ହେଡଲାଇନସ୍:

ସେବା କ୍ଷେତରେ ଆଗୁଆ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଟେମରି ପଂଚାୟତର ସୋଡ଼ା ଗ୍ରାମର ମାଁ ମଙ୍ଗଳା ମହିଲ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଆଜି ଟେମରି ହାଇ ସ୍କୁଲ ଠାରେ ଏକ ମେଗା ରକ୍ତ ଦାନ ଶିବିରର ଆୟୋଜକ କରାଯାଇଛି । ଏହି ରକ୍ତଦାନ ଶିବିରରେ 42 ୟୁନିଟ ରକ୍ତ ସଂଗ୍ରହ ହେଇଥିବା ବେଳ 5 ଜଣ ଗ୍ରାମୀଣ ମହିଳା ରକ୍ତ ଦାନ କରିଥିଲେ । ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହନ୍ତଙ୍କର କହିବା ମୁତାବକ ପଦ୍ମପୁର ଅଂଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଆୟୋଜିତ ହେଇଥିବା ପ୍ରଥମ ରକ୍ତ ଦାନ ଶିବିର । ସ୍ୱୟଂ ସହାୟକ ଗୋଷ୍ଠୀ ର ସମ୍ପାଦିକା ଶ୍ରୀମତୀ କଳ୍ପନା ରଣା କହିଥିଲେ ଯେ ବିଗତ 15 ଦିନରୁ ଉର୍ଦ୍ୱ ସମୟ ଧରି ସେମାନେ ଏହି ରକ୍ତ ଦାନ ଶିବିର ପାଇଁ କଠିନ ପରିଶ୍ରମ କରିଛନ୍ତି । ପାଇକମାଲ BDO ଶ୍ରୀ ସଦାଶିଵ ନାୟକ ମାଁ ମଙ୍ଗଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠିର ଏହି ମହତ କାର୍ଯ କୁ ପ୍ରଶଂସା କରିବା ସହିତ ମହିଳା ମାନେ ମଧ୍ୟ ଆଗକୁ ଏହିଭଳି ମହତ କାର୍ଯ କରିବେ ବୋଲି ଆଶା ପୋଷଣ କରିଥିଲେ । ଗୋଷ୍ଟି ର ସଭାପତି ଶ୍ରୀମତୀ ସୁବୋଦିନୀ ସାହୁ ଆଜିର ଶିବିରରେ ରକ୍ତଦାନ କରିଥିବା ସମସ୍ତ ରକ୍ତ ଦାତା ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଶିବିର କୁ ଗୋଷ୍ଟି ର ସମସ୍ତ ସଭ୍ୟା ଓ ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ମାନେ ପରିଚାଳନା କରିଥିଲେ ।

0
0
0
s2sdefault