ହେଡଲାଇନସ୍:

ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଂଟକୁ ପୂରଣ କରିଛନ୍ତି - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ୟୁଏଇର ପ୍ରମୁଖ ତୈଳ, ଗ୍ୟାସ ଓ ପେଟ୍ରୋଲିୟମ ଏବଂ ଇସ୍ପାତ୍ କମ୍ପାନୀଙ୍କ ସହ ବୈଠକ

 ଉର୍ଜା କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗ ଏବଂ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ

 ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ସଫଳ କରିବା ଦିଗରେ ଆଲୋଚନା

 ଭାରତରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ୟୁଏଇର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ

ଦୁବାଇ/ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଏଚ୍ଇ ଶିଖ୍ ଖଲିଫା ବିନ୍ ଜାୟଦ୍ ଅଲ୍ ନାହ୍ୟାନଙ୍କ ନେତୃତ୍ୱରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଂଟକୁ ପୂରଣ କରିଛନ୍ତି । ଉଭୟେ ଏହି ବନ୍ଧୁତ୍ୱକୁ ଆଗକୁ ନେବା ସହ ପରସ୍ପର ସହଯୋଗୀ ହୋଇ ଉକ୍ତ କାର୍ଯ୍ୟକୁ ପ୍ରାଥମିକତା ଦେଇ କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଂଚ ଦିନିଆ ବିଦେଶ ଗସ୍ତରେ ଥିବା ଶ୍ରୀ ପ୍ରଧାନ ସୋମବାର ୟୁଏଇର ପ୍ରମୁଖ ତୈଳ ଓ ଗ୍ୟାସ ଏବଂ ପେଟ୍ରୋଲିୟମ କମ୍ପାନୀର ମୁଖ୍ୟଙ୍କୁ ସାକ୍ଷାତ କରିବା ସହ ସେଠାକାର ଇସ୍ପାତ ଶିଳ୍ପର ଅଧିକାରୀମାନଙ୍କ ସହ ବୈଠକ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ୟୁଏଇର ପ୍ରମୁଖ ତୈଳ ଓ ଗ୍ୟାସ ଏବଂ ପେଟ୍ରୋଲିୟମ କମ୍ପାନୀର ମୁଖ୍ୟଙ୍କୁ ସାକ୍ଷାତ୍ କରିବା ଅବସରରେ ଉଭୟଙ୍କ ମଧ୍ୟରେ ଉର୍ଜା କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗ ଏବଂ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ସହ ୟୁଏଇରେ ଭାରତ ନିଜର ଉପସ୍ଥିତିକୁ ଆହୁରି ଅଧିକ ଦୃଢ କରିବା ପାଇଁ ଆଲୋଚନା ହୋଇଥିଲା ।

ଏହି ଅବସରରେ ଦୁବାଇ ଠାରେ ୟୁଏଇର ଇସ୍ପାତ ଶିଳ୍ପର ପ୍ରତିନିଧିମାନଙ୍କ ସହ ମଧ୍ୟ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ  ହୋଇଯାଇଥିଲା । ବୈଠକରେ ଇସ୍ପାତ କ୍ଷେତ୍ରରେ ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ କ୍ଷମତାକୁ ସଫଳ କରିବା ଦିଗରେ ଚର୍ଚ୍ଚା ହୋଇଥିଲା । ଶ୍ରୀ ପ୍ରଧାନ ଭାରତରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ୟୁଏଇର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିଥିଲେ । 

 

0
0
0
s2sdefault