ହେଡଲାଇନସ୍:

ବରଗଡ଼ ପୋଲିସକୁ ବଡ ସଫଳତା :ଧରା ପଡିଲେ ଦୁଇ ହତ୍ୟାକାରୀ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜବତ ହେଲା ବିପୁଳ ମାତ୍ରାରେ କଫ ସିରଫ 

ବରଗଡ :- ଗତ କାଲି ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିରିପାଲି ମଦ ଭାଟି ଠାରେ ଘଟିଥିବା ହତ୍ୟା କାଣ୍ଡ ର ଦୁଇ ଅଭିଯୁକ୍ତ ଭେଲୁଆପଦର ଗ୍ରାମର ଭଗବାନ ବରିହା ଓ ପଦ୍ମପୁର କଂସର ଗ୍ରାମର ଜଗଦୀଶ ବିଶ୍ୱାଳ କୁ ହତ୍ୟାକାଣ୍ଡ ର 24 ଘଣ୍ଟା ଭିତରେ ପୋଲିସ ଧରିବାରେ ସଫଳ ହେଇଛି ।  ସେହିଭଳି ଆଜି ସୋହେଲା ପୋଲିସ ଗ୍ରୀଞ୍ଜେଲ ନିକଟରେ MV ଚେକିଂ କରୁଥିବା ସମୟରେ ଛତିଶଗଡ଼ ରେଜିଷ୍ଟ୍ରେସନ ଥିବା 2ଗୋଟି ଗାଡିରୁ 1400 ବୋତଲ କଫ ସିରଫ , 105ଗୋଟି ନିଶା ବଟିକା , ଏକ ଲକ୍ଷ 14 ହଜାର ଶହେ ଟଙ୍କା ନଗଦ , 6ଗୋଟି ମୋବାଇଲ ଫୋନ , ATM ଓ ଆଧାର କାର୍ଡ ସହିତ ଦୁଇ ଗୋଟି କାର ଜବତ କରିବା ସହିତ ସମ୍ବଲପୁର ନିବାସୀ ଚନ୍ଦ୍ର ଶେଖର ଚାନ୍ଦ,ରାୟପୁର ର ବିପୁଳ ଅଗ୍ରୱାଲ ଓ ୟାଦବେନ୍ଦ୍ର ସିଂ ଏବଂ ଦୁର୍ଗ ର ଭୁପେଶ ଜୈନ କୁ ଗିରଫ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ SP ପଦ୍ମିନୀ ସାହୁ ସୂଚନା ଦେଇଥିଲେ ।

0
0
0
s2sdefault