂଘ ପକ୍ଷରୁ ନିଆରା ପଦକ୍ଷେପ 

ସାମାଜ ପାଇଁ ଉଦାହରଣ ସାଜିଥିବା ମଣିଷଙ୍କୁ ନେଇ .ପ୍ରେରଣା. କାର୍ଯ୍ୟକ୍ରମ

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ରାଜ୍ୟରେ ବିଭିନ୍ନକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଷେଶ ତଥା ସମାଜ ।ଇଁ ଉଦାହରଣ ସାଜିଥିବା ମଣିଷଙ୍କ ଜୀବନ କାହାଣୀକୁ ନେଇ ରେଢାଖୋଲ ସାମ୍ବାଦିକ ସଂଘ ପକ୍ଷରୁ ଅନୁଷ୍ଠିତ  ହୋଇଯାଇଛି ଏକ ପ୍ରେରଣା କାର୍ଯ୍ୟକ୍ରମ । ରେଢାଖୋଲ ମହିଳା ମହାବିଦ୍ୟାଳୟ ଠାରେ  ସମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରେରଣା କାର୍ଯ୍ୟକ୍ରମରେ ଯୁବ ବୈଜ୍ଞାନିକ ଶେଷଦେବ କିସାନ, ଡା.ଶଙ୍କର ପ୍ରସାଦ ରାମଚନ୍ଦାନୀ, ଯୁବବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ, କୁନି ୱେବ୍ ଡିଜାଇନର ଆୟୁଷ୍ ରଂଜନ ରାଉତ, ଚଳଚିତ୍ର ଅଭିନେତା ପ୍ରଦୀପ୍ ଦତ୍ତ , ଜାତୀୟ ଆବାକାଶ ଟପର ଶ୍ରୀୟାଂଶୀ କର ପ୍ରମୁଖ ଯୋଗଦେଇ ନିଜର ସଂଘର୍ଷମୟ ଜୀବନର କାହାଣୀ ବଖାଣି ଥିଲେ । ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ବିଶିକେଶନ ଦେହୁରୀ  ଯୋଗଦେଇ ଏହି ପ୍ରେରଣା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଭବିଷ୍ୟତରେ ବେଶ୍ ପ୍ରେରଣା ଦାୟକ ହେବ ବୋଲି କହିଥିଲେ । ପାଠପଢାରୁ ବଂଚିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ପାଇଁ ସମସ୍ତ ଆର୍ଥôକ ସହାୟତା ପ୍ରଦାନ କରିବି ବୋଲି ନାକଟିଦେଉଳର ସାଇକେଲ୍ ମେକାନିକ୍ର ପୁଅ ଯୁବ ବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ କହିଛନ୍ତି । ଦୃଢ ଆତ୍ମବିଶ୍ୱାସ ଓ ଭଗବାନଙ୍କୁ ବିଶ୍ୱାଶ କଲେ ସଫଳତା ଆପେଆେ ହାତମୁଠାକୁ ଆସିବ ବୋଲି ଚାଉଳ ଗୋଦାମ ଜଗୁଆଳୀରୁ ସିନେ ତାରକା ସାଜିଥିବା ପ୍ରଦୀପ୍ ଦତ୍ତ  ନିଜର କାହାଣୀ ବଖାଣି ଥିଲେ । ଜୀବନରେ କେବେ ହାରମାନିନି କି ଗରିବୀ କେବେ ବାଧକ ସାଜିନି ବୋଲି ଯୁବ ବୈଜ୍ଞାନିକ ଶେଷ କିସାନ କହିଥିଲେ । 

'ଲୋକଙ୍କ ପଇସାରେ ପାଠ ପଢି ମାନବ ସେବା କରିବି | ଜୀବନରେ କେବେ ଡାକ୍ତରୀ ସେବାକୁ କେବେ ବ୍ୟବସାୟ କରିବିନି" ବୋଲି ଡାକ୍ତର ଶଙ୍କର ପ୍ରସାଦ ରାମଚାନ୍ଦନୀ ନିଜର ଅଭିଭାଷଣ ଦେଇଥିଲେ । ବାପା ମାଙ୍କ ପ୍ରେରଣାରେ ଆଜି ମୁଁ ରାଜ୍ୟର ସର୍ବ କନିଷ୍ଠ ୱେବ୍ ଡିଜାଇନର ହୋଇପାରିଛି । ଭବିଷ୍ୟତରେ ମୁଁ ଆଇଏସ୍ ହୋଇ ଲୋକଙ୍କ ସେବାକରିବି ବୋଲି ରାଜ୍ୟପାଳଙ୍କ ଠାରୁ ପ୍ରଶଂସିତ ହୋଇଥିବା କୁନି ପ୍ରତିଭା ଆୟୁଷ୍ ରଂଜନ ରାଉତ କହିଥିଲେ । ଗଣିତ, ଇଂରାଜୀ ବ୍ୟାକରଣ ସହ ସଂଗୀତ ମୋର ଜୀବନ , ଉଭୟ ଯୁଗଳବନ୍ଦୀ ସହ ମୋଜୀବନର କ୍ୟାରିୟର ଆରମ୍ଭ କରିଛି । ଇଚ୍ଛାଶକ୍ତି ଥିଲେ ସବୁକିଛି ସଫଳତା ମିଳେ ବୋଲି ଜାତୀୟ ଆବାକାଶ୍ ଟପର୍ ଶ୍ରୀୟାଂଶୀ କର କହିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ, ବୁଦ୍ଧିଜିବୀ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର  ଦେଇଥିଲେ ଏହି ଉଦୟମାନ ପ୍ରତିଭାଧାରୀ ବ୍ୟକ୍ତି ମାନେ । ଶେଷରେ ଅଧ୍ୟାପିକା ଆର୍ ପୁଷ୍ପାଞ୍ଜଳୀ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂପାଦକ କନ୍ଦର୍ପ ବେହେରା, ସହ ସଂପାଦକ ଜିତେନ୍ଦ୍ର ସାହୁ, ଶରତ କୁମାର ପ୍ରଧାନ, ଜୟନ୍ତ କୁମାର ଖଡିରତ୍ନ, ଅରୁଣ କୁମାର ପ୍ରଧାନ, ଯଶୋବନ୍ତ ନାରାୟଣ ସାହୁ, ବରିଷ୍ଠ ସାମ୍ବାଦିକ ଶରତଚନ୍ଦ୍ର ପ୍ରଧାନ, ରବିନ୍ଦ୍ର ନାଥ ପ୍ରଧାନ, ପରିକ୍ଷୀତ ଦାଶ୍, ବିଜୟ ବେହେରା, ସରୋଜ  ସାହୁ, ମମତା ପାତ୍ର ଏବଂ ଶଙ୍କର ପୃଷ୍ଟି ଉପସ୍ଥିତ ରହି ସହେଯାଗ କରିଥିଲେ ।

 

0
0
0
s2sdefault