ହେଡଲାଇନସ୍:

  ଗୁଣପୁର ବ୍ଲକ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗୁଣୁପୁର/  ସିଦ୍ଧାର୍ଥ ଦାସ : ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଘଣ୍ଟା ସମୟ ରେ ଗୁଣପୁର ବ୍ଲକ କାର୍ଯ୍ୟାଳୟ ପରିସର ରେ ଦାୟିତ୍ଵ ରେ ଥିବା ପି.ଇ.ଓ ପତିତ ବିଷୋୟୀଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ବିଚାରପତି ଗୁଣପୁର ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଗୁଣପୁର ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ବିଚାର ଅଧିକାରୀ ଶ୍ରୀ ଦୀପଙ୍କର ବଳ , ଗୁଣପୁର ଦୌରା ବିଚାରପତି  ଶ୍ରୀ ବିଭୁଦତ୍ତ ନାୟକ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । 

ଏହା ପରେ ସ୍ଥାନୀୟ ଜି.ଆଇ.ଇ.ଟି ୟୁନିଭର୍ସିଟି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ବୃନ୍ଦ ଏବଂ  ୟୁନିଭର୍ସିଟି ର ଉପ ସଭାପତି ଶ୍ରୀ ଚନ୍ଦ୍ରଧ୍ୱଜ ପଣ୍ଡା , ଭାଇସ୍ ଚାନ୍ସଲର୍ ଶ୍ରୀ ଗୌତମ ଘୋଷ , ରେଜିସ୍ଟର୍ ଶ୍ରୀ ଏନ.ଭି.ଜେ ରାଓ ଓ ପ୍ରିନ୍ସିପାଲ ଡ଼ଃ ଶ୍ରୀ କେ ସିନ୍ଥିଲ୍ କୁମାର ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଅନୁରୂପ ଭାବେ ସ୍ଥାନୀୟ ଜି.ଆଇ.ସି.ଏମ.ଏସ୍ କଲେଜ ଠାରେ ମୁଖ୍ୟ ଅତିଥି ବୃନ୍ଦ ଙ୍କ ସହ କଲେଜ ର ଅଧକ୍ଷ ଶ୍ରୀ ଅକ୍ଷୟ ଦାସ , ଗାୟତ୍ରୀ ଗ୍ରୁପ ଅଫ ଇନଷ୍ଟୁସନ୍ ର ଏ.ଓ ଶ୍ରୀ ପି ଭି କୋଟେସ୍ୱର ରାଓ , ଜିଷ୍ଟ ର ପ୍ରିନ୍ସପାଲ ଡ଼ଃ ଶ୍ରୀ ଦିଲ୍ଲୀପ କୁମାର ଜେନା ଏବଂ ଜି.ଆଇ.ସି.ଏମ.ଏସ୍ ର ପ୍ରିନ୍ସପାଲ ଶ୍ରୀ ଧବଳେଶ୍ବର ପଟ୍ଟନାୟକ ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯାଇଥିଲା । 

ଆଜି ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ଗୁଣପୁର ବ୍ଲକ ର ରେଗେଡା , ଚିନାସାରୀ , କୁଲୁସିଂ , ପୁଟାସିଂ , ଜଲତାର , ଟଲଣା , ସଗଡା ,  ଚାଲକମ୍ବା , ଘନାଂତ୍ରି , ଟିଟିମିରି , ଭୀମପୁର ଓ ଡମ୍ବସରା ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ଅନୁରୂପ ଭାବେ ବୃକ୍ଷ ରୋପଣ କରାଯାଇଥିଲା । ବୃକ୍ଷ ରୋପଣ କରିବା ଦ୍ୱାରା ପରିବେଶ କୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଏକ ଅନୁକୂଳ  ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ ବୋଲି  ମୁଖ୍ୟ ଅତିଥି ମାନେ ଜନ ସାଧାରଣ  ଙ୍କୁ ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ ।

ବୃକ୍ଷ ରୋପଣ ନିମନ୍ତେ ଗୁଣପୁର ଉପଖଣ୍ଡ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ର ଚାରା ଗଛ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ବିଭାଗ ର ଫରେଷ୍ଟ ରେଞ୍ଜର , ଫରେଷ୍ଟ୍ରର୍ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ ।

 

0
0
0
s2sdefault