ହେଡଲାଇନସ୍:

ଟାପୁରେ ପଶି ଛନ୍ତି 11ଗୋରୁ ଚରାଲି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

   ସିନାପାଲି ରୁ ନିରାକାର ମେହେର : ଲଗାଣ ବର୍ଷା ଯୋଗୁ ଫୁଲି ଉଠିଛି ଉଦନ୍ତି ନଦୀ !ତଳି ଅଞ୍ଚଳ ରେ ନଦୀ କୁଳ ଲଙ୍ଘିବା ଯୋଗୁ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି !ଅନେକ ସ୍ଥାନ ରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି !ଆଜି ଉପର ମୁଣ୍ଡ ରେ ପ୍ରବଳ ବର୍ଷା ଯୋଗୁ ଉଦନ୍ତି ନଦୀ ରେ ହଠାତ ବନ୍ୟା ଜଳ ମାଡି ଆସିଲା !ଫଳ ରେ ନଦୀ ମଝି ତପୁ ରେ ଗୋରୁ ଚରାଇ ବାକୁ ଯାଇଥିବା ସିନାପାଲି ଥାନା ଫୁରସୁଣ୍ଡ ଗାଁ ର 11ଜଣ ଗୋରୁ ଚରାଲି ଫସିରହିଛନ୍ତି !ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଂଚିଥିଲେ !ଶନିବାର ସନ୍ଧ୍ୟା ରେ ଖରିଆର ରୁ ଉଟ୍ରପ ଟିମ ମଧ୍ୟ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି ! ବିଶେଷ କରି ବଢ଼ି ପାଣି ରେ ଗାଈ ଗୋରୁ ଉଦ୍ଧାର କରିବା ଉଦ୍ଧାରକାରି ଦଳ ପାଇଁ ବହୁତ କଷ୍ଟକରି ହୋଇ ପଡୁଛି !ଟାପୁ ରେ ଫସି ଥିବା ଲୋକ ମାନେ ହେଲେ ଘୁଚାଗୁଡା ପଂଚାୟତ ଫୁରସୁଣ୍ଡ ଗାଁ ର ଛବିଲାଲ (45)ଗୟାରାମ ସହ (30)ଡିଙ୍ଗର (60)ଜଗନ୍ନାଥ ରାଣ (30)ବିହାରୀ ସା (35)ଇଡି ସା (40)ମକରଧ୍ୟଜ ସା (50)ସୁରତ ସା (40)ମାଣିକ ସା (18)ଗୌରୀଶଙ୍କର ରନା (36)ସବୁଦିନ ଭଳି ଆଜି ଗାଈ ଚରାଇ ବାକୁ ଯାଇ ଟାପୁ ରେ ଫସି ଗଲେ !ହେଲେ ମଧ୍ୟାନ୍ନ ରେ ହଠାତ ବନ୍ୟା ଜଳ ଆସିବାରୁ ସେମାନେ ଫସି ଗଲେ !6 ଘଣ୍ଟା ର କଠିନ ପରିଶ୍ରମ ରେ ଟାପୁ ମଧ୍ୟ ରୁ 7 ଜଣ ଗୋରୁ ଚରାଲି କୁ ଉଦ୍ଧାର କରିଥିଲେ !

0
0
0
s2sdefault