ହେଡଲାଇନସ୍:

କୁକୁରିଆ ପ୍ରକୃତି ପାଇଁ  କିଳା ନେଲେ ଜବାହରଲାଲ, ବିଦ୍ୟୁତ ଖୁଣ୍ଟ ଷ୍ଟେ ତାରରେ ବାନ୍ଧି.....

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭିଆଇପି ଏରିଆ ବି ନିରାପଦ ନୁହଁ, ବାକି ଏରିଆ କଥା କହିବା କଣ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ନାବାଳିକାମାନଙ୍କ ପ୍ରତି ବିପଦ ମାଡ଼ି ଆସିଛି । ବିଭିନ୍ନ ସମୟରେ ନାବାଳିକା ସହ ଦୁଷ୍କର୍ମ ଅଥବା ଦୁଷ୍କର୍ମ ଉଦ୍ୟମ ଶୀର୍ଷକ ସ୍ପର୍ଶକାତର ଖବର ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ସେପ୍ଟେମ୍ବର ୮ ରବିବାର ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ଜିଲ୍ଲାପାଳ, ପୂର୍ତ୍ତ ଓ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଜଜ୍ ଆଦିଙ୍କ ବାସଭବନ ନିକଟରୁ ପ୍ରାୟ ୮୦/୯୦ ଫୁଟ ଦୂର ରାସ୍ତା ଉପରେ ନିଜ ନାତୁଣୀ ବୟସର ଜନୈକ ୮ମ ଶ୍ରେଣୀର ନାବାଳିକା ଛାତ୍ରୀ ଟିଉସନରୁ ନିଜ ଘରକୁ ଏକାକୀ  ଫେରୁଥିବା ବେଳେ ଚତୃର୍ଥ ଶ୍ରେଣୀର ରସିକିଆ ପୁଲିସ କର୍ମଚାରୀ ତଥା ସ୍ଥାନୀୟ ଟାଙ୍କିସାହି ବାସୀନ୍ଦା ଜବାହରଲାଲ ବେହେରା ନାବାଳିକା ଛାତ୍ରୀଙ୍କୁ ନିକଟସ୍ଥ ପମ୍ପ ହାଉସ ମଧ୍ୟକୁ ଟାଣି ନେଇ ବଳପୂର୍ବକ ଅସଦାଚରଣ ଉଦ୍ୟମ କରିଥିଲେ । ନାବାଳିକା କୌଶଳ କ୍ରମେ ଉକ୍ତ କାମୁକ ପୁଲିସ କର୍ମଚାରୀ ନିକଟରୁ ଖସିଯିବାରେ ସଫଳ ହୋଇଥିଲା ଏବଂ ଘରେ ପହଁଞ୍ଚି ସମସ୍ତ ବିଷୟ ଜଣାଇଥିଲା । ପରିବାରର ସଦସ୍ୟ ଓ କେତେକ ଜନସାଧାରଣ ଆସି ଘଟଣା ସ୍ଥଳରେ ଅଭିଯୁକ୍ତ ଛିଡ଼ା ହୋଇଥିବାର ଦେଖି ତାକୁ ନିକଟସ୍ଥ ଛକରେ ଏକ ବିଦୁ୍ୟତ୍ ଖୁଣ୍ଟ ଷ୍ଟେ ତାରରେ ବାନ୍ଧି ଦେଇଥିଲେ । ଉକ୍ତ ରାସ୍ତା ଦେଇ ଯାଉଥିବା ଜନସାଧାରଣ ଅଭିଯୁକ୍ତର କଳାକାରନାମା ବିଷୟରେ ଅବଗତ ହୋଇ ତୀବ୍ର ଭତ୍ସାନା କରୁଥିଲେ । ସେହିପରି ଅଭିଯୁକ୍ତର ସ୍ତ୍ରୀ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କ ସ୍ୱାମୀଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିବା ସହ ସ୍ୱାମୀ ଜବାହର ଭୂଲ କରିପକାଇଛନ୍ତି, ପୁଲିସରେ ଅଭିଯୋଗ କରିଲେ ଚାକିରୀ ଚାଲିଯିବ । ପରିବାର ଭୋକ ଉପବାସରେ ମରିଯିବେ । ସ୍ୱାମୀଙ୍କୁ ଛାଡ଼ି ଦେବାକୁ ଆକୁଳ ନିବେଦନ କରିଥିଲେ । ଏଥି ସହିତ ରସିକ ସ୍ୱାମୀଙ୍କୁ ଏପରି ହୀନ କାର୍ଯ୍ୟ କରିବା ପୂର୍ବରୁ ମରିଯିବା ଭଲ ବୋଲି ତିରଷ୍କାର କରୁଥିବାର ଦେଖିବାର ଦେଖିବାକୁ ମିଳିଥିଲା ।

ଏହି ସମୟରେ ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲେ । ପ୍ରକାଶ ଥାଉକି ଉକ୍ତ ନାବାଳିକା ଉପରେ ଅଭିଯୁକ୍ତର ଖରାପ ନଜର  ପୂର୍ବରୁ ରହିଥିଲା ଏବଂ ଟିଉସନରୁ ଯିବା ଆସିବା ସମୟରେ ତାଙ୍କୁ କମେଣ୍ଟ ମାରୁଥିବା ବିଷୟକୁ ନେଇ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । 

       

0
0
0
s2sdefault