ହେଡଲାଇନସ୍:

ସଚେତନତା ପରେ ଟ୍ରାଫିକ ନିୟମ ବ୍ୟବସ୍ଥାକୁ କଡାକଡି କଲା ନୂଆପଡା ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା(ଅମିତ ପୁରୋହିତ); ଗତ ୬ ତାରିଖ ଦିନ ସ୍ଥାନୀୟ ଏକତା ଛକ ଠାରେ ନୂଆପଡା ଭାରପ୍ରାପ୍ତ ଥାନା ଅଧିକାରୀ ଆଦିତ୍ୟ ମହାକୁଡ ଙ୍କ ତତ୍ୱାବଧାନରେ ନୂଆପଡା ପୋଲିସ ସଂଶୋଧିତ ମୋଟର ଯାନ ଆଇନ ସମ୍ବନ୍ଧରେ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ । ଏଥିପାଇଁ ପୋଲିସ ପକ୍ଷରୁ ପ୍ରତ୍ୟେକ ପ୍ରକାର ର ଗାଡି ଚାଳକଙ୍କୁ ପାମ୍ପଲେଟ ବଣ୍ଟନ କରାଯାଇଥିଲା । ହେଲମେଟ ପିନ୍ଧିବା, ସିଟବେଲ୍ଟ ବାନ୍ଧିବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା, ମଦ୍ୟପାନ କରି ଗାଡି ନ ଚଳାଇବା ଆଦି ସମ୍ବନ୍ଧୀୟ ଅନେକ ସୂଚନା ସମ୍ବନ୍ଧରେ ଲୋକ ମାନଙ୍କୁ ସଚେତନତା କରାଯାଇଥିଲା । କିନ୍ତୁ ଲୋକଙ୍କ ଠାରୁ କୈାଣସି ପ୍ରକାରର ଜୋରିମାନା ଆଦାୟ କରାଯାଇ ନ ଥିଲା । ସଚେତନତା କରାଇବାର ୩ ଦିନ ପରେ ଅର୍ଥାତ ଗତ କାଲି ସନ୍ଧ୍ୟାରେ ଶ୍ରୀ ମହାକୁଡଙ୍କର ନେତୃତ୍ୱରେ ଟ୍ରାଫିକ ନିୟମକୁ କଡାକଡି କରିବା ନିମନ୍ତେ ନୂଆପଡା ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଥିଲା । ଏନେଇ ଲୋକଙ୍କ ମନରେ ଜୋରିମାନା ଦେବା ନେଇ କୋକୁଆ ଭୟ ସୃଷ୍ଟି ହୋଇଥିଲା । ବହୁ ଲୋକ ହେଲମେଟ ନ ଥିବା କାରଣରୁ ରାସ୍ତା ଅତିକ୍ରମ ନ କରି ସ୍ଥାନୀୟ ଚା ପାନ ଦୋକାନ ମାନଙ୍କରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବାର ଦୃଶ୍ୟମାନ ହୋଇଥିଲା । ଏହା ପରେ ମଧ୍ୟ ଗାଡି ଚାଳକ ମାନଙ୍କ ଠାରୁ ପୋଲିସ ଜୋରିମାନା ଆଦାୟ କରିଥିଲା । ଶ୍ରୀ ମହାକୁଡଙ୍କ ସୂଚନା ଅନୁସାରେ ମାତ୍ର ୨ ରୁ ୩ ଘଣ୍ଟା ମଧ୍ୟରେ ଜୋରିମାନା ଆକାରରେ ୨୭୫୦୦ ଟଙ୍କା ଗାଡି ଚାଳକଙ୍କ ଠାରୁ ଆଦାୟ କରାଯାଇଥିଲା । ଜୋରିମାନା ଆଦାୟ ଠାରୁ ଲୋକଙ୍କ ସଚେତନତା ଅଧିକ ମହତ୍ୱପୂଣ୍ଣର୍୍  ବୋଲି ଶ୍ରୀ ମହାକୁଡ କହିଛନ୍ତି ।  

 

0
0
0
s2sdefault