ହେଡଲାଇନସ୍:

ଡ. ଅଚ୍ୟୁତ ସାମନ୍ତଙ୍କୁ "ବେଶାନ୍ତ ସେଲ୍ଫଲେସ ସର୍ଭିସ୍ ଆଓ୍ୱାର୍ଡ'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରତ୍ୟେକ ଜୀବର ଅସ୍ତିତ୍ୱର ଉତ୍ସ ଏକ ଓ ଅଭିନ୍ନ : ରାଜ୍ୟପାଳ

ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ, ଓଡ଼ିଶାର ଷଷ୍ଠ ଆଞ୍ଚଳିକ ସମ୍ମିଳନୀ

ଭୁବନେଶ୍ୱର ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାକ୍ଷାତ ବ୍ରହ୍ମା ତାଙ୍କ ଦର୍ଶନରେ ବ୍ରହ୍ମଜ୍ଞାନ ପ୍ରାପ୍ତ ହୋଇଥାଏା ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ଦର୍ଶନର ସାର୍ବଜନୀନ ଓ ସାର୍ବକାଳୀନ ଆବେଦନ ରହିଛିା ଆଗାମୀ ଦିନରେ ସମଗ୍ର ବିଶ୍ୱ ଶ୍ରୀଜଗନ୍ନାଥଙ୍କ ପାଇଁ ଭାରତର ଶରଣାପନ୍ନ ହେବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତିା

ଆଜି ଭୁବନେଶ୍ୱରରେ ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ, ଓଡ଼ିଶାର ଷଷ୍ଠ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ନିଜକୁ ଭଲ ପାଇବା ଅର୍ଥ ସାରା ଜଗତକୁ ଭଲପାଇବାା କାରଣ ସବୁଠି ଯେଉଁ ସତ୍ତା ରହିଛି ବ୍ୟକ୍ତି ତା'ର ଏକ ଅଂଶବିଶେଷା ପ୍ରତ୍ୟେକ ଜୀବର ଅସ୍ତିତ୍ୱର ଉତ୍ସ ଏକ ଓ ଅଭିନ୍ନା ନିଜ ଅସ୍ତିତ୍ୱକୁ ଅନ୍ୟର ପ୍ରେମ ଓ ସୁଖ ପାଇଁ ସମର୍ପଣ କରିବା ହିଁ ଆଧ୍ୟାତ୍ମିକତାା ଥିଓସୋଫିକାଲ ସୋସାଇଟି ଏହି ବିଚାରବୋଧ ଉପରେ ପ୍ରତିଷ୍ଠିତ ଏବଂ ଏହାର ବ୍ୟାପକ ପ୍ରଚାରପ୍ରସାର ଆଜିର ଆବଶ୍ୟକତା ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲୋ

ଓଡ଼ିଶା ହେଉଛି ଏକ ଦିବ୍ୟଭୂମିା ମହାପ୍ରଭୁଙ୍କ କରୁଣା ନଥିଲେ ଏଠାକୁ କେହି ଆସିପାରିବ ନାହିାଁ ହୃଦୟରେ ପୂର୍ଣ୍ଣତା ଓ ଆତ୍ମସନ୍ତୋଷ ଭାବ ଦିବ୍ୟତ୍ୱର ଲକ୍ଷଣ ଏବଂ ଓଡ଼ିଶାରେ ଏହା ବ୍ୟାପକ ଭାବେ ଦେଖୀବାକୁ ମିଳିଥାଏା ସମସ୍ତଙ୍କୁ ଗ୍ରହଣ କରିବା ଏବଂ ସମସ୍ତଙ୍କୁ ପ୍ରେମ କରିବାର ଭାବଧାରା ଶ୍ରୀଜଗନ୍ନାଥ ଦର୍ଶନର ମୂଳତତ୍ତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଛନ୍ତିା

ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ, ଓଡ଼ିଶାର ଅଧ୍ୟକ୍ଷା ଡ. ଦୀପା ପାଢ଼ୀ, ସଂପାଦକ ଡ. କେ.ପି. ପାଢ଼ୀ ପ୍ରମୁଖ ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ସୂଚନା ଦେବା ସହ ସାଂପ୍ରତିକ ସମୟ ପାଇଁ ଥିଓସୋଫିର ବିଶେଷ ପ୍ରାସଙ୍ଗିକତା ସଂପର୍କରେ ଆଲୋଚନା କରିଥିଲୋ

ସାଂସଦ ତଥା ପ୍ରଖ୍ୟାତ ଶିକ୍ଷାବିତ୍ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ "ବେଶାନ୍ତ ସେଲ୍ଫଲେସ ସର୍ଭିସ୍ ଆଓ୍ୱାର୍ଡ' ପ୍ରଦାନ କରାଯାଇଥିଲାା ଡ. ସାମନ୍ତ ନିଜ ଅଭିଭାଷଣରେ ନିଜର ସାଧନା ଓ ସିଦ୍ଧି ସଂପର୍କରେ ସୂଚନା ଦେଇ ପ୍ରଥମେ ନିଜେ ଭଲ ହେଲେ ସମାଜ ପାଇଁ ଜଣେ ଉପଯୋଗୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲୋ

ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍ର ଜାତୀୟ ନିର୍ଦ୍ଦେଶକ ବି.ଏଲ୍. ଭଟ୍ଟାଚାର୍ଯ୍ୟ ସଂସ୍ଥାର କାର୍ଯ୍ୟଧାରା ସଂପର୍କରେ ସୂଚନା ଦେଇଥିଲୋ ସଂସ୍ଥା ପକ୍ଷରୁ ପ୍ରକାଶିତ ସ୍ମରଣିକା ଓ କେତେକ ପୁସ୍ତକକୁ ରାଜ୍ୟପାଳ ଲୋକାର୍ପଣ କରିଥିଲୋ ଏହି ଅବସରରେ ସିଲାଇ ଟ୍ରେନିଂପ୍ରାପ୍ତ ବସ୍ତିବାସିନ୍ଦା ମହିଳାଙ୍କୁ ସାର୍ଟିଫିକେଟ୍ ଓ ଦଳିତ ବର୍ଗର ବାଳିକାଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲାା 

0
0
0
s2sdefault