ହେଡଲାଇନସ୍:

୭୧ ବର୍ଷରେ ମିଳିନି ଭତ୍ତା କି ଆବାସ, ଆଉ କଣ ମିଳିବ ତୁଟିଲେ ନିଃଶ୍ୱାସ !!! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନେତା ଅଫିସରଙ୍କୁ ଗୁହାରି କରି କରି ଥକି ଗଲେଣି  ନିରାଶ୍ରୟା ଅଭିରାମ 

ତୁରେକେଲା (ସୁରେନ୍ଦ୍ର ତାଣ୍ଡି ) : ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ଗରିବଙ୍କ ପାଇଁ ପ୍ରଣୟନ କରୁଛନ୍ତି ମାଳମାଳ ଯୋଜନା । ଅନ୍ୟପଟେ ଅସହାୟ ଗରିବ ଓ ନିରାଶ୍ରୟ ଯୋଜନାର ସୁଫଳରୁ ବଂଚିତ  ହୋଇ ଦୟନୀୟ ଜୀବନ ବିତାଉଛନ୍ତି । ବଲାଙ୍ଗୀର ଜିଲ୍ଲା ତୁରେକେଳା  ବ୍ଲକ୍ କୁଇବାହାଲ  ପଞ୍ଚାୟତର ବାଞ୍ଜିପାଲି  ଗ୍ରାମରେ ଜୀବନର ସାୟାହ୍ନରେ ପହଂଚିଥିବା ଜଣେ ନିରାଶ୍ରୟ ବୃଦ୍ଧ ଭତ୍ତା କିମ୍ବା ସରକାରୀ ଘର ପାଇନଥିବା ଅଭିଯୋଗ ହୋଇଛି । ଗାଁର ଅଭିରାମ  ଗଏଁତା (71) ସରକାରୀ ବାବୁ ଓ ନେତାଙ୍କୁ ବାରମ୍ବାର ଗୁହାରି କରି ସୁଦ୍ଧା ବାସ ଗୃହ ଓ ବାର୍ଦ୍ଧକ୍ୟ ଭତ୍ତା ପାଇନାହାନ୍ତି । ମାଟି ଘରେ ବସବାସ କରୁଛନ୍ତି । ତାଙ୍କ କହିବା କଥା,11  ବର୍ଷ ତଳୁ ବୟସ ହୋଇଥିଲେ ବି ଅଭିଯୋଗ କରୁଥିଲେ ମଧ୍ୟ  ଭତ୍ତା ମିଳିଲାନି, ଅନେକ ଲୋକଙ୍କୁ ଭତ୍ତା ପାଇଁ ନେହୁରା ହେଉଥିଲେ ବି ବ୍ଲକ ପ୍ରଶାସନ ଶୁଣୁନାହାନ୍ତି  । ଏଥି ନିମନ୍ତେ ଅନେକ ଲୋକଙ୍କୁ କୁକୁଡ଼ା ମଧ୍ୟ ଦେଇଛନ୍ତି ହେଲେ ମଧ୍ୟ କେହି ତାଙ୍କର ଦୁଃଖ ଶୁଣିବାକୁ ନାରାଜ.  ଏବେ ଭୋଟର କାର୍ଡ ଅନୁସାରେ ତାଙ୍କୁ 71 ବର୍ଷରୁ ଅଧିକ ହୋଇଥିଲେ ବି ସରକାରୀ ଆବାସ କି ଭତ୍ତା ଦିଆଯାଉନି । ସରକାର ବୃଦ୍ଧବୃଦ୍ଧାଙ୍କ ନିମନ୍ତେ ସାମାଜିକ ସୁରକ୍ଷା ପାଇଁ ଅନେକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଥିଲେ ମଧ୍ୟ ବର୍ତମାନ 5 ଟି ଯୋଜନାରେ ଘରକୁ ପହଂଚି ଲୋକଙ୍କୁ ସହାୟତା କରିବା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ବେଳେ ତୁରେକେଲା ବ୍ଲକରେ ବ୍ୟତିକ୍ରମ ଦେଖାଯାଇଛି.  ଅସହାୟ ଅଭିରାମଙ୍କୁ  ବାସଗୃହ ଏବଂ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 

0
0
0
s2sdefault