ହେଡଲାଇନସ୍:

ନୟାଗଡ ପୋଲିସର ଟ୍ରାଫିକ ନିୟମ ସଚେତନତା ଅଭିଯାନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୟାଗଡ(ବିଶ୍ୱଜିତ ନାୟକ)- ନୟାଗଡ ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ।ସାରା ଭାରତ ବର୍ଷରେ ଟ୍ରାଫିକ ନିୟମକୁ କଡାକଡି ଭାବରେ ପାଳନ କରାଯାଉଥିବାବେଳେ ନୟାଗଡ ପୋଲିସ ନୟାଗଡ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ  ହାତକୁ ନେଇଛି । ନୟାଗଡ ର ବିଭିନ୍ନ ଛକଗୁଡିକରେ ଅଡିଓ ଟେପ ବଜାଇ ଓ ପୋଷ୍ଟର ଲଗାଇ ଟ୍ରାଫିକ ନିୟମ କଣ ତା ଉପରେ ସଚେତନତା କରାଇଥିଲା । ପ୍ରତିଟିଗାଡି ଓ ଗାଡି ଚଳକଙ୍କୁ ସେମାନଙ୍କର ଆବଶ୍ୟକ କାଗଜପତ୍ର ପାଖରେ ରଖିବା ପାଇଁ ଓ ମୁଣ୍ଡରେ ହେଲମେଟ ପରିଧାନ କରିବା ପାଇଁ ପୋଲିସ କର୍ମଚାରୀମାନେ ବୁଝାଇଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ନିଜେ ଆରକ୍ଷୀ ଅଧକ୍ଷକ ଶଶୀଭୂଷଣ ଶତପଥି ଗାଡି ଚଳାଉଥିବା ପ୍ରତିଟି ବ୍ୟକ୍ତିଙ୍କୁ ଟ୍ରାଫିକ ନିୟମ ଉପରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ ଟାଉନ ଥାନା ଅଧିକାରୀ,ଅତିରିକ୍ତ ଅଧିକ୍ଷକ,ଡ଼ି.ଏସ.ପି , ଟାଉନ ଥାନା ଏସ.ଆଇ ,ଏବଂ ସମସ୍ତ ଆରକ୍ଷୀ ପଦାଧିକାରୀ ଜନସାଧନଙ୍କୁ ସଚେତନତା  କରାଇଥିଲେ । ବାସ୍ତବରେ ନୟାଗଡ ଜନସାଧାରଣ ପୋଲିସର ଏପରି ଟ୍ରାଫିକ ନିୟମ ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।

 

0
0
0
s2sdefault