ହେଡଲାଇନସ୍:

କ୍ଷତ୍ରିୟ ସମାଜ ତରଫରୁ ଖଣ୍ଡାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧୁମାଭଟା :-  ବନମାଳୀ ନାୟକ ) ପାଇକ ସମାଜ ତରଫରୁ ପ୍ରସିଦ୍ଧ ଖଣ୍ଡାଯାତ୍ରା ପାଇଁ ମହାଦେବ ମନ୍ଦିର ପ୍ରାଙ୍ଗଣରେ ସିତାରାମ କରଣ ଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  ।  ଆଗାମି ଦଶହରା ପାର୍ବଣ ରୁତୁର ବିଜୟା ଦଶମୀ ଦିନ ଏହି ପର୍ବ ଖେତ୍ରିୟ ଯୁବା ମଞ୍ଚ ତରଫରୁ ପ୍ରତ୍ୟେକ ଅନୁଷ୍ଠିତ ହୋଇଥାଏ ।

ଏଥିରେ ପଞ୍ଚବାଦ୍ୟ,ଦୁଲଦୁଲି,ଘଣ୍ଟବଜା ପ୍ରମୁଖ ସାଂସ୍କୃତିକ କାର୍ୟକ୍ରମ ସହିତ ଖଣ୍ଡାଯାତ୍ରା ନଗର ପରିକ୍ରମା କରିଥାଏ । ୧୮ ଖଣ୍ଡ ପାଇକ ସମାଜ ଏହାର ନେତୃତ୍ୱ ନେଇଥାନ୍ତି । ଏଥିରେ ଦୟାସାଗର ବୁଡ଼େକ,ମୃତ୍ୟୁଞ୍ଜୟ ବୁଡ଼େକ,ଦୁର୍ୟୋଧନ ନାଏକ,ଟଙ୍କଧର ଦେଓ,ନିଲମଣି ବୁଡ଼େକ,ଖାଡ଼ିଆ ମଲିକ୍ ,ଭାଗବତିଆ ମଲିକ୍ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ ।

0
0
0
s2sdefault