ହେଡଲାଇନସ୍:

ଦଇବ ସାଜିଲା ବୈରୀ, ପ୍ରଶାସନ ବି ଗୁହାରି ଶୁଣୁନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଧବା ମହିଳାଙ୍କୁ ମିଳୁ ନାହିଁ ଇନ୍ଦିରା ଆବାସ, ଏଠି ପ୍ରଶାସନର ଆଖି କାନ ଅଛି ତ !

ଘୁ. ଉଦୟଗିରି/ ଗଗନ ପ୍ରଧାନ  : ଦଇବ ତା ବୈରୀ ସାଜିଲା, ହାତ ଧରିଥିବା ଲୋକଟା ଅଧାବାଟରେ ହାତ ଛାଡି ଦେଇ ଗଲା | ହେଲେ ଏବେ ଏ ଦୁଃଖ ଓ ଦୈନ୍ୟତା ଭିତରେ ପ୍ରଶାସନ ବି ହାତ ଛାଡି ଦେଇଛି |

କନ୍ଧମାଳ ଜ଼ିଲ୍ଲା କୋଟଗଡ ବ୍ଲକ ଅଧୀନସ୍ଥ ମାଦାଗୁଡ଼ା ଗ୍ରାମ ପଞ୍ଚାୟତର ଦୁରିଂପୋଡି ଗ୍ରାମ.ଏହି  ଗ୍ରାମରେ ରାଜନ୍ତି ମଲିକ ନାମକ ଜଣେ ବିଧବା ମହିଳା ପରିବାର ସହ ବସବାସ କରନ୍ତି`| ପାଖପାଖି 18 ବର୍ଷ ପୂର୍ବେ ରାଜନ୍ତି ମଲିକଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା |  ଦିନ ମଜୁରୀଆ ଭାବେ କାମ କରି ମହିଳା ଜଣକ ପରିବାର ପ୍ରତିପୋଷଣ  କରି ଆସୁଛନ୍ତି | ହେଲେ ଦୀର୍ଘ ଦିନ ହେବ ରହିବା ପାଇଁ ଏକ ଇନ୍ଦିରା ଆବାସ ଘର ଯୋଗାଇ ଦେବା ପାଇଁ  ପ୍ରଶାସନ ପାଖରେ କାକୁତିମିନତୀ କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ରାଜନ୍ତି ଏବଂ ତାଙ୍କର କଲେଜ ପଢୁଆ ଝିଅ ଅଭିଯୋଗ କରିଛନ୍ତି |  ବର୍ତ୍ତମାନ ମହିଳା ଏବଂ ତାଙ୍କ ପରିବାର ବିପଦ ସଂକୁଳ ଅବସ୍ଥାରେ ଏହି ଘରେ ରହୁ ଥିବା କହିଛନ୍ତି | ଏହି  ଲଗାଣ ବର୍ଷାରେ ଘରର କାନ୍ଥଗୁଡ଼ାକରୁ ମାଟି ଖସୁ ଥିବାରୁ ତାଙ୍କ ପରିବାର ସଦସ୍ୟଙ୍କ ଜୀବନ  ବିପଦରେ ଥିବା ରାଜନ୍ତି କହିଛନ୍ତି | ତେଣୁ ଯଥା ସମ୍ଭବ ରହିବା ପାଇଁ ଏକ ଇନ୍ଦିରା ଆବାସ ଘର ଯୋଗାଇ ଦେବା ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି | ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ ଗରିବ ଆଦିବାସୀ ବିକାଶର ଯୋଜନାର ଗତି କୁଆଡେ |  ଅନ୍ୟ ପକ୍ଷରେ ସରକାର ଗରିବ ଆଦିବାସୀଙ୍କ ବିକାଶ ପାଇଁ ଯୋଜନା ଉପରେ ଯୋଜନା ଘୋଷଣା କରୁଛନ୍ତି |  ହେଲେ ରାଜନ୍ତି ମଲିକ ପରିଙ୍କ ଅନେକ  କନ୍ଧମାଳବାସୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଥିବା ଘଟଣା ଅନେକ ସମୟ ଦେଖିବାକୁ ମିଳିଛି |  କିନ୍ତୁ ପ୍ରଶାସନର ଏହାକୁ ଗୁରୁତର ଭାବେ ଗ୍ରହଣ ନକରି ଅଣଦେଖା କରୁଥିବା ଗରିବ ଆଦିବାସୀଙ୍କ ପାଇଁ କାଳ ହୋଇଛି | ତେଣୁ ରାଜନ୍ତି ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି | 

 

0
0
0
s2sdefault