ହେଡଲାଇନସ୍:

ପରାମର୍ଶଦାତାମାନେ ବେତନ ନେବେନି : ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ କରାଇଲେ ଅବଗତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ପରାମର୍ଶଦାତା ମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ଠାରୁ ପ୍ରିନ୍ସିପାଲ  ସେକ୍ରେଟାରୀ ପାହ୍ୟା ପ୍ରଦାନ କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଜାରି ରହିଛି | ସରକାରଙ୍କ ରାଜକୋଷ କୁ ଲୂଟ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇ ଆସୁଥିଲା | ହେଲେ ସରକାରଙ୍କ ଦ୍ୱାରା ନିଯୁକ୍ତ ପରାମର୍ଶଦାତାମାନେ  ସରକାରଙ୍କ ଠାରୁ ବେତନ ନେବେନି ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଲେଖି ଜଣାଇଦେଇଛନ୍ତି | ସେମାନେ ଜନତାଙ୍କ ସେବାପାଇଁ କୌଣସି ଦରମା କିମ୍ବା ପାରିତୋଷିକ ନେବେନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଜନତାଙ୍କ ସେବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶଦାତାମାନେ ଧନ୍ୟବାଦ ଏହି ପରାରେ ଧନ୍ୟବାଦ ଜଣାଇଛନ୍ତି | ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନରେ ଟିକଟରୁ ବଞ୍ଚିତ ହୋଇଥିବା ବା ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିବା  ୩୫ ଜଣ ନେତାଙ୍କୁ ବିଭିନ୍ନ କମିଶନ, କର୍ପୋରେସନ ଓ ବୋର୍ଡରେ ଅଧ୍ୟକ୍ଷ ତଥା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା ।

0
0
0
s2sdefault