କେତେବେଳେ କଇଁଚି ତା କେତେବେଳେ କଲମ : କବିତା ରସାବଳୀ ପୁସ୍ତକ ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)/: ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଗୋତିସାହି ମୁକ୍ତେଶ୍ୱରଙ୍କ ପିଠରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଦ୍ୱାରା କବିତା ରସାବଳୀ ପୁସ୍ତକ ଉନ୍ମୋଚିତ ହୋଇଛି । ପଣ୍ଡିତ ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସାରଶତ୍ୱ ସଭାରେ କବି ତଥା ସ୍ତମ୍ବାକାର ପ୍ରଫୁଲ୍ଲ କୁମାର ମାଝି ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇ ଥିବା ବେଳେ ଜଗମୋହନ ରଥ ସମ୍ମାନୀତ ଅତିଥି ବାବେ ଯୋଗ ଦେଇଥିଲେ । ଓଡଗାଁ ବ୍ଲକ ବଡଦେଶ ହରିପୁରୁ ଗାଁରେ କବିତା ରସାବଳୀର ରଚୟିତା ବାଣୀ ସ୍ୱରଭ ଅର୍ଜୁନ ବାରିକଙ୍କ ଘର । କୈାଳିକ ବୃତିକୁ ଆଦରିନେଇ ବଂଚିବା ପାଇଁ  ଦିନବେଳେ ହାତରେ କଇଁଚି ଧରି ଖୈାରକାର୍ଯ୍ୟ କରିଥାନ୍ତି ଏବଂ ସନ୍ଧ୍ୟା ହେଲେ ସେହି ହାତରେ କଲମ ଧରି ସୃଷ୍ଟି କରନ୍ତି ଅନବଦ୍ୟ ସାହିତ୍ୟ ସମ୍ଭାର । ବୟଷର ସାୟାନ୍ନରେ ପୁସ୍ତକ କବିତା ରସାବଳି ଉନ୍ନୋଚିତ ହୋଇଥିଲେ ମଧ୍ୟ କବି ପ୍ରଫୁଲ୍ଲ କୁମାର ମାଝୀ କବିଙ୍କର ବହୁବିଧ ପ୍ରତିଭାର ପରିଚୟ ଦେବାକୁ ଯାଇ ନ ଅନୁପ୍ରାସରେ ନୃସିଂହବିଳାସ, ବିଜୟୀରାଘବ, ବୃହତ ପର୍ଶୁରାମ ପୁରାଣ, ଓଡଗାଁ ଶ୍ରୀଘୁନାଥଙ୍କ ଉପରେ ଆଧାରିତ ରଘୁନାଥପୁରାଣ, କବିତା ରସମଞ୍ଜରୀ, ସଙ୍କିର୍ତନମଣୀମାଳା, ଚଉପଦିରତ୍ନାବଳୀ, କଳ୍ପତରୁଚଉତିଷା ଆଦି ପୁସ୍ତକରୁ ମିଳିଥାଏ ବୋଲି କହିଥିଲେ । ସଭାରେ ଉପସ୍ଥିତ କବି, କଳାକାର, ଲେଖକ ତଥା ଅନ୍ୟାନ୍ୟ ସାହିତ୍ୟାନୁରାଗି ସଭାସଦ୍ଗଣ କବିଙ୍କ କୃତି ସମ୍ପର୍କରେ ଜାଣିସାରିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault