ହେଡଲାଇନସ୍:

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠିତ ; ରାଜନୈତିକ ଅଭିସନ୍ଧି ନାହିଁ ତ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଗୁଣପୁର/ ସିଦ୍ଧାର୍ଥ ଦାସ) -  ସ୍ଥାନୀୟ ସେବା ସମାଜ ପରିସର ରେ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ରାଜ୍ୟ ସଭାପତି ଭାବେ ନିଜକୁ ଆତ୍ମ ଘୋଷିତ କରିଥିବା ରାଜ୍ୟ ବିଜେପି ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଙ୍କ ନେତୃତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ ପରିଷଦ ଗୁଣପୁର ଶାଖା ଗଠନ ପରେ ଉନ୍ନୟନ ପରିଷଦ ର ପୃଷ୍ଟ ଭୂମି ଓ ଭବିଷ୍ୟତ ଯୋଜନା କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।

ଏହି ବୈଠକ ରେ କିଛି ଦଳୀୟ ବିରୋଧୀ ନେତୃବୃନ୍ଦ, ଶ୍ରୀ ବକ୍ସିପାତ୍ର ଙ୍କ ଆନୁଗତ୍ୟ ମାନଙ୍କ ଯୋଗଦାନ ଓ ବିଜେଡି ପକ୍ଷରୁ ଆଗାମୀ ପୌର ନିର୍ବାଚନରେ ଅଧ୍ଯଷ ପଦବୀ ପାଇଁ ପ୍ରାର୍ଥୀ ଭାବେ ଆଶାୟୀ ଥିବା ଆର.ପି.ସାହୁ ଆବାହକ ଭାବେ ରହିଥିବା ଖବର କୁ ସ୍ଥାନୀୟ ଜନତା ସହଜେ ହଜମ କରିପାରୁ ନାହାଁନ୍ତି । ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି ।

ବିକାଶ ପରିଷଦ ନାମରେ ଏହି ଲୋକ ସାଉଁଟା ବିଜେପି ର କଳେବର ବୃଦ୍ଧି ନିମନ୍ତେ ବୋଲି ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ଅଞ୍ଚଳରେ ବିଜେପିର ସଂଗଠନ ଦୁର୍ବଳ ଏବଂ ରୁଗ୍ଣ  ହୋଇଥିବାରୁ ବିଜେପି କର୍ମୀଙ୍କୁ ଏଥିରେ ସାମିଲ କରାନଯାଇ ନୂତନ ମୁହଁ କୁ ସାମିଲ କରାଯାଇଥିବା ରାଜନୈତିକ ସମାଲୋଚକ ମତପ୍ରକାଶ କରିଛନ୍ତି । ତେବେ ବିଜେଡି ପ୍ରାର୍ଥୀ ପାଇଁ ଅଶାୟୀ ଥିବା ସାହୁ ବାବୁ ଙ୍କ ହଠାତ୍ ଏ ପଟପରିବର୍ତ୍ତନ କାହିଁକି ବୋଲି ସନ୍ଦେହ ଜନକ ପ୍ରଶ୍ନ ସାଧାରଣ ରେ ଉଙ୍କି ମାରୁଛି ।

ଗତ ନିର୍ବାଚନ ରେ ଦକ୍ଷିଣ ଓଡିଶା ରେ ବିଜେପି ଲଜ୍ୟା ଜନକ ଭାବେ ପରାଜୟ ହେବା ପରେ ରାଜନୈତିକ ଦୃଷ୍ଟି କୋଣ ରୁ ଦଳ ମଧ୍ୟରେ ଓ ବାହରେ ଭୃଗୁ ବାବୁ ଙ୍କ ପରିସ୍ଥିତି ଟଳମଳ ହେଉଥିବା କାରଣ ରୁ ନିଜିର ସ୍ଥିତି କୁ ବଜାୟ ରଖିବା ପାଇଁ ଏହା ଏକ ରାଜନୈତିକ ପ୍ରୟାସ ବୋଲି ରାଜନୀତି ସମୀକ୍ଷକ ମତ ପ୍ରକାଶ କରିଛନ୍ତି।

ରାଜନୈତିକ ବ୍ୟକ୍ତି ଙ୍କ ଦ୍ଵାରା  ଆହ୍ୱାନ କରାଯାଇଥିବା ପରିଷଦ ବୈଠକ ରେ ଅଧ୍ୟାପକ ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଙ୍କ ଯୋଗଦାନ ସାଧାରଣ ରେ ପ୍ରଶ୍ନ ଘେର ମଧ୍ୟକୁ ଟାଣି ହୋଇ ଆସିଛି। କଥା ଉଠିଛି ବାବୁ କ'ଣ ଅଧ୍ୟାପକ ପଦ ଛାଡ଼ି ରାଜନୀତି ରେ ଯୋଗ ଦେଉଛନ୍ତି କି ? ବାବୁଙ୍କ କିଛି ସପକ୍ଷବାଦୀ ଙ୍କ ମତାନୁସାରେ ଯଦି ଏମିତି ହୁଏ ତେବେ ଆଗାମୀ ପୌର ପରିଷଦ ନିର୍ବାଚନ ରେ ପଣ୍ଡା ବାବୁଙ୍କ ପାଇଁ ଅଧ୍ୟକ୍ଷ ପଦ ଥୟ ।

ଗୁଣପୁର ସହର ରେ ଦୁଇ ଦିନ ପୁର୍ବ ରୁ ଆସି ଡେରା ପକାଇ ରହିଥିବା ତଥାକଥିତ ଉନ୍ନୟନ ପରିଷଦ ର ରାଜ୍ୟ ସଦସ୍ୟ ଗଣ ଗୁଣପୁର ର ହାତ ଗଣତି କିଛି ନିଜର ଅନୁଗତ ଙ୍କୁ ନେଇ ଲୁଚା ଛପା ଭାବେ ବୈଠକ କରିବା ଓ ଏହି ବୈଠକ ରେ ଆଗାମୀ ପୌର ପରିଷଦ ନିର୍ବାଚନ ନିମନ୍ତେ ନିଜକୁ ଆଶାୟୀ ପ୍ରାର୍ଥୀ ଭାବେ ପ୍ରସ୍ତୁତ କରୁଥିବା ଏବଂ ପୌର ନିର୍ବାଚନ ନିମନ୍ତେ ବ୍ଲୁ ପ୍ରିଣ୍ଟ ର ମେନେଜମେଣ୍ଟ କରୁଥିବା କିଛି ଲୋକ ଙ୍କୁ ଏଥିରେ ପଦ ପଦବୀ ଦେଇ ଏବଂ ଲୁଚା ଛପା ଭାବେ କିଛି ଲୋକ ଙ୍କୁ ନେଇ ଉନ୍ନୟନ ପରିଷଦ ବୈଠକ କରିବା ଦୁର୍ଭାଗ୍ୟ ଜନକ ଓ ନିନ୍ଦନୀୟ ବୋଲି ବିଜେପି ର ବରିଷ୍ଠ କର୍ମକର୍ତ୍ତା ପ୍ରେମ ପଣ୍ଡା ଓ ସାମାଜିକ କର୍ମୀ ରବି ଆଚାରି ଅଭିଯୋଗ କରିଛନ୍ତି ।

 

 

ଦକ୍ଷିଣ ଓଡିଶା ବିକାଶ ପରିଷଦ ର ଚିନ୍ତା ଧାରା ଓ ଉଦ୍ଦେଶ୍ୟ କ'ଣ ହେଉନା କାହିଁକି ବୈଠକ ପରେ ଏହା ସାଧାରଣ ରେ ଏଠି ସେଠି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

0
0
0
s2sdefault