ହେଡଲାଇନସ୍:

ବବିଙ୍କ ତାଗିଦ ବାଣୀ :  ନୋ ଗ୍ରୁପିଜିମ ପ୍ଲିଜ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ଜିନ୍ଦାବାଦ ପକାଇ ଆଖପାଖରେ ଘୁରିଲେ ପାଖ ଲୋକ ହେବା ଅସମ୍ଭବ

ଦଳରେ କର୍ମୀ ବଡ, ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯିବ 

 ଶକ୍ତି ଆପଣଙ୍କର, ସାଧନ ମୋର" 

ଦଳରେ ଗୋଷ୍ଠୀ ବିବାଦକୁ ଉସୁକାଉଥିବା ନେତାଙ୍କ ସ୍ଥାନ ନାହିଁ- ଡ଼ ଅରୁଣ 

ଦଳ ନିମନ୍ତେ ସମର୍ପିତ ସଂଘର୍ଷ ଜୁଇ ଜଳିବା ପର୍ଯ୍ୟନ୍ତ ଚାଲୁ ରଖିବାକୁ ସଞ୍ଜୟଙ୍କ ପରାମର୍ଶ 

ବାରିପଦା(ଦିଲ୍ଲୀପ ମହାନ୍ତି )-ଅପେକ୍ଷା ଥିଲା | ଆସିଲେ, ଆଉ ତାଗିଦ କରିଦେଇଗଲେ ନେତାଙ୍କୁ | ଦଳ ମଧ୍ୟରେ କୌଣସି ପ୍ରକାରର ଗ୍ରୁପିଜିମକୁ ବରଦାସ୍ତ କରିବେ ନାହିଁ | ଆମେ ଗୋଟାଏ ଗ୍ରୁପ, ତାହା ହେଉଛି ନବୀନ ପଟ୍ଟନାୟକ ଗ୍ରୁପ । ଅଧିକ ଜିନ୍ଦାବାଦ ପକାଇଲେ କିମ୍ବା ପାଖରେ କଥା ହେଲେ ବା ଭୂବନେଶ୍ୱର ଦୌଡ଼ିଲେ ପାଖ ଲୋକ ହେବାର ସମ୍ଭାବନା ନାହିଁ । ଦଳୀୟ ନେତା, କର୍ମକର୍ତ୍ତା ଓ କର୍ମୀମାନଙ୍କ କାର୍ଯ୍ୟ ତାର ପରିଚୟ ସୃଷ୍ଟି କରାଇବ । ଦଳରେ କର୍ମୀମାନେ ବଡ଼ ହୋଇଥିବାରୁ ସେମାନଙ୍କ କଥାକୁ ଅଗ୍ରାଧିକାର ଭିତ୍ତିରେ ବିଚାରକୁ ନିଆଯିବ ବୋଲି ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ପାଇଥିବା ଦଳର ପ୍ରଭାବଶାଳୀ ଯୁବନେତା ତଥା ଷ୍ଟାର ଷ୍ଟ୍ରାଇକର ପ୍ରଣବ ପ୍ରକାଶ ଦାସ | 

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ତଥା ବିଜୁ ଭବନ ପରିସରରେ ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ଦଳର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ନେତୃମଣ୍ଡଳୀ ସହ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଚରମବାଣୀ ଶୁଣାଇ ଦେଇଥିଲେ । ଏଥି ସହିତ ସେ କହିଥିଲେ ଯେ,  ଶକ୍ତି ଆପଣମାନଙ୍କର ସାଧନ ମୋର । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଚୌକି ନିମନ୍ତେ ଲାଳାୟିତ ନୁହଁନ୍ତି, ଜନସାଧାରଣଙ୍କ ସେବା ତାଙ୍କର ମୂଳ ଲକ୍ଷ ଓ ଉଦ୍ଦେଶ୍ୟ   । ଦଳ ୨୦୨୪ ଟାର୍ଗେଟ ପୂରଣ ପାଇଁ ଲକ୍ଷ ରଖି ରଣକୌଶଳ ପ୍ରସ୍ତୁତ କରିଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆହ୍ୱାନ ଓ ୫ଟି ମନ୍ତ୍ର ଆଧାରରେ ବିଜେଡ଼ି ଦଳ ଜନସାଧାରଣଙ୍କ ନିକଟତ୍ତର ହେବା ସାଙ୍ଗକୁ ସେମାନଙ୍କର ଆସ୍ଥା ଓ ବିଶ୍ୱାସ ଭାଜନ ହୋଇବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ସେହିପରି  ଅଧିକରୁ ଅଧିକ ସଦସ୍ୟ ସଂଗ୍ରହ ମାଧ୍ୟମରେ ମୟୂରଭଞ୍ଜକୁ ଓଡ଼ିଶାର ଏକ ନମ୍ବର ଜିଲ୍ଲା ଭାବେ ପ୍ରତିପାଦିତ କରାଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତମୁଠାକୁ ସୁଦୃଢ଼ କରାଇବା ସଂଗେସଂଗେ ଜିଲ୍ଲା ସଙ୍ଗଠନର ଟେକ ରଖିବା ପାଇଁ ସମସ୍ତେ ଆଗେଇ ଆସି କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । 

ଏହି ଅବସରରେ ଉଦବୋଧନ ଦେଇ  ପୂର୍ବତନ ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା  କହିଥିଲେ ଯେ, ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ି ସଙ୍ଗଠନକୁ ସୁଦୃଢ଼ କରାଇବା ସହ ଜିଲ୍ଲାକୁ ଓଡ଼ିଶାର ଏକ ନମ୍ବର ଜିଲ୍ଲାରେ ପରିଣତ କରାଇବା ପାଇଁ ଗୁଣ୍ଡୁଚିମୂଷା ସାଜି କାର୍ଯ୍ୟ କରିବେ । ପୁଣି ମୟୂରଭଞ୍ଜ ଜିଲ୍ଲା ସହ ବିଜୁ ବାବୁଙ୍କ ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରାଇବା ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ଜିଲ୍ଲାରେ ଚାଲିଥିବା ବିକାଶର ମହାପର୍ବ ଅଧିକ କ୍ରିୟାଶୀଳ ହେବ ।  ହାରିବା ଜିତିବା ଲାଗି ରହିଥିବା ବେଳେ ଦଳ ନିମନ୍ତେ ସମର୍ପିତ ସଂଘର୍ଷ ଜୁଇ ଜଳିବା ପର୍ଯ୍ୟନ୍ତ ଚାଲୁ ରଖିବାକୁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେବା ସହିତ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶଙ୍କ ବଳିଷ୍ଠ  ନେତୃତ୍ୱ ଓ ସାଙ୍ଗଠନିକ ଦକ୍ଷତା ଜିଲ୍ଲା ସଙ୍ଗଠନକୁ ଅଧିକ ଗତିଶୀଳ କରାଇବ ଏବଂ ତାଙ୍କ ନେତୃତ୍ୱରେ ସମସ୍ତେ ଦଳ ନିମନ୍ତେ ବ୍ୟକ୍ତିଗତ ସ୍ୱାର୍ଥ ସଂକୀର୍ଣ୍ଣତାରୁ ଊର୍ଧ୍ୱରେ  ରହି ବିଜୁ ଜନତା ଦଳ ଓ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରାଇବା ନିମନ୍ତେ ସଙ୍କଳ୍ପ ନେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ପୂର୍ବତନ ପର୍ଯ୍ୟବେକ୍ଷକ ଡ଼ ଅରୁଣ ସାହୁ  ଆଜିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମୟୂରଭଞ୍ଜ ବିଜେଡ଼ିରେ ନୂଆ ଉତ୍ସାହ ଓ ଉଦିପନା ଖେଳାଇ ଦେଇଥିବାର ପରିଲକ୍ଷିତ ହୋଇଛି ହୋଇଛି ବୋଲି କହିଥିଲେ । ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ମୁଖ୍ୟମନ୍ତ୍ରୀ ଭାବେ କେବଳ ଓଡ଼ିଶାରେ ନୁହେଁ ପୃଥିବୀରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହୋଇପାରିଛନ୍ତି । ବିଧାୟକମାନେ ଜନତାଙ୍କ ସେବକ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ୨୦୨୪ ନିର୍ବାଚନ ନିମନ୍ତେ ଆରମ୍ଭ ହୋଇଥିବା ପ୍ରସ୍ତୁତି ପର୍ବକୁ ଆଗକୁ ଆଗେଇ ନେବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର । ମୁଖ୍ୟମନ୍ତ୍ରୀଙ୍କ ୫ଟି ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ ନେତା ଓ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଦେଇଥିବା ନିରାଡ଼ମ୍ବର ଜୀବନଯାପନ ଏବଂ ଜନସାଧାରଣଙ୍କ ନିକଟରେ ପହଁଞ୍ଚିବା ନିମନ୍ତେ ଦେଇଥିବା ମନ୍ତ୍ର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ  ।  ଏଥି ସହିତ ଜିଲ୍ଲାରେ ମତାନ୍ତର, ବିଭେଦ ଓ  ଗୋଷ୍ଠୀକନ୍ଦଳ କର୍ମୀମାନେ ତିଆରି କରିନଥାନ୍ତି, ଏହା କେତେକ ଉପରସ୍ତରରେ ରାଜନୀତି କରୁଥିବା ନେତୃତ୍ୱର ଦୋଷ । ପୂର୍ବର  ଗୋଷ୍ଠୀ କନ୍ଦଳକୁ ବରଦାସ୍ତ କରାଯିବ ନାହିଁ । ସେମାନଙ୍କର ଦଳରେ ସ୍ଥାନ ନାହିଁ । ଏହି ମଞ୍ଚରେ ସମସ୍ତ ମନମାଳିନ୍ୟକୁ କବର ଦେଇ ଏକମନ ନେଇ ଗୋଟାଏ ନେତା ନବୀନ ପଟ୍ଟନାୟକ, ଗୋଟାଏ ଦଳ ବିଜୁ ଜନତାଦଳ ବୋଲି ଭାବି କାର୍ଯ୍ୟକରିବାକୁ ଉପସ୍ଥିତ ବିଜେଡ଼ି ନେତା, କର୍ମୀମାନଙ୍କୁ ଡ଼ ସାହୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍, ଭୂବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ବିଜେଡ଼ିର ଜିଲ୍ଲା ସଭାପତି ତଥା ରାଜ୍ୟ କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ବାରିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାନନ୍ଦ ମାର୍ଣ୍ଡି, ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ସାରସକଣାର ପୂର୍ବତନ ବିଧାୟକ ଭାଦବ ହାଁସଦାଃ, ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡ଼ା. ଦେବାଶିଷ ମାର୍ଣ୍ଡି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି ପ୍ରମୁଖ ନିଜ ନିଜ ବକ୍ତବରେ ଦଳକୁ ଏକଜୁଟ ହୋଇ ମୟୂରଭଞ୍ଜ ଜିଲ୍ଲାକୁ ଓଡ଼ିଶାର ଏକ ନମ୍ବର ଜିଲ୍ଲାରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ୪ ହଜାରରୁ ଅଧିକ ଦଳୀୟ ନେତା, କର୍ମୀ ଓ ସମର୍ଥକମାନେ ଯୋଗ ଦେଇଥିଲେ ।

 

0
0
0
s2sdefault