ହେଡଲାଇନସ୍:

ଭୂତ ଭୟ..................

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୁଚିକି  ଛାତ୍ରାବାସ ଛାଡ଼ି ଥିବା ୫ଅନ୍ତେବାସୀ ବସଷ୍ଟାଣ୍ଡରୁ ଉଦ୍ଧାର

 ବାରିପଦା(ଦିଲ୍ଲୀପ ମହାନ୍ତି )-ଭୁତ ଭୟରେ ହଷ୍ଟେଲ ଛାଡିଲେ ଛାତ୍ର । ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲା ବାଂଛାକଳ୍ପ ସଂସ୍କୃତ ବିଦ୍ୟାପୀଠରେ  । ଛାତ୍ରମାନେ ଭୂତ ଭୟରେ ଗତକାଲିଠାରୁ ହଷ୍ଟେଲ ଛାଡି ଆସିଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲା ଉଦଳା ବସଷ୍ଟାଣ୍ଡରୁ ୫ ଜଣ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ସ୍କାନୀୟ ଲୋକେ । ଉଦ୍ଧାର ପରେ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।

ଉଦ୍ଧାର ଛାତ୍ରଙ୍କ କହିବାନୁସାରେ “ସେମାନଙ୍କ ଘର ଉଦଳା ଥାନା ବଡସିଙ୍ଗାରିଆ ଏବଂ କଦଳୀବାଡିଆ ଅଂଚଳର ହୋଇଥୁବା ବେଳେ ସେମାନେ ବାଲେଶ୍ବର ଜିଲ୍ଲା  ବାଂଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲରେ ରହି ପାଠ ପଢୁଥିଲେ । ତେବେ ହଷ୍ଟେଲରେ ଛାତ୍ରମାନଙ୍କୁ ଭୂତ ଡରାଇ ଆସୁଥୁଲା ବୋଲି ସେମାନେ ଅଭିଯୋଗ କରିଛନ୍ତି ।  ଗତକାଲି ୧୫ ଜଣଙ୍କ ମଧ୍ୟରୁ ୧୦  ଜଣ ଛାତ୍ର ନିଜ ଘରକୁ ପଳାଇ ଥିଲେ  ଏବଂ ଏମାନଙ୍କ ମଧ୍ୟରେ ୫ ଜଣ ଛାତ୍ର ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୧୦ ଛାତ୍ର ବାଲେଶ୍ବର ଜିଲ୍ଲାର । ଆଜି ଉଦଳାରୁ ଉଦ୍ଧାର ୫ ଛାତ୍ରଙ୍କ ମଧ୍ୟରୁ ୩ ଜଣ ଷଷ୍ଠ ଶ୍ରେଣୀରେ ପାଠ ପଢୁଥୁବା ବେଳେ ୨ ଜଣ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବାର ଜଣା ପଡିଛି ।

0
0
0
s2sdefault