ହେଡଲାଇନସ୍:

ଆୟପ୍ପା ସ୍ଵାମୀ ସେବା ସଂଘ ପକ୍ଷରୁ ରାଜେନ୍ଦ୍ର ଗୁରୁ ସ୍ଵାମୀଙ୍କୁ ଶ୍ରଦ୍ଧାଞ୍ଜଳି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗୁଣୁପୁର/  ସିଦ୍ଧାର୍ଥ ଦାସ: ଗୁଣପୁର ଆୟପ୍ପା ସ୍ଵାମୀ ସେବା ସଂଘ ପକ୍ଷରୁ ଗୁଣପୁର ପୁରଣା ବସ ଷ୍ଟାଣ୍ଡ ଠାରେ ସ୍ଵର୍ଗତଃ ଶ୍ରୀ ରାଜେନ୍ଦ୍ର ଗୁରୁ ସ୍ଵାମୀଙ୍କ ତୃତୀୟ  ବର୍ଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅନୁଷ୍ଠିତ ହୋଇଯାଇଛି । 

ଆଜି ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସମାରୋହ ରେ ଇପିଲି ମାଣୀକାଣ୍ଠା ଶର୍ମା ଗୁରୁସ୍ଵାମୀ , ଲାଡି ରଘୁ ଗୁରୁସ୍ଵାମୀ , ତାଙ୍ଗୁଡୁ ଭେଙ୍କେଟ୍ ରାଓ ଗୁରୁସ୍ଵାମୀ , ତାଙ୍ଗୁଡୁ ସୋମେଶ ଗୁରୁସ୍ଵାମୀ , କଣ୍ଡାଲା ରାଓ ଗୁରୁସ୍ଵାମୀ , ଅନନ୍ତ ଗୁରୁସ୍ଵାମୀ ଏବଂ ଏସ୍.ସନ୍ତୋଷ , ଲାଡି ଗୋପାଳ , ଭି.ଲାଉଡୁ , ନନ୍ଦୁ ନାଇଡୁ , ଏସ.ପ୍ରସାଦ ଏବଂ ଆୟାପ୍ପା ସ୍ଵାମୀ ଙ୍କ ର ବହୁ ଭକ୍ତ ଗଣ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ , ଦ୍ଵୀପ ପ୍ରଜ୍ୱଳନ କରିବା ସହ ସ୍ଵର୍ଗତଃ ଶ୍ରୀ ରାଜେନ୍ଦ୍ର ଗୁରୁ ସ୍ଵାମୀଙ୍କ ଅମର ଆତ୍ମା ର ସଦ୍ଗତି ମନାସୀ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

ଏହି ଅବସର ରେ ସାଧାରଣ ଜନ ସାଧାରଣ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

 

0
0
0
s2sdefault