ପଦ୍ମପୁର – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କୁସୁନାପାଲିସ୍ଥିତ ବିଦ୍ୟା ମନ୍ଦିର ପରିସରରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ତା ୦୬.୦୯.୧୯ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ବିଶ୍ୱାଳ (ପ୍ରାନ୍ତ ନିରୀକ୍ଷକ ଶିକ୍ଷା ବିକାଶ ସମିତି , ଓଡିଶା) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁବରାଜ ପ୍ରଧାନ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ଆଶିଷ କୁମାର ମିଶ୍ର ସମ୍ପାଦକ, ଶ୍ରୀ ଅରୁଣ କୁମାର ବାଗ (ଶିଶୁ ବାଟିକା ସଂଯୋଜକ , ପଶ୍ଚିମ ସମ୍ଭାଗ), ଶ୍ରୀମତୀ ନନ୍ଦିନୀ ମିଶ୍ର ସଦସ୍ୟା ପ୍ରମୁଖ ଅତିଥି ବୃନ୍ଦ ମଂଚାସୀନ ଥିଲେ । ଶ୍ରୀଯୁକ୍ତ ଜୟକିଶୋର ପଣ୍ଡା (ବରଗଡ ବିଭାଗ, ନିରୀକ୍ଷକ) କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ଜ୍ଞାପନ କରିଥିବା ବେଳେ ଶ୍ରୀମତୀ କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଭାପତି ଶ୍ରୀ ଦ୍ୱାଦଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ ବିଭାଗର ୫ଟି ଜିଲ୍ଲା ବରଗଡ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ଦେବଗଡ ଅନ୍ତର୍ଗତ ୧୫ଟି ସଂକୁଳରୁ ବିଭିନ୍ନ ବିଭାଗରେ ପ୍ରକଳ୍ପ ପ୍ରଦର୍ଶନ, ବୈଦିକ ଗଣିତ ପ୍ରଶ୍ନ ମଂଚ, ପତ୍ରବାଚନ ଓ ଗଣିତ ପ୍ରୟୋଗରେ ମୋଟ ୧୬୪ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ୧୬ ଜଣ ପରିଚାଳକ, ପରିଚାଳିକା ଓ ୧୦ ଜଣ ବିଚାରକ ଭାବେ ଯୋଗ ଦେଇଥିଲେ ।
ରାଜ୍ୟ
ବିଭାଗ ଓ ସଂଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍ଘାଟିତ
- Hits: 620