ହେଡଲାଇନସ୍:

୧୯୭୫-୭୬ ବ୍ୟାଚ୍ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମ ଠାରେ ରବିବାର ଦିନ ରାଜସୁନାଖେଳା ସରକାରୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ୧୯୭୫-୭୬ ବ୍ୟାଚ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ସମାବେଶ ଅନୁଷ୍ଠିତ  ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଜକିଶୋର ବ୍ରହ୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥି ତଥା ସମ୍ବର୍ଦ୍ଧିତ ପ୍ରତିଭୁ ଶିକ୍ଷକ ବନ୍ଧୁ ଭକ୍ତରଞ୍ଜନ ମହାରଣା ଯୋଗଦେଇ, ଶିକ୍ଷକ ସମାଜର ଦିଗଦର୍ଶକ । ତାର କଲମ ସମାଜକୁ ବଦଳାଇ ଦେଇପାରେ । ଏବଂ ଉପଯୁକ୍ତ ମଣିଷ ସୃଷ୍ଟି କରିପାରେ ବୋଲି କହିଥିଲେ । ନୟାଗଡ ଦର୍ପଣର ପ୍ରତିଷ୍ଠାତା  ହରିଷ୍ ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିଲେ ।  ଶିକ୍ଷା, ଶିକ୍ଷକ, ଶିକ୍ଷାର୍ଥୀ ଓ ଶିକ୍ଷାୟତନରେ ଜୀବନ ବ୍ୟାପି ସାଧନା ଓ ସମାଜ ସେବା ପାଇଁ ଅନୁଷ୍ଠାନ ତରଫରୁ ଉପଢୈାକନ ମାନପତ୍ର ଦେଇ ଶିକ୍ଷକ ବନ୍ଧୁ ଭକ୍ତରଞ୍ଜନ ମହାରଣାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏବଂ ଅନୁଷ୍ଠାନର ସର୍ବକାଳୀନ ସମ୍ପାଦକ ତଥା କାର୍ଯ୍ୟକ୍ରମ ଆୟୋଜକ ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ରଚିତ ସଙ୍ଗୀତ ନାଟକ ଆମକଥା ଆମଗାଥା ଉନ୍ମୋଚିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଗୋଦାବରିଶ ମିଶ୍ର କାର୍ଯ୍ୟକ୍ରମ ଆୟୋଜକ ମାନଙ୍କ ମଧ୍ୟରେ ଦିର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ପ୍ରଥମେ ଛାତ୍ର ପରେ ଶିକ୍ଷକତା ସର୍ବୋପରି ଅବସର ମଧ୍ୟ ବନ୍ଧୁତ୍ୱକୁ ବଜାୟ ରଖିପାରିଥିବା ଯୋଗୁଁ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଜୀବନର ସାୟାହ୍ନ୍ନରେ ଶିକ୍ଷାର୍ଥୀ ଶିକ୍ଷକତା ଜୀବନର ଅନୁଭୂତିକୁ ଅଂଶଗ୍ରହଣ କରିଥିବା ପ୍ରଶିକ୍ଷାର୍ଥୀମାନେ ମନେ ପକାଇ ଭାବପ୍ରବଣ ହୋଇ ପଡିଥିଲେ । ରାଜକିଶୋର ପ୍ରଧାନ, ହଟକିଶୋର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ଦାଶ, ନଗେନ୍ଦ୍ର ସୁନ୍ଦରାୟ, ବ୍ରଜବନ୍ଧୁ ସାହୁ, କାଦମ୍ବିନୀ ପଟ୍ଟନାୟକ, ଜମୁନା ସାହୁ ପ୍ରମୁଖ ଅତୀତର ସ୍ମୃତି ଗୁଡିକୁ ବଖାଣିଥିଲେ । ଯଶୋବନ୍ତ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପଠନ ପୂର୍ବକ ସ୍ୱାଗତ ଭାଷଣ ଦେଇଥିଲେ । ରଘୁନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault