ହେଡଲାଇନସ୍:

ନୂତନ ପର୍ଯବେକ୍ଷକଙ୍କୁ ସ୍ୱାଗତ ଓ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୂଆପଡା/ ଅମିତ ପୁରୋହିତ  :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ ଯେତେ ତତ୍ପର ଦଳକୁ ଆହୁରି  ମଜବୁତ କରିବା ପାଇଁ ମଧ୍ୟ ସେତେ ତତ୍ପର । ରାଜ୍ୟ ସରକାର ଙ୍କର ବିଭିନ୍ନ ଯୋଜନା କିଭଳି ଭାବରେ ଶେଷ ବ୍ୟକ୍ତି ପର୍ଯନ୍ତ ପହଂଛି ପାରିବ ଏଥିପାଇଁ ବର୍ତମାନ ଦଳୀୟ କର୍ମୀ ମାନଙ୍କୁ ବିଭିନ୍ନ ପ୍ରକାର ଦାୟିତ୍ୱ  ପ୍ରଦାନ କରାଯାଉଛି । 

        ନୂଆପଡ଼ା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ନବନିଯୁକ୍ତ ପର୍ଯବେକ୍ଷକ ଶ୍ରୀ ସୋଭାଗ୍ୟ ରଂଜନ ନାୟକ ଆଜି ନୂତନ ଦାଇତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ନୂଆପଡା ଆସିଥିଲେ । ଏହି ଅବସରରେ ତାଙ୍କୁ ନୂଆପଡା ଓ ଖରିଆର ରୋଡ଼ରେ ତାଙ୍କୁ ବିଭିନ୍ନ ସ୍ଥାନରେ ଭାବ୍ୟ ସ୍ୱାଗତ ସମ୍ବର୍ଦ୍ଧବା  ଦିଆଯାଇଥିଲା । ଏହାପରେ ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ , ଯୁବନେତା ଟିଟୁ ପଣ୍ଡା ଓ ପର୍ଯବେକ୍ଷକ ଶ୍ରୀ ସୋଭାଗ୍ୟ ରଂଜନ ନାୟକ ଖରିଆର ରୋଡ଼ ଟାଉନ ହଲ ଠାରେ ଆୟୋଜନ କରାଯାଇଥିବା ସଭ୍ୟ ସଂଗ୍ରହ ଅଭିଯାନରେ ଯୋଗଦାନ କରିଥିଲେ |  ଏହି ସଭାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଦଲୀୟ କର୍ମୀ ଓ ନେତା ମାନେ ନୂତନ ସଭ୍ୟ ସଂଗ୍ରହ ବାବଦରେ ନିଜର ମତାମତ ଉପସ୍ଥାପନ କରିଥିଲେ । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ବିଜେପି ଓ କଂଗ୍ରେସ ର ବହୁ ଟାଣୁଆ ନେତା ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଏହି ଅବସରେ ଦଳୀୟ ପର୍ଯବେକ୍ଷକ ଶ୍ରୀ ନାୟକ ଓ ବିଧାୟକ ଶ୍ରୀ ଢୋଲକିଆ କର୍ମୀ ମାନଙ୍କୁ ମନ ପ୍ରାଣ ଦେଇ ଦଳର କାମ କରିବା ସହିତ ସାଧାରଣ ଲୋକଙ୍କୁ ସମସ୍ତ ପ୍ରକାର ସହଯୋଗ  କରିବା ପାଇଁ କହିଥିଲେ । ଆଜିକାର ଏହି ସଭାରେ ବିଧାୟକ ଶ୍ରୀ ଢୋଲକିଆ ଙ୍କର ସହିତ ଶ୍ରୀ ସୌଭାଗ୍ୟ  ନାୟକ , ଶ୍ରୀ ଟିଟୁ ପଣ୍ଡା , ଶ୍ରୀ ଅବନୀ ରଂଜନ ଯୋଶୀ , ସିତୁ ବୋଧଙ୍କର, ରମାକାନ୍ତ ଠାକୁର , ନିଶାନ ଡାଗା, ରାଜେଶ ନିଗମ,ସହିଦ ମହମ୍ମଦ, ଲମ୍ବୋଦର ନିଆଳ , ଭାନୁ ପ୍ରତାପ ସିଂ ମାଝୀ, ନାରାୟଣ ସାହୁ, ସୁନିତା ଜୈନ, ବିଶ୍ଵାମିତ୍ର କୁମାର, ବ୍ରଜ ଭିତ୍ରିଆ , ସେଫଳି ସଲମା, ମହମ୍ମଦ ୟସୀନ, ଅଭିଷେକ ଜଗତ , ବାଳକୃଷ୍ଣ ଶବର ,ହେମନ୍ତ କର , ସୌରବ ଜୈନ, ଉମେଶ ସହିସ , କୃଷ୍ଣ ସିଂ ସନ୍ତୋଷ କୁମାର ବିଶି ପ୍ରମୁଖ ନିଜ ନିଜ ମତାମତ  ରଖିଥିଲେ ।

 

0
0
0
s2sdefault