ହେଡଲାଇନସ୍:

ଏକଦିବସୀୟ ରଙ୍ଗାଧର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକପ୍ରଶାସକ- ବରିହାପୁଖାପାଣି ସ୍କୁଳ ପଡିଆରେ ଏକଦିବସିଅ ରଙ୍ଗାଧର ବରିହା ମେମୋରିଏଲ ଫୁଟବଲ୍ ଟୁର୍ଣାମେଣ୍ଟ୍  ତାଙ୍କର ଦୁଇ ପୁଅ ଶ୍ରୀ ସୁଶାନ୍ତ ବରିହା ଏବଂ ଶ୍ରୀଯୁକ୍ତ ବୀରକିଶୋର ବରିହା ଓ ବିନ୍ଧ୳ବାସିନୀ ଯୁବକ ସଂଘ କନ୍ଦାଗାଡ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏଥିରେ ତାଙ୍କର ଦୁଇ ଜ୍ବାଇଁ ଅବସର ପ୍ରାପ୍ତ ବ୳୲ଙ୍କ ମ୳୲ନେଜର ଶ୍ରୀଯୁକ୍ତ କ୍ଷୀରୋଦ୍ର ବରିହା ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାଧ ବରିହା ଉଦଘାଟନ କରିଥିଲେ । ଏଥିରେ ଆଖପାଖ ଅଞ୍ଚଳର ଆଠଟି ଦଳ ଗେଡ୍ଡି, ନଅଗାଁ(କ), କନ୍ଦାଗାଡ, କଲ୍ଳାଜୁରି, ଡେଙ୍ଗଜୁରି, ଘସିଏନ୍, ଗାଇସିଲାଟ୍ ଓ ବରିହାପୁଖାପାଣି ଅଂଶ ଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ଅକ୍ଷୟ ଦାଶ, ଶ୍ରୀଯୁକ୍ତ ସନ୍ତୋଷ ଧରୁଆ , ଶ୍ରୀଯୁକ୍ତ ଶତାରସେନ୍ ପଧାନ, ଶ୍ରୀଯୁକ୍ତ ଅଶେଷ କୁମାର ଦାଶ ଖେଳ ପରିଚାଲନା କରିଥିଲେ । ଫାଇନାଲ୍ ଖେଳ ଗେଡ୍ଡି ଏବଂ ବରିହାପୁଖାପାଣି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗେଡ୍ଡି ଦଳ ବିଜୟ ହୋଇଥିଲେ । ଗାଇସିଲାଟ ବ୍ଲକ୍ ଅଧକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ଏବଂ କନ୍ଦାଗାଡ ସରପଞ୍ଚ ଶ୍ରୀଯୁକ୍ତ ପ୍ରମୋଦ କୁମାର ବରିହା ଉଭୟ ଦଳକୁ ପୁରଷ୍କାର ପ୍ରଦାନ କରିଥିଲେ ।

0
0
0
s2sdefault