ଅଜ୍ଞତା ନା ଉଦ୍ଦେଶ୍ୟ ପ୍ରଣୋଦିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା : କିଛି ଗୁରୁ ଚଣ୍ଡାଳ ଦୋଷ ନୁହେଁ, ଅପରାଧ ବି ନୁହେଁ , କିନ୍ତୁ ସାମ୍ବିଧାନିକ ପଦବୀ ପ୍ରତି ଅମର୍ଯ୍ୟାଦା କରିଛନ୍ତି  ପିଆରଏମ ମେଡିକାଲ କଲେଜରେ ଚକ୍ଷୁ ବିଭାଗ | ପ୍ରଟୋକଲ ବା ଅର୍ଡର ଅଫ ପ୍ରିସିଡିଏନ୍ସକୁ ଟିକେ ମାନିଥିଲେ କିଛି ଯୁଗ ଓଲଟି ପଡି ନଥାନ୍ତା | କଥାରେ ଅଛି ସମ୍ମାନ ଦେଲେ ସମ୍ମାନ ମିଳେ, ପାଠଶାଠ ପଢିଥିବା ମଣିଷ ଯଦି ବ୍ୟବସ୍ଥାକୁ ଆଦର ନକରିବେ ତେବେ ଶିକ୍ଷାରୁ ବଂଚିତ ହୋଇଥିବା ଲୋକଙ୍କୁ ଆମେ କାହିଁକି କହିବା !! 

କଥା ଟି ଏମିତି | ପିଆରଏମ ମେଡିକାଲ କଲେଜରେ ଚକ୍ଷୁ ବିଭାଗ ପକ୍ଷରୁ ୩୪ତମ ଚକ୍ଷୁଦାନ ପକ୍ଷ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା  ଓ ବାରିପଦା ବିଧାୟକ ପ୍ରକାଶ ସୋରେନ ହୋଇଥିଲେ ମୁଖ୍ୟବକ୍ତା ଯୋଗ ଦେଇଥିଲେ ଦେଇଥିଲେ ବୋଲି ଉଲ୍ଲେଖ ରହିଛି ବିଭାଗୀୟ ମୁଖ୍ୟ ଡ଼ ସୁଚିତ୍ରା ପାଣିଗ୍ରାହୀଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରୁ । ଏହା ଅଜ୍ଞତା ନା ଉଦ୍ଦେଶ୍ୟ ପ୍ରଣୋଦିତ | ଆମେ ଜାଣିବାରେ କାର୍ଯ୍ୟକ୍ରମରେ ମୁଖ୍ୟ ହେଉଛନ୍ତି ମୁଖ୍ୟ ଅତିଥି | ପ୍ରଟୋକଲ ବା ଅର୍ଡର ଅଫ ପ୍ରିସିଡିଏନ୍ସରେ ବିଧାୟକ ବି ଆଗରେ ରହିବେ |  ଏହା ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରୁନାହିଁ କି ???

0
0
0
s2sdefault