ହେଡଲାଇନସ୍:

ବାଟ ହୁଡ଼ିଥାଆନ୍ତେ କାଳେ,କୋଳେଇ ନେଲା ପ୍ରଶାସନ : ବେସାହାରା ଦୁଇ ଭାଇ ପାଇଲେ ସାହାରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଇ ନାବାଳକ ଭାଇକୁ ଥଇଥାନ କଲେ ଶିଶୁ ସୁରକ୍ଷା ବିଭାଗ

ନୂଆପଡ଼ା,(ଅମିତ ପୁରୋହିତ): ବାପା ଫସଲହାନି ପାଇଁ ଆତ୍ମହତ୍ୟା କରିଥିଲେ | ମା ଝାଡା ବାନ୍ତିରେ ଚାଲିଗଲେ `| ପୁଣି ମାଙ୍କ ଦଶାହ ଝାଡ଼ାବାନ୍ତି ନେଇଗଲା |ଯାହାବି ହେଉ ଦ୍ଵିତୀୟ ଭାଇର ଦେଖାରେଖାରେ ଦୁଃଖେ କଷ୍ଟେ ବିଟି ଯାଉଥିଲା ଜୀବନ | ହେଲେ ସେତକ ବି ବିହି ସହିଲାନି | ଦ୍ଵିତୀୟ ଭାଇଟି ବି ଆତ୍ମହତ୍ୟା କରିଦେଲା `| ଆଉ ସମୁର୍ଣ୍ଣ ଆହ୍ୱା ହୋଇ ପଡ଼ିଥିଲେ ଦେବା ଆଉ ଗିରି | ବେସାହାରା ହୋଇପଡିଥିବା ଦୁଇଭାଇଙ୍କୁ ଖବର ପାଇଁ ଜିଲ୍ଲା ପ୍ରଶାସନ ବଢ଼ାଇଛି ସହାୟତାର ହାତ | 

 ଗତ ୫ ତାରିଖ ସକାଳେ ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ ଗାଁରେ ଜନ୍ମଜୟ ମାଝି(୨୨)ଙ୍କ  ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା । ପୂର୍ବରୁ ତାଙ୍କର ବାପା, ମା ଓ ବଡ ଭାଇର ମୃତ୍ୟୁ ହୋଇଥିବା ବେଳେ ଗତ ଗୁରୁବାର ଜନ୍ମେଜୟ  ଆତ୍ମହତ୍ୟା କରିଥିଲେ । ଫଳରେ ଦୁଇ ନାବାଳକ ଦେବସିଂ(୧୩) ଓ ଗିରିଧାରୀ(୧୦) ନିରାଶ୍ରୟ ହୋଇ ପଡିଥିଲେ । ଏହାକୁ ନେଇ ଆଜି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ହସ୍ତକ୍ଷେପ କରି ଦୁଇ ନାବାଳକ ଦେବସିଂଓ ଗିରିଧାରୀଙ୍କୁ ଥଇଥାନ କରିଛନ୍ତି । 

      ଗତ ୭ ବର୍ଷ ତଳେ ଦୁଇ ନାବାଳକଙ୍କ ବାପା କୁଶ ମାଝି ଚାଷବାସ ନଷ୍ଟ ହୋଇଯିବାରୁ ଆତ୍ମହତ୍ୟା କରିଥିଲେ । ମା ଜଇମନୀ ପୁଅ ଘନଶ୍ୟାମ, ଜନ୍ମଜୟ, ଦେବସିଂ ଓ ଗିରିଧାରୀଙ୍କୁ ପ୍ରତିପୋଷଣ କରୁଥିଲେ । ଗତ ୩ ବର୍ଷ ତଳେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମା ଜଇମନୀ ମୃତ୍ୟୁ  ବରଣ କରିଥିଲେ । ମାଙ୍କ ଦଶାହ ଦିନ ବଡ ପୁଅ ଘନଶ୍ୟାମ ମାଝି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ସେହିଦିନ ଠାରୁ ଜନ୍ମଜୟ ତାଙ୍କର ଦୁଇ ନାବାଳକ ଭାଇ ଦେବସିଂ ଓ ଗିରିଧାରୀଙ୍କ ସେବା ଯତ୍ନ କରୁଥିଲେ । ଗତ ୫ ତାରିଖରେ ଜନ୍ମଜୟ ସନ୍ଦେହ  ଜନକ ଭାବେ ଆତ୍ମହତ୍ୟା କରିଥିଲେ । ଫଳରେ ଦୁଇ ନାବାଳକ ଦେବସିଂ ଓ ଗିରିଧାରୀ ଅସହାୟ ହୋଇ ପଡିଥିଲେ । କୋମନା ବ୍ଲକ ସମ୍ପ୍ରସାରଣ ଅଧିକାରୀ ଜୟକୃଷ୍ଣ ପାଣିଗ୍ରାହୀ ଓ ତରବୋଡର ଯୁବନେତା ବେଣୁଧର ଗହୀର ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିଥିଲେ । ଏହାକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରମେଶ ଭୋଇ, ସଦସ୍ୟ କେ.  ହୋତା, ଅଶ୍ୱିନୀ ପାତ୍ର ତଦନ୍ତ କରି ତାଙ୍କୁ ଥଇଥାନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଆଜି ଅପରାହ୍ନରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରଥ ଓ ଯୁବନେତା ଶ୍ରୀ ଗହୀର ଦୁଇ ନାବାଳକଙ୍କ ଖଡିଆଳ ସ୍ଥିତ ନବପ୍ରଭା ମୁକ୍ତ ଆଶ୍ରୟ ସ୍ଥଳୀରେ ଥଇଥାନ କରିଥିଲେ । ଏବେ ଦୁଇ ନାବାଳକ ନବପ୍ରଭା ଆଶ୍ରୟ ସ୍ଥଳିରେ ରହି ପାଠ ପଢିବେ । ତାଙ୍କର ପଢିବା, ଖାଇବା ସହ ପାଠ୍ୟ ଉପକରଣ, ପୋଷାକ ପତ୍ର ଖର୍ଚ୍ଚ ସରକାର ବହନ କରିବେ । ତାଙ୍କର ଭବିଷ୍ୟତ ଗଢି ତୋଲିବା ଦାୟିତ୍ୱ ଜିଲ୍ଲା ପ୍ରଶାସନ ହାତରେ ରହିଛି ବୋଲି ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ଶ୍ରୀ ହୋତା ସୂଚନା ଦେଇଛନ୍ତି । 

0
0
0
s2sdefault