ହେଡଲାଇନସ୍:

 ନିଜ ଘରୁ ମିଳିଲା ମହିଳାଙ୍କ ଦଗ୍ଧ ମୃତଦେହ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ପାଇକମାଲ ପୋଲିସ କୁ ଆଜି ସକାଲେ ଖବର ମିଳିଲା ଯେ  ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମର ବସନ୍ତି କମାର (50)ଙ୍କର ମୃତଦେହ ତାଙ୍କ ଘରେ ପଡିରହିଛି । ପାଇକମାଲ ଥାନା ଏସଆଇ  ଶ୍ରୀ ବିପିନ ବାଗ ତଥା ଏଏସଆଇ  ସନ୍ତୋଷ କୁମାର ସାହୁ ତୁରନ୍ତ ଘଟଣା ସ୍ଥଳକୁ ପହଂଛି ଦେଖିଲେ ଯେ ମୃତ ବାସନ୍ତୀ ର ଶରୀର ସମ୍ପୁର୍ଣ୍ଣ ଭାବରେ ପୋଡି ଯାଇଛି । ବିଶ୍ୱସ୍ତ ସୁତରୁ ପ୍ରକାଶ ଯେ ମୃତ ବାସନ୍ତୀ ଗତ କାଲି ରାତି ରେ ଶୋଇବାକୁ ଯିବା ପରେ ଆଜି ସକାଳୁ କବାଟ ନ ଖୋଲିବାରୁ ଘର ଲୋକ ସନ୍ଦେହ କରି କିଛି ପଡ଼ିଶା ଲୋକଙ୍କ  ସହାୟତାରେ ବାସନ୍ତୀ ରାହୁ ଥିବା ଘରର କବାଟ ଭାଙ୍ଗି ଭିତରକୁ ପଶି ଦେଖିଲା ବେଳକୁ ବସନ୍ତି ପୋଡି ହେଇ ମରି ଯାଇଛି । ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଚିବା ପରେ ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ପହଂଛି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।ଏହାପରେ ପୋଲିସ ର ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳକୁ ପହଂଛି ବିଭିନ୍ନ ନମୁନା ସଂଗ୍ରହ କରିଥିଲା । ବାସନ୍ତୀ ଙ୍କର ନଣନ୍ଦ କଂସିଲା ପହରିଆ ଙ୍କର ଅଭିଯୋଗ କ୍ରମେ SI ବିପିନ ବାଗ ପାଇକମାଲ ଥାନାରେ କେଶ ନମ୍ବର 172/19 ଧାରା 306, 498(A) 34ipc ରେ ମାମଲା ରୁଜୁ କରି ମୃତ ବାସନ୍ତୀ ର ସ୍ୱାମୀ ସୁଦର୍ଶନ ପହରିଆ ଓ ତାର ଦ୍ଵିତୀୟ ପତ୍ନୀ ଲଷ୍ମୀ କମାର କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ବାସନ୍ତୀ ର ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଦିଆ ଯାଇଛି ।

0
0
0
s2sdefault