ସେତେବେଳେ ବଣ୍ଟା ଯାଉଥିଲା, ଏବେ ବିକ୍ରି ହେଉଛି : ଡ଼ ଅରୁଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡଗାଁରେ ଗୁରୁପୂଜନ କାର୍ଯ୍ୟକ୍ରମ ୨୮୦ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ସାମ୍ପ୍ରତିକ ପରିସ୍ଥିତି ପରିବେଶରେ ଶିକ୍ଷାର ବ୍ୟାପକତା ରହିଛି । କିନ୍ତୁ ମାନସିକ ସ୍ତରରେ ଆନ୍ତରିକତା ଦେଖିବାକୁ ମିଳୂନାହିଁ । ପୂର୍ବେ ଆନ୍ତରିକତା ଥିଲା, ପରିବେଶ ଆଉ ପାରିପାର୍ଶିକ ସ୍ଥିତି ସଂଙ୍କୁଚିତ ଥିଲା । ସେତେବେଳେ ଶିକ୍ଷା ବିତରଣ କରାଯାଉଥିଲା । ଅନ୍ୟମାନେ ତାକୁ ଗ୍ରହଣ କରୁଥିଲେ । ଏଣୁ ଏହି ପବିତ୍ର ଶିକ୍ଷା ପଦ୍ଧତି ଏବଂ ଶିକ୍ଷକଙ୍କ ଶିକ୍ଷାଦାନର ପବିତ୍ରତାକୁ ମୂଲ୍ୟାୟନ କରାଯାଇ ନପାରେ । ବିଚାର ବଦଳି ଯାଇଛି । ଏବେ ଶିକ୍ଷାର ବିକ୍ରୟ କରାଯାଉଛି, ଅନ୍ୟମାନେ ତାକୁ କ୍ରୟ କରୁଛନ୍ତି । ଏଣୁ ଗୁରୁ ଶିଷ୍ୟଙ୍କର ସମ୍ପର୍କର ସଜ୍ଞା ବଦଳି ଯାଇଛି । କିନ୍ତୁ ଗୁରୁ ସବୁ ବେଳେ ଗୁରୁ ଏବଂ ଛାତ୍ର ସବୁବେଳେ ଛାତ୍ର । ଉଭୟଙ୍କର ପାଠ ପଢା କେବେ ଅନ୍ତନାହିଁ । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ନୟାଗଡ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ୧୮ଗୋଟି ପଂଚାୟତର ୨୮୦ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଉସôବର ଆବାହକ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଉପଢୈାକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରବା ଅବସରରେ ଏହି ଉକ୍ତି ରଖିଥିଲେ । ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ପୂର୍ବତନ ସରପଂଚ ଦିବାକର ନାୟକ , ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀମାନଙ୍କର ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅବସର ଶିକ୍ଷକ ମାନଙ୍କ ପାଇଁ ଏଭଳି ନିଆରା ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ଓଡଗାଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା ।

0
0
0
s2sdefault