ହେଡଲାଇନସ୍:

ପୀଠପୂଜା ଉତ୍ସବ ଅବସରରେ ବୃକ୍ଷରୋପଣ କଲେ ଗ୍ରାମବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଆଠମଲ୍ଲିକ/ ସନ୍ତୋଷ ମେହେର: ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ଗୌତମପୁର ଗ୍ରାମରେ ଆଜି ଗ୍ରାମବାସୀଙ୍କ ଦ୍ୱାରା ପୀଠ ପୂଜା କାର୍ଯ୍ୟକ୍ରମ ମାଁ ପିତାବଳି ପୀଠରେ ଅନୁଷ୍ଠିତ ହୋଇଯାଇଛି | ପାରମ୍ପରିକ ନିତିକାନ୍ତି ଅନୁସାରେ ପ୍ରଥମେ ବାବା ସିଦ୍ଧେସ୍ୱର ଶୈବ ପୀଠରେ ପୂଜା କରାଯାଇଥିଲା ଏବଂ ପରେ ଗ୍ରାମର ମାଁ ପିତାବଳିଙ୍କ ପୀଠରେ ପୂଜା କାର୍ଯ୍ୟକ୍ରମ  କରାଯାଇଥିଲା | 

ଏହି ଅବସରରେ ଗ୍ରାମର  ବାବା ସିଦ୍ଧେସ୍ୱର କ୍ଳବ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ  ଗ୍ରାମପୀଠ ନିକଟରେ ବୃକ୍ଷ ରୋପଣ କରାଯାଇଥିଲା |  ବେଲ, ଆମ୍ବ, କୃଷ୍ଣଚୂଡ଼ା,ଜାମୁ ଆଦି ଅନେକ ଗଛ ଲଗାଯାଇଥିଲା |  ପୀଠ ପୂଜା ଅବସରରେ  ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ବହୁ ଭକ୍ତ ତଥା ଗ୍ରାମବାସୀ  ଉକ୍ତ ପୂଜା କାର୍ଯ୍ୟକ୍ରମରେ ଯୋଗଦାନ କରି ପ୍ରସାଦ ସେବନ କରିଥିଲେ |  ପୂଜା କାର୍ଯ୍ୟକ୍ରମରେ ପୂଜାରୀ ଭାବରେ ବୃନ୍ଦାବନ ଗିରି, ସହ-ପୂଜାରୀ ଭାସ୍କର ଗିରି, ଗ୍ରାମ୍ୟକମିଟିର  ସଭାପତି ଶମ୍ଭୁନାଥ ଦନ୍ତା,ଗ୍ରାମବାସୀ ମହନ ଦନ୍ତା, ପଦ୍ମନ ମହାଖୁଡ,କେଦାରନାଥ ଗିରି, ବେଣୁଧର ମହାଖୁଡ, ନାରାୟଣ ଡାଙ୍ଗ, ସମାଜସେବୀ ସନ୍ତୋଷ ମେହେର,ମହିମାସାଗର ଦନ୍ତା ଆଦି  ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପାଳିତ କରାଯାଇଥିଲା |

 

0
0
0
s2sdefault