ହେଡଲାଇନସ୍:

ଗାନ୍ଧୀ-୧୫୦ର ସମିତି ଗଠନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ  ଉତ୍କଳ ହିତୈଷିଣୀସମାଜ ସଭା ଗୃହ ଠାରେ  ଗାନ୍ଧୀ-୧୫୦ ର ସମିତି ଗଠନ ପାଈଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗାନ୍ଧୀ ପିସ୍ ଫାଉଣ୍ଡେସନର ୯୫ ବର୍ଷ ବୟସ୍କ ସର୍ବୋଦୟ କର୍ମୀ ନିଶାକର ଦାସ , ରାଷ୍ଟ୍ରୀୟ ଯୁବା ସଂଘର ରଣଜିତ ଦେହୁରୀ ଙ୍କ ସମେତ ଉତ୍କଳ ହିତୈଷିଣୀ ସମାଜର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ  । ସର୍ବୋଦୟ କର୍ମୀ ନିଶାକର ଦାସ , ଗାନ୍ଧୀ ଜୀଙ୍କ କର୍ମମୟ ଜୀବନୀ ସମ୍ପର୍କରେ କହିଥିଲେ ଯେ , ଗାନ୍ଧିଜୀ ତାଙ୍କ ଜୀବନ କାଳରେ ଏ ଦେଶ-ସମାଜକୁ ସତ୍ୟ ଓ ଅହିଂସା ମାର୍ଗରେ ତଥା ସମତା ସର୍ବୋଦୟ ପନ୍ଥାରେ ଆଗେଇ ନେବାପାଇଁ ସ୍ବପ୍ନ ଦେଖି ଯୋଜନା ପ୍ରସ୍ତୁତ କରିଥିଲେ । ଦେଶର ଲୋକଙ୍କ ମଧ୍ୟରେ ମଣିଷ ପଣିଆ ଜନ୍ମାଇବା ପାଇଁ ଗାନ୍ଧିଜୀ ୧୪୨ ଦିନ ଧରି ଅନଶନ କରିଥିଲେ । ଯାହା ଦ୍ବାରା କି ବିଭିନ୍ନ ଧର୍ମ , ଭାଷାଭାଷୀ , ଜାତି ଓ ସଂପ୍ରଦାୟର ଲୋକେ ଏକାଠି ହୋଇ ସୁଦୃଢ଼ ଭାରତ ବର୍ଷ ଗଢି ପାରିବେ । ବ୍ରିଟିଶ ହୁକୁମତକୁ ସଭ୍ୟତାର ପାଠ ପଢାଇବା ଉଦ୍ଦେଶ୍ୟରେ ଗାନ୍ଧିଜୀଙ୍କୁ ୨୩୨୯ ଦିନ ଜେଲରେ କଟାଇବାକୁ ପଡ଼ିଥିଲା । ତାଙ୍କ ଅହିଂସାର ଶକ୍ତି ଭାରତୀୟ ମାନେ ଇଂରେଜ  ବିରୁଦ୍ଧରେ ଲଢ଼ି ତାଙ୍କୁ ହଟାଇବା ପର୍ଯ୍ୟନ୍ତ ସାହାସ କରି ଲଢେଇ ଜାରୀ ରଖିଥିଲେ । ଦିନରାତି ଭାରତୀୟଙ୍କ ପାଇଁ ସଂଘର୍ଷ  ଜାରୀ  ରଖିଥିବା ସେହି ମଣିଷ , ଅଳ୍ପ କପଡା ପିନ୍ଧି ଛୋଟ କୁଡିଆରେ ଜୀବନ ବିତାଇ ଥିବା ସେହି ମଣିଷ ଜଣକ ବାସ୍ତବରେ ବହୁତ ବିଶାଳ ଥିଲେ । ଏମିତିକି , ତାଙ୍କ ଆଗେଇ ଚାଲିଥିବା ପଥରେ ସେ କେବେ ହେଲେ ଥକି ପଡ଼ି ନ ଥିଲେ କି ନଇଁ ପଡ଼ି ନ ଥିଲେ କି ଅଟକି ଯାଇ ନ ଥିଲେ।      ଅକ୍ଟୋବର ୨ ତାରିଖ ଗାନ୍ଧିଜୀଙ୍କ ଜନ୍ମ ଦିନ । ସେହି ଜନ୍ମ  ଦିନଠାରୁ ଆମେ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଗାନ୍ଧୀ-୧୫୦ ର ଆୟୋଜନ କରିବା । ଏଥିପାଇଁ ପ୍ରତି ବ୍ଲକ ଓ ଜିଲ୍ଲା ସ୍ତରରେ "ଗାନ୍ଧୀ- ୧୫୦" ସମିତି ଗଠନ କରି ଆମେ ପୁରା ବର୍ଷେ କାଳ ଗାନ୍ଧିଜୀଙ୍କୁ ସ୍ମରଣ କରିବା ଏବଂ ତାଙ୍କ ଦ୍ବାରା ପ୍ରଦର୍ଶିତ ଆଲୋକରେ ଆମର ବର୍ତ୍ତମାନ ଏବଂ ଆମ ପିଲା ମାନଙ୍କ ଭବିଷ୍ୟତକୁ ଗଢିବାର ଏହାହିଁ ଉପଯୁକ୍ତ ସମୟ ବୋଲି କହିଥିଲେ । ଏହି ଅବସରରେ ଗଜପତି ଜିଲ୍ଲା " ଗାନ୍ଧୀ-୧୫୦ " ସମିତି ଗଠନ ହୋଇଥିଲା । ଏଥିରେ ସଭାପତି-ଭାରତ ଭୂଷଣ ମହାନ୍ତି ,ଉପ-ସଭାପତି-ବଟକୃଷ୍ଣ ପାତ୍ର , ସମ୍ପାଦକ- ଶିଶିର କୁମାର ଭଞ୍ଜସାମନ୍ତ , ସହ-ସମ୍ପାଦକ- ବସନ୍ତ କୁମାର ପଣ୍ଡା ଏବଂ ମହିଳା ସମ୍ପାଦକ ଭାବେ ଦୁଇଜଣ:-ମିନା କୁମାରୀ ଟହଲ ଏବଂ ମିନାକ୍ଷୀ ସାହୁ ।    ଜିଲ୍ଲା ସମିତିର ଉପଦେଷ୍ଠା ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଗୌର ଚନ୍ଦ୍ର ପଣ୍ଡା , ଅନାଦି ପାଣିଗ୍ରାହୀ , ବିନୋଦ ଚନ୍ଦ୍ର ଜେନା ଏବଂ ବିଚିତ୍ରା ନନ୍ଦ ବେବର୍ତ୍ତା । ସମିତିର ସକ୍ରିୟ ସଭ୍ୟ ଭାବେ ମୁରଲୀ ଧର ପରିଛା , ଜଗଦୀଶ ମହାପାତ୍ର ,  ଅରକ୍ଷିତ ପାତ୍ର ପ୍ରମୁଖ ରହିଥିବା ଜଣା ଯାଇଛି । ଆସନ୍ତା ୨୯ ତାରିଖ ଦିନ ନବ-ଗଠିତ ସମିତିର ଜିଲ୍ଲା ସ୍ତରୀୟ ବୈଠକ ଏହି ଉତ୍କଳ ହିତୈଷିଣୀ ସମାଜର ସଭା ଗୃହ ଠାରେ ଅନୁଷ୍ଠିତ ହେବ ।ଏହି ବୈଠକରେ ପ୍ରତ୍ୟେକ ବ୍ଲକ ସ୍ତରରୁ ସମସ୍ତେ ଆସି ବ୍ଲକ ସ୍ଥର କମିଟି ଗଠନ କରାଯିବ ବୋଲି କୁହା ଯାଇଛି ।

0
0
0
s2sdefault