ହେଡଲାଇନସ୍:

ମନେ ପଡିଲେ ସେପ୍ଟେମ୍ବର ୯ର ସେଇ ଅଘଟଣ,  ଲୋମ ଟାଙ୍କୁରି ଉଠେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ମୃତକଙ୍କ ସ୍ମୃତିରେ ମାଧପୁର କ୍ରୀଡା ସଂସଦ ପକ୍ଷରୁ ରକ୍ତଦାନ ଶିବିର 

ଆଠମଲ୍ଲିକ/ ସନ୍ତୋଷ ମେହେର: :ଓଃ , ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି | ମହାରାଜ ଓଲଟି ପଡିବା ଆଉ ୧୯ ଜଣଙ୍କ ଜୀବନ ଦୀପ ଲିଭିଯିବା | ସବୁ କିଛି ମନ ଭିତରେ ଭାସି ଆସୁଛି  ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖର ସେଇ ଦୁର୍ଘଟଣା | ଘଟଣାସ୍ଥଳରେ ସେ କରୁଣା ଦୃଶ୍ୟକୁ  ଅଙ୍ଗେ ନିଭାଇଥିବା ମାଧପୁର କ୍ରୀଡା ସଂସଦର ସଦସ୍ୟଙ୍କ ମନରେ ଆଜିବି ସତେଜ ସେ କଥା | 

 

ବୌଦ୍ଧ ରୁ ଆଠମଲ୍ଲିକ ଅଭିମୁଖେ ଆସୁଥିବା ଘରୋଇ ଯାତ୍ରୀବାହି ବସ ମହାରାଜା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ୧୯ଜଣଙ୍କର ମୃତ୍ୟୁ ହୋଇଥିଲା I ପ୍ରାଣ ହରେଇଥିବା ମୃତକ ଙ୍କ ସ୍ମୃତି ଉଦ୍ୟେଶରେ ପ୍ରତ୍ୟେକ ବର୍ଷ ପରି ଆଜି ମାଧପୁର କ୍ରୀଡା ସଂସଦ ପ୍ରଚେଷ୍ଟାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା I ଏହି ଶିବିରରେ ସମୁଦାୟ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଆଠମଲ୍ଲିକ ବ୍ଲଡ଼ ବ୍ୟାଙ୍କ ତରଫରୁ ଏହି ରକ୍ତ ସଂଗ୍ରହ ହୋଇଥିଲା । ମାଧପୁର  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରାହୁଲ ଗର୍ଗ  ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ । ଡାକ୍ତର ରଶ୍ମି ରଂଜନ  ମିଶ୍ର ରକ୍ତ ଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଷ୍ଟାଫ ନର୍ସ ସ୍ନିଧାରାଣୀ ସିଂ,ଟେକ୍ନିସିଆନ ବିମଳ କୁମାର ପ୍ରଧାନ, ରବୀନ୍ଦ୍ର ମହାନ୍ତି,କର୍ନେଲ ଦେହୁରୀ ,ସୁଶାନ୍ତ ସାହୁ,ଗୋବିନ୍ଦ ବେହେରା ପ୍ରମୁଖ ରକ୍ତ ସଂଗ୍ରହ ଏବଂ ପରୀକ୍ଷା କରିଥିଲେ । ମୋଟିଭେଟୋର ତପନ ବେହେରା ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡ଼ା ସଂସଦ ର ସଂପାଦକ ମନୋଜ କୁମାର ପ୍ରଧାନ ,ସୁବାସୀଷ କର୍ମୀ, ହିମାଂଶୁ ପ୍ରଧାନ, ସ୍ନେହାସିସ ମହାନ୍ତି ,ବିମଳ ଷଣ୍ଢ ପ୍ରମୂଖ ଙ୍କ ସହଯୋଗ ରେ ଏହି ଶିବିର ଟି ସଫଳ ହୋଇଥିଲା । ଏହି ଅବସରରେ ଆଠମଲ୍ଲିକ ବ୍ଲଡ଼ ବ୍ୟାଙ୍କ ତରଫରୁ କ୍ରୀଡ଼ା ସଂସଦ କୁ ସମ୍ମାନିତ କରାଯାଇଥିଲା ।

0
0
0
s2sdefault