ହେଡଲାଇନସ୍:

ପ୍ରବାସରେ ନୁଆଁଖାଇର ମହକ : ନୂଆଁଖାଇ ଜୁହାର  2019

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓମାନ(ସ୍ୱତନ୍ତ୍ର ପ୍ରତିନିଧି) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ  ସେପ୍ଟେମ୍ବର ମାସ 6 ତାରିଖରେ ହର୍ଷୋଲ୍ଲାସର ସହିତ ପାଳିତ ହୋଇଛି ଓମାନର ସୋହାର୍ ସହରରେ। ମା ସମଲେଶ୍ବରୀ ଦେବୀ, ପ୍ରଭୁ ଜଗନ୍ନାଥଙ୍କ ଆରାଧନା, ନବାନ୍ନ ପ୍ରାସାଦ ସେବନ  ସହ କାର୍ଯ୍ୟକ୍ରମ ର ଆରମ୍ଭ କରାଯାଇଥିଲା | ନୂଆଁଖାଇ ପର୍ବର ମହତ୍ତ୍ଵ ସମ୍ପର୍କରେ ଉମେଶ ପାଣିଗ୍ରାହୀଙ୍କ ଦ୍ଵାରା ପରିବେଷିତ କବିତା ପାଠ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଥିଲା | ନୂଆଖାଇର ବିଶେଷତ୍ଵ ସମ୍ପର୍କରେ  ପ୍ରସ୍ତୁତ ଭିଡିଓ ଟି ଖୁବ୍ ମନଛୁଆଁ ହୋଇପାରିଥିଲା।

ବିଭିନ୍ନ ବର୍ଗର ଛୁଆ ମାନଙ୍କୁ ନେଇ କଲରି°ଗ୍, ଶ୍ଲୋକ, ବକ୍ତୃତା, ସଙ୍ଗୀତ, ନୃତ୍ଯ,  ଫାନ୍ସୀ  ଡ୍ରେସ୍  ଏବଂ ମହିଳାମାନଙ୍କ ଝୋଟି, ଉଭୟ ମହିଳା ଓ ପୁରୁଷ ଙ୍କ ମଧ୍ୟରେ ହୁଳହୁଳି  ପ୍ରତିଯୋଗିତା ଆଦି  ଅନୁଷ୍ଠିତ କରାଯାଇଥିଲା | ରଘୁନାଥ ପ୍ରସାଦ ରଥଙ୍କ ସଙ୍ଗୀତ ସବୁ ଓଡ଼ିଆ ବନ୍ଧୁମାନଙ୍କୁ  ଏକ ସୂତ୍ରରେ ବାନ୍ଧିବାରେ ସହାୟକ ହୋଇପାରିଥିଲା | ଅନ୍ୟମାନଙ୍କ ମଧ୍ୟରେ ନେହା, ପିହୁ, ଆଲ୍ଫା, ଆରାଧ୍ୟା ଦେବ, ପରୀ , ରାନୀ, ପାପୁଲ, ଅଭିନବ, ମେଘନା, ଶ୍ରୁତି, ପ୍ରମୁଖ ଶିଶୁ କଳାକାର ଭାବେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଛୋଟ ଶିଶୁ କଳାକାର ଏବଂ ବିରଞ୍ଚି ନାରାୟଣ ଦାଶ ଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଟି ଖୁବ୍ ମନାଛୁଆଁ ହୋଇପାରିଥିଲା। ଲିଯା, ଲିପ୍ସା, ଉମେଶ, ଶ୍ଵେତା, ସୀତାକାନ୍ତ, ମନବୋଧ, ପିଙ୍କି ଙ୍କ ଦ୍ଵାରା ପରିବେଷିତ ନୃତ୍ୟ  ସମସ୍ତ ଓଡିଆ ବନ୍ଧୁମାନେ  ବେଶ୍ ପସନ୍ଦ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ପ୍ରତିଯୋଗୀତାର ବିଜେତାଙ୍କୁ ଉପହାର ଦିଆଯାଇଥିଲା। ରଘୁନାଥ ପ୍ରସାଦ ରଥ, ଗତିପନ ଦାଶ, ନିର୍ମଲ ବେହେରା, ଉମେଶ ପାଣିଗ୍ରାହୀ, ସରୋଜ ସାହୁ, ବିଷ୍ନୁ ନାୟକ, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୀତାକାନ୍ତ ବେରିହା, ପ୍ରଣତି ଷଡଙ୍ଗୀ, ସମ୍ବିତ୍ ପ୍ରଧାନ ଓ ମୀନାକ୍ଷୀ ଶତପଥୀ ଙ୍କ ତତ୍ତ୍ଵାବଧାନରେ ନୂଆଖାଇ କାର୍ଯ୍ୟକ୍ରମ ସୁରୁଖୁରରେ ସଂପାଦିତ ହୋଇପାରିଥିଲା 

0
0
0
s2sdefault